ବିକାଶ କ୍ଷେତ୍ରରେ ବଡ଼ମ୍ବା କୁ ଉପେକ୍ଷା,ପ୍ରତିବାଦରେ ଆନ୍ଦୋଳନ ପାଇଁ ଚେତାବନୀ


 କଟକ ଜିଲ୍ଲାର ବଡ଼ମ୍ବା ଏବଂ ନରସିଂହପୁର ବ୍ଲକ ଦୁଇଟି ବଡ଼ମ୍ବା ନିର୍ବାଚନ ମଣ୍ଡଳୀରେ ରହିଛି। ହେଲେ ବଡ଼ମ୍ବା ବ୍ଲକ କୁ ପ୍ରଶାସନିକ ତଥା ସରକାରୀ କ୍ଷେତ୍ରରେ ଅବହେଳା କରା ଯାଉଛି ବୋଲି ଅଭିଯୋଗ ହୋଇଛି।ଫଳରେ     ନରସିଂହପୁର ବ୍ଲକ ଅପେକ୍ଷା ବଡ଼ମ୍ବା ବ୍ଲକ ବିକାଶ କ୍ଷେତ୍ରରେ ବହୁ ପଛୁଆ ରହୁଥିବା ଅଭିଯୋଗ ହେଉଛି। ଏଭଳି ସରକାରୀ ଉପେକ୍ଷା ପ୍ରତିବାଦରେ ସ୍ଥାନୀୟ ତହସିଲଦାରଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରାଯାଇ ଆନ୍ଦୋଳନ ହେବାର ଚେତାବନୀ ଦିଆ ଯାଇଛି। ଏକ ସରକାରୀ ବସ୍ ଷ୍ଟାଣ୍ଡ ପାଇଁ ସରକାର ଙ୍କ ତରଫରୁ ଜାଗା ଚିହ୍ନଟ ସହିତ ଅର୍ଥ ବରାଦ ସରିଥିଲେ ମଧ୍ୟ ପ୍ରଶାସନର ଅବହେଳା ଯୋଗୁଁ ବଡ଼ମ୍ବା ରେ ସରକାରୀ ବସ୍ ଷ୍ଟାଣ୍ଡ କାର୍ଯ୍ୟକାରି ନ ହେବା ଦୁଃଖ ଓ ପରିତାପ ର ବିଷୟ ବୋଲି ଉଲ୍ଲେଖ କରାଯିବାସହ


 ବଡ଼ମ୍ବା ମୋହନ ସୁବୁଦ୍ଧି ମହା ବିଦ୍ୟାଳୟ ପରିସର ରେ ମିନି ଷ୍ଟାଡିଅମ  ପାଇଁ ମଧ୍ୟ ବ୍ୟୟ ବରାଦ ସହିତ ଦୀର୍ଘଦିନ ହେବ ଜାଗା ଚିହ୍ନଟ  ସରିଥିଲେ ମଧ୍ୟ୍ୟ ପ୍ରଶାସନ ଅବହେଳା ପାଇଁ ଉକ୍ତ କାର୍ଯ୍ୟ ସମ୍ପର୍ଣ୍ଣ ହେବା ତ ଦୂରର କଥା କାର୍ଯ୍ୟ ମଧ୍ୟ୍ୟ ଆରମ୍ଭ ହୋଇ ପାରୁନାହିଁ । ଦୀର୍ଘ ୮ ବର୍ଷ ଧରି ମିନି ଷ୍ଟାଡିଅମ  ପାଇଁ ଅର୍ଥ ବରାଦ କରାଯାଇଛି କିନ୍ତୁ ଆଜି ପର୍ଯ୍ୟନ୍ତ କାର୍ଯ୍ୟ ସଂପୂର୍ଣ୍ଣ ହୋଇପାରିଲା ନାହିଁ ।

 ଉକ୍ତ ପ୍ରକଳ୍ପ ଦ୍ୱୟ ର କାର୍ଯ୍ୟ ତା ୩୦/୩/୨୦୨୩ ରିଖ ସୁଦ୍ଧା  ଆରମ୍ଭ ନ ହେଲେ ଜନ ସାଧାରଣ ଙ୍କ ସମୂହ ସ୍ୱାର୍ଥ ପାଇଁ ସାମାଜିକ କର୍ମୀ ଚିନ୍ମୟ ପଟ୍ଟନାୟକ ତା  ୩୧/୩/୨୦୨୩ ରିଖ ୧୦ ଘଟିକା ସମୟ ଠାରୁ ବଡମ୍ବା ବ୍ଲକ କାର୍ଯ୍ୟାଳୟ ଆଗରେ ଅନଶନ କରିବେ  ବୋଲି ଚେତାବନୀ ଦେଇଛନ୍ତି।  ଅତିରିକ୍ତ ତହସିଲଦାର ତପନ କୁମାର ପରିଡା ଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଦାନ କରିଥିବା  ଦାବି ପତ୍ର ର ନକଲ ବଡ଼ମ୍ବା ବିଧାୟକ 

ଦେବୀ ପ୍ରାସାଦ ମିଶ୍ର , କଟକ ସାଂସଦ, ରାଜ୍ଯ ପରିବହନ ନିଗମ ସଚିବ,ପଞ୍ଚାୟତ ରାଜ ସଚିବ, ଉପ ଜିଲ୍ଲାପାଳ ଆଠଗଡ, ବଡ଼ମ୍ବା ଗୋଷ୍ଠି ଉନ୍ନୟନ ଅଧିକାରୀ,

ବଡ଼ମ୍ବା ଥାନା ଭାରପ୍ରାପ୍ତ ଅଧିକାରୀ ଙ୍କୁ ଅବଗତ ନିମନ୍ତେ ପ୍ରଦାନ କରାଯାଇଛି। ଦାବୀ ପତ୍ର ପ୍ରଦାନ ସମୟ ରେ ସାଂସଦ ଙ୍କ ପ୍ରତିନିଧି ଦୀପକ କୁମାର ସାହୁ, ବରିଷ୍ଟ ଆଇନ୍ ଯିବି କୈଳାସ ଚନ୍ଦ୍ର ଜେନା, ବଡ଼ମ୍ବା ନାଏବ ସରପଞ୍ଚ ରବିନ୍ଦ୍ର ନାଥ ବାରିକ , ପ୍ୟାରୀ ମୋହନ ସ୍ଵାଇଁ, ସାମ୍ୱାଦିକ ପପୁ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ। ତେବେ ନରସିଂହପୁର ରେ ସରକାରୀ ବସ୍ ଷ୍ଟାଣ୍ଡ,ଷ୍ଟାଡିୟମ୍ ପ୍ରଭୃତି କାର୍ଯ୍ୟ ବିକାଶ ଧାରାରେ ରହିଥିବା ବେଳେ ବଡ଼ମ୍ବା ବ୍ଲକ ଏଥିରୁ ବଞ୍ଚିତ କାହିଁକି ବୋଲି ସାମାଜିକ କର୍ମୀ ଶ୍ରୀ ପଟ୍ଟନାୟକ ପ୍ରଶ୍ନ କରିଛନ୍ତି।ବଡମ୍ବା ବ୍ଲକ ପ୍ରତି ହେଉଥିବା ସରକାରୀ ଉପେକ୍ଷା ପଛରେ ରାଜନୈତିକ ଅଭିସନ୍ଧି ରହିଥିବା ସେ ଅଭିଯୋଗ କରିଛନ୍ତି।(ମହେଶ ଚନ୍ଦ୍ର ଦାସଙ୍କ ରିପୋର୍ଟ)

Post a Comment

0 Comments