ସେଣ୍ଟର ଫର କାଟାଲାଇଜୀଙ୍ଗି ଚେଞ୍ଜ (C3) ଆନୁକୁଲ୍ୟରେ ନୟାଗଡ଼ ଜିଲ୍ଲା ଦଶପଲ୍ଲା ବ୍ଲକ୍ ସ୍ଥିତ ବାଣିଗୋଚ୍ଛା ଠାରେ ମାର୍ଚ୍ଚ ୪ ତା ଶନିବାର ଦିନ ଏ ଏନ୍ ଏମ କର୍ମୀ ଓ ଆସା ସାଥୀ ଙ୍କୁ ନେଇ ଏକ ଦିନିକିଆ ଗୁରୁତତ୍ୱପୂର୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ବୈଠକ ରେ ଦଶପଲ୍ଲା ଅଞ୍ଚଳରେ ସ୍ଥିତି ବାଲ୍ୟ ବିବାହ ହେବାର ର କାରଣ ଓ ନିରାକରଣ, ବାଲ୍ୟବିହାର ର କୂପରିଣାମ, ଆଇନ ଦ୍ୱାରା ପ୍ରଣୀତ ଦଣ୍ଡ ବିଧାନ ସହିତ ପ୍ରତେକ୍ ଗ୍ରାମ ରେ ନିଜ ନିଜର ଦାୟିତ୍ଵ ଓ ସି ୩ କର୍ମଚାରୀଙ୍କୁ ସମ୍ପୂର୍ଣ୍ଣ ଭାବେ ସହଯୋଗ କରି ଯଥା ଶୀଘ୍ର ନିଜ ଅଞ୍ଚଳ କୁ ବଲ୍ୟବିହା ମୁକ୍ତ କରିବା ପାଇଁ ଆଲୋଚନା ରଖିଥିଲେ। ବୈଠକ ରେ ବାଣୀଗୋଛା ସେକ୍ଟର ର ୨୫ଜଣ ଆସା ସାଥୀ ଯୋଗଦେଇଥିବା ବେଳେ ୨ଜଣ ଏ.ଏନ୍.ଏମ.କର୍ମୀ ଯୋଗଦେଇଥିଲେ । କାର୍ଯ୍ୟକ୍ରମ ଟିକୁ C3 ଜିଲ୍ଲା ସଂଯୋଜକ ସୁବ୍ରତ କୁମାର ବିଶୋଇ ଆୟୋଜନ କରିଥିବା ବେଳେ ସ୍ଥାନୀୟ ସଂଯୋଜକ ନିକି ପ୍ରଧାନ, ସୁଭାଶିଷ ମିଶ୍ର , ସ୍ୱାତିରେଖା ଦାସ, ଚିନ୍ମୟ କୁମାର ପ୍ରଧାନ କାର୍ଯ୍ୟକ୍ରମ କୁ ସୂଚାରୁରୂପେ ସମ୍ପାଦନା କରିଥିଲେ। ଦଶପଲ୍ଲା ଅଞ୍ଚଳ କୁ ସମ୍ପୂର୍ଣ ବାଲ୍ୟ ବିବାହ ମୁକ୍ତ ଅଞ୍ଚଳ କରିବା ପାଇଁ ସମସ୍ତ ପ୍ରକାର ସହଯୋଗ କରିବେ ବୋଲି ମତ ପ୍ରକାଶ କରିଥିଲେ। ସି ୩ ଦ୍ଵାରା ପ୍ରସ୍ତୁତ ସଚେତନା ବାର୍ତ୍ତା ଦେଉଥିବା ଭଳି ଭିଡିଓ ପଦର୍ଶନ କରାଯାଇଥିଲା।ପରିଶେଷରେ ଦଶପଲ୍ଲା ଅଞ୍ଚଳ କୁ ବାଲ୍ୟବିବାହ ମୁକ୍ତ କରିବା ପାଇଁ ସମସ୍ତ ଙ୍କୁ ଶପଥ ପାଠ କରାଯାଇଥିଲା।
0 Comments