ମନ୍ଦିର ଦର୍ଶନ ପରେ ବାହାର ପାହାଚରେ କିଛି ସମୟ ପାଇଁ କାହିଁକି ବସିଥାନ୍ତି 🛕


ଏହା ଏକ ପ୍ରାଚୀନ ପରମ୍ପରା ଯାହାର ବିଶେଷ ମହତ୍ତ୍ଵ ବା ଉଦ୍ଦ୍ଯେଶ ଅଛି । ବାସ୍ତବରେ ମନ୍ଦିରର ପାହାଚରେ ବସି ଏକ ଶ୍ଳୋକ ବୋଲିବା ଉଚିତ୍ ।ଆଜକାଲି ପ୍ରାୟତଃ ଲୋକମାନେ ଭୁଲିଯାଇଛନ୍ତି । ଏହି ଶ୍ଳୋକକୁ ମନେରଖି, ଆସୁଥିବା ପିଢିକୁ ବି ଅବଗତ କରାଇବା ଦରକାର ।

ଶ୍ଳୋକଟି :-


           " ଅନାୟାସେନ ମରଣମ୍ ,


            ଵିନା ଦେନ୍ୟେନ ଜୀବନମ୍।

            ଦେହାନ୍ତେ ତବ ସାନିଧ୍ୟମ ,

            ଦେହିମେ ପରମେଶ୍ବରମ୍॥"


ଏହାର ଅର୍ଥ:-

ଅନାୟାସେନ ମରଣମ୍'-  

ଅର୍ଥାତ୍ ,ବିନା କଷ୍ଟରେ ମୃତ୍ୟୁ ହେଉ ଏବଂ ବେମାର ନ ହୋଇ ଶେଯରେ ନ ପଡେ, କଷ୍ଟ ସ୍ବୀକାର କରି ମୃତ୍ୟୁ ପ୍ରାପ୍ତ ନ ହେଉ,ଚାଲିବା ବୁଲିବା ଅବସ୍ଥାରେ ପ୍ରାଣ ଯାଉ ।

  'ଵିନା ଦେନ୍ୟେନ ଜୀବନମ୍ - 

ଅର୍ଥାତ୍,ପର ଉପରେ ନିର୍ଭର କରି ଜୀବନ ନ ଯାଉ। ସମସ୍ତେ ମୁକ୍ତ ଜୀବନ ଚାହାଁନ୍ତି, ଏହା ସମସ୍ତଙ୍କର ନୈସର୍ଗିକ ଇଛା।

ତୁଳସୀ ଦାସ ରାମ ଚରିତମାନସରେ ଲେଖିଛନ୍ତି, 

“कत विधि सृजि नारि जग माही।पराधीन सपनेहु सुख नाहीं“।

ଭଗବାନଙ୍କ କୃପାରେ କାହାକୁ ଭିଖ ନ ମାଗି ଜୀବନ ଚାଲିଯାଉ।

“जग में क्षण की पराधीनता, सौ-सौ मृत्यु समान है।

इससे बढ़कर जगती तल पर, नहीं कोई आमान है।”

'ଦେହାନ୍ତରେ ତବ ସାନିଧ୍ୟମ'-

ଅର୍ଥାତ୍, ଯେବେ ବି ମରଣ ଆସୁ ଭଗବାନ ସମ୍ମୁଖରେ ରୁହନ୍ତୁ।ତାଙ୍କର ଦର୍ଶନ କରୁ କରୁ ପ୍ରାଣ ଯାଉ ।

 'ଦେହିମେ ପରମେଶ୍ବରମ୍- 

ଅର୍ଥାତ୍, ହେ ପରମେଶ୍ଵର ଏହି ବରଦାନ ମୋତେ ଦିଅନ୍ତୁ ।

ଭଗବାନଙ୍କୁ ପ୍ରାର୍ଥନାପୁର୍ବକ ଉପରୋକ୍ତ ଶ୍ଳୋକଟି ପାଠ କରନ୍ତୁ । ଗାଡି, ପୁତ୍ର, ପୁତ୍ରି, ପତି, ପତ୍ନୀ, ଘର,ଧନ ଇତ୍ୟାଦି (ଅର୍ଥାତ୍ ସଂସାର) ମାଗନ୍ତୁ ନାହିଁ କାରଣ ଭଗବାନ ତ ଆପଣଙ୍କ ପାତ୍ରତାନୁସାରେ ସ୍ବୟଂ ଆପଣଙ୍କୁ ଦେଉଛନ୍ତି । ତେଣୁ ଦର୍ଶନ କରିବା ପରେ ବସିକରି ଏହି ପ୍ରାର୍ଥନା ଅବଶ୍ୟ  କରିବା ଉଚିତ୍ । ଏହା ପ୍ରାର୍ଥନା , ଯାଚନା ନୁହେଁ । ଯାଚନା ତ ସାସାଂରିକ ପଦାର୍ଥ ପ୍ରତି ହୋଇଥାଏ, ତାହା ଭିକ୍ଷା ।

'ପ୍ରାର୍ଥନା 'ଶବ୍ଦର 'ପ୍ର'ର ଅର୍ଥ 'ବିଶେଷ 'ଅର୍ଥାତ୍ ବିଶିଷ୍ଟ, ଶ୍ରେଷ୍ଠ ଏବଂ 'ଅର୍ଥନା' ଅର୍ଥ ନିବେଦନ ।ପ୍ରାର୍ଥନାର ଅର୍ଥ ହେଲା ବିଶେଷ ନିବେଦନ l

ଜୟ ଜଗନ୍ନାଥ 🙏🙏🙏

Post a Comment

0 Comments