ନୂଆଗାଁ ବ୍ଲକ୍ ସ୍ତରୀୟ ଜନ ଶୁଣାଣୀ*

 


ନୟାଗଡ଼ ଜିଲ୍ଲା ଆଜି ନୂଆଗାଁ ବ୍ଲକ୍ ସଭା ଗୃହରେ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ଓ ପ୍ରଧାନମନ୍ତ୍ରୀ ଗ୍ରାମୀଣ ଆବାସ ଯୋଜନା କାର୍ଯ୍ୟକ୍ରମ ଅନ୍ତର୍ଗତ ବ୍ଲକ ସ୍ତରୀୟ ଜନ ଶୁଣାଣୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି। ଏହି ଯୋଜନା ଅଧୀନରେ MGNREGS ରେ ୨୦୨୨-୨୩ ଆର୍ଥିକ ବର୍ଷରେ ଏବଂ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଅଧୀନରେ ୨୦୧୬-୧୭ ରୁ ୨୦୨୦-୨୧ ଆର୍ଥିକ ବର୍ଷରେ ହୋଇଥିବା କାର୍ଯକ୍ରମ ଉପରେ ପଂଚାୟତ ସ୍ତରରେ ସାମାଜିକ ସମୀକ୍ଷା ଅନୁଷ୍ଠିତ ହୋଇଥିଲା। ସେହି ସାମାଜିକ ସମୀକ୍ଷା ର ତଥ୍ୟ ଓ ରିପୋର୍ଟ ଉପରେ ଆଜି ଏହି ବ୍ଲକ୍ ସ୍ତରୀୟ ଜନ ଶୁଣାଣୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ବ୍ଲକ୍ ଅଧ୍ୟକ୍ଷା ଲକ୍ଷ୍ମୀପ୍ରିୟା ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ନୟାଗଡ଼ ଜିଲ୍ଲା ପରିଷଦ ର ଅତିରିକ୍ତ କାର୍ଯ୍ୟ ନିର୍ବାହୀ ଅଧିକାରୀ ମନୋରଞ୍ଜନ ହୋତା, ଜିଲ୍ଲା ସାମାଜିକ ସମୀକ୍ଷକ ବିଜୟ ବଳିଆର ସିଂ, ଲୋକପାଳ ଗିରିଶ ଚନ୍ଦ୍ର ଦାଶ ଯୋଗ ଦେଇ ଆଜିର କାର୍ଯ୍ୟକ୍ରମ ର ଉଦେଶ୍ୟ ସମ୍ପର୍କରେ କହିଥିଲେ। Abdo ସ୍ବଦେଶ ରଞ୍ଜନ ଶତପଥୀ ଉଭୟ ଯୋଜନା ର ସ୍ବଚ୍ଛତା ଓ ଉତ୍ତର ଦାୟିତ୍ଵ ବିଷୟରେ ବୁଝାଇ କହିଥିଲେ। ଏପିଓ ଅମରେନ୍ଦ୍ର ସାହୁ ମନରେଗା ଯୋଜନାରେ ଚଳିତ ବର୍ଷ ର ରିପୋର୍ଟ ଉପସ୍ଥାପନା କରିଥିଲେ। ଚଳିତ ଆର୍ଥିକ ବର୍ଷ ୨୦୨୨-୨୩ ରେ , ନୂଆଗାଁ ବ୍ଲକ୍ ରେ ୧୦୭୮୨ ପରିବାର ଙ୍କୁ କାମ ଯୋଗାଇ ଦିଆ ଯାଇଥିଲା।


୨୯୮ ପରିବାର ଶହେ ଦିନ କାର୍ଯ୍ୟ ସମ୍ପୂର୍ଣ କରିଥିଲେ।

ଏଥି ନିମନ୍ତେ ୪୦୧୭୭୧ ଶ୍ରମ ଦିବସ ସୃଷ୍ଟି ହୋଇ ଥିଲା ଏବଂ ୯ କୋଟି ୨୩ ଲକ୍ଷ୍ୟ ୩୭ ହଜାର ଟଙ୍କା ଖର୍ଚ୍ଚ ହୋଇଥିଲା। ଏବଂ ନୂଆ ପୁରୁଣା ମିଶି ୫୭୧ ଗୋଟି କାର୍ଯ୍ୟ କରା ଯାଇଥିଲା। ନୂଆ ପୁରୁଣା ମିଶି ୫୧୪ ଗୋଟି କାର୍ଯ ସମ୍ପୂର୍ଣ କରା ଯାଇଥିଲା ବୋଲି ଏପିଓ ଶ୍ରୀ ସାହୁ ସୂଚନା ଦେଇଥିଲେ।

ବୈଠକ ରେ ଉପସ୍ଥିତ ସରପଞ୍ଚ ଓ ସମିତି ସଭ୍ୟ ମାନେ ଆଲୋଚନାରେ ଅଂଶଗ୍ରହଣ କରି ମନରେଗା କାର୍ଯ୍ୟକୁ ସଫଳ କରିବା ପାଇଁ ମତ ପ୍ରକାଶ କରିଥିଲେ। APO ଅମରେନ୍ଦ୍ର ସାହୁ କାର୍ଯକ୍ରମ ପରିଚାଳନା କରିଥିଲେ। CP ତୁଷାର କାନ୍ତ ପାଣିଗ୍ରାହୀ, ଏସିପି ସୁମନ୍ତ ପରିଡ଼ା, ନରେଗା ସହାୟକ ଆଶୁତୋଷ ମିଶ୍ର ଓ ସନ୍ତୋଷ ପ୍ରଧାନ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।






Post a Comment

0 Comments