ଦଶପଲ୍ଲା ର ଆରାଧ୍ୟ ଠାକୁର ଶ୍ରୀ ଶ୍ରୀ ରଘୁନାଥ ଜୀଉ ଓ ଶ୍ରୀ ମହାବୀର ଙ୍କ ଲଙ୍କାପୋଡି ଯାତ୍ରା ଚଳିତ ବର୍ଷ ୨୨୨ ବର୍ଷ ରେ ପହଞ୍ଚିଛି । ଦଶପଲ୍ଲା ର ଏହି ଗଣପର୍ବ ତଥା ଆମଦେଶ ର ସର୍ବ ବୃହତ୍ ଦ୍ୱିତୀୟ ଖୋଲା ରଙ୍ଗ ମଞ୍ଚ ରେ ଅନୁଷ୍ଠିତ ରାମ ନାଟକ ଓ ଐତିହାସିକ ଲଙ୍କାପୋଡି ଯାତ୍ରା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି । ଜିଲ୍ଲା ଓ ସ୍ଥାନୀୟ ପ୍ରଶାସନିକ ଅଧିକାରୀଙ୍କ ସହ ଲଙ୍କାପୋଡି ଯାତ୍ରା କମିଟି ର ଆଲୋଚନା ପରେ ଚଳିତବର୍ଷ ଲଙ୍କାପୋଡି ଯାତ୍ରା ପାଇଁ ପ୍ରସ୍ତୁତିପର୍ବ ଆରମ୍ଭ ହୋଇଛି । ଏ ନେଇ ଯାତ୍ରା ମଣ୍ଡପ ସମ୍ମୁଖରେ ପରମ୍ପରା ଅନୁଯାୟୀ ଶୁଭ ଖୁଣ୍ଟି ଅନୁକୂଳ ସହ ଖୁଣ୍ଟ ପୋତା କାର୍ଯ୍ଯ ଶେଷ ହୋଇଥିବା ବେଳେ ରାତିରେ ଜମୁଛି ରାମ ନାଟକ ଆଖଡ଼ା । ରାମଲୀଳା ନାଟ୍ୟ ସଂସଦ ପକ୍ଷ ରୁ ଏହି ଆଖଡ଼ା ଆରମ୍ଭ ହୋଇଛି । ନାଟ୍ୟ ଗୁରୁ ବିରେନ୍ଦ୍ର ନାଥ ପଟ୍ଟନାୟକ ଙ୍କ ତତ୍ବାବଧାନରେ କଳାକାର ମାନେ ସେମାନଙ୍କ କଳା ନୌପନ୍ୟ ପ୍ରଦର୍ଶିତ କରୁଛନ୍ତି । ଚଳିତ ମାସ ୩୦ ତାରିଖ ରାମ ନବମୀ ଠାରୁ ଏହି ଲଙ୍କାପୋଡି ଯାତ୍ରା ଆରମ୍ଭ ହୋଇ ଏପ୍ରିଲ ୧୨ ତାରିଖରେ ଶେଷ ହେବ।
0 Comments