ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଲକରେ ଆଜି ୩ଟି ଗ୍ରାମପଞ୍ଚାୟତ ତଥା ମାଳିସାହି, ଗୁମି,
ମହୀପୁର ଗ୍ରାମପଞ୍ଚାୟତରେ ପଞ୍ଚାୟତ ସ୍ତରୀୟ ସମବାୟ ବ୍ୟାଙ୍କିଙ୍ଗ ସେବା ଓ ଋଣ କର୍ମଶାଳା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା |
ପ୍ରଥମେ ମାଳିସାହି ସେବା ସମବାୟ ସମିତି ରେ ଦିବା ୧୧ ଘଂଟିକା ସମୟରେ ଅନୁଷ୍ଠିତ ହୋଇଥିବା କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ନୟାଗଡ଼ ଜିଲ୍ଲା କେନ୍ଦ୍ରସମବାୟ ସମିତି ନିର୍ଦେକ ଯୋଗଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ମାଳିସାହି ଗ୍ରାମପଞ୍ଚାୟତ ସରପଞ୍ଚ ,ନୂଆଗାଁ ବ୍ଲକ ଉପାଧ୍ୟକ୍ଷ ପର୍ଶୁରାମ ସ୍ୱାଇଁ, ମହୀପୁର କେନ୍ଦ୍ର ସମବାୟ ବ୍ୟାଙ୍କ ମ୍ୟାନେଜର ଶ୍ରୀ ସାହାଣୀ ସମେତ ବହୁ ମାନ୍ୟଗଣ ବ୍ୟକ୍ତି ଯୋଗଦେଇଥିଲେ | ପରବର୍ତୀ ସମୟରେ ଦିବା ୧ ଘଂଟିକା ସମୟରେ ଗୁମି ସେବା ସମବାୟ ସମିତି ମଧ୍ୟରେ ବବୁର ମହାରଣା ସରପଞ୍ଚ ଗୁମି, ସଂଜୀବ କୁମାର ଡାକୁଆ ସମିତିସଭ୍ୟ ଗୁମି, ଛବିରାଣୀ ସାହୁ ସମ୍ପାଦକ ଗୁମି ସେବାସମବାୟ ସମିତି ଯୋଗଦେଇଥିଲେ | ଅପରାହ୍ନରେ ମହିପୁର ପଞ୍ଚାୟତ ସ୍ତରୀୟ ସମବାୟ ବ୍ୟାଙ୍କିଙ୍ଗ ସେବା ଓ ଋଣ କର୍ମଶାଳା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ମନ୍ୟବରବିଧାୟକ ଦଶପଲ୍ଲା ରମେଶ ଚନ୍ଦ୍ର ବେହେରା ଯୋଗଦେଇଥିଲେ ।
। ସମବାୟ ବିଭାଗ ତରଫରୁ ଏକ ଲକ୍ଷ ପର୍ଯ୍ୟନ୍ତ କୃଷି ଋଣ ବିନା ସୁଧ ରେ ସୋଷାଇଟି ମାଧ୍ୟମରେ ଦିଆଜୀବ ।ତତ ସହିତ କୃଷି ଯାନ୍ତ୍ରିକ ଉପକରଣ ମଧ୍ୟ ସୋଳ୍ପ ସୁଧାରେ ଚାଷୀମାନଙ୍କୁ ଯୋଗାଇଦିଆ ଜୀବ ସହିତ ସ୍ୱାୟମ୍ସୟିକା ଗୋସ୍ଥିମାନଙ୍କୁ ୫ ଲକ୍ଷ ପର୍ଯ୍ୟନ୍ତ ବୀନା ସୁଧାରେ ରୁଣ ଯୋଗାଇ ଦେବା ପାଇଁ ସମସ୍ତ ଉପସ୍ଥିତ ସଦସ୍ଯଙ୍କୁ ସଚେତନ କରଯାଇଥିଲା । ସମବାୟ ବ୍ଯାଙ୍କ ମାଧ୍ୟମରେ ସମସ୍ତ ଋଣ ସୁବିଧା ନେବାକୁ ବ୍ୟାଙ୍କ ସଂପାଦକ ଲୋକ ଙ୍କୁ ବୁଝାଇଥିଲେ।
ଆଜିର ସଭାରେ ପରିଚାଳନା ପରିଷଦର ସମସ୍ତ ସଭ୍ୟ ଓ ସଭ୍ୟା ସମେତ ରାଇପୁର ଓ ସୋରଡା ର ସମସ୍ତ ଚାଷୀ ମାନେ ଯୋଗ ଦେଇଥିଲେ।
0 Comments