ଫିରିଗିଂଆ ବ୍ଲକ୍ , ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ର ବ୍ଲକ୍ ସ୍ତରିୟ ଜନସୁଣାଣି କାର୍ଯ୍ୟକ୍ରମ




 ୨୨ତାରିଖ ବୁଧବାରଦିନ  କନ୍ଧମାଳ ଜିଲ୍ଲା ଅନ୍ତର୍ଗତ ଫିରିଙ୍ଗିଆ ବ୍ଲକ୍ ପରିସରରେ ମହାତ୍ମା ଗାନ୍ଧୀ  ଜାତୀୟ ଗ୍ରାମୀଣ କର୍ମ ନିଯୁକ୍ତି  ଯୋଜନା ର ଜନ ଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି ।  କାର୍ଯ୍ୟକ୍ରମରେ  କନ୍ଧମାଳ ଅତିରିକ୍ତ ଜିଲାପାଳ ଶ୍ରୀ ବସନ୍ତ ସାହୁ ,  ପଚାଂୟତ ସମିତି ଅଧ୍ୟକ୍ଷାଙ୍କଅଧ୍ୟକ୍ଷା ମିନତୀ କାହ୍ନର ସମେତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ରଶ୍ମୀରଞନ ମହନ୍ତ  ,  ଶିଶୁ ବିକାଶ ଅଧିକାରିଣୀ ଶ୍ରୀମତୀ ହରପ୍ରିୟା ମେହେର ,   କାର୍ଯ୍ୟ ନିର୍ବାହି ଯନ୍ତ୍ରୀ  , ଏ.ପି.ଓ ବଳିଆରସିଂ , ଅଗ୍ରଣୀ ସ୍ବେଚ୍ଛାସେବୀ ଅନୁଷ୍ଠାନ ସ୍ୱାତୀ ସମ୍ପାଦକ ଇଂ. ହରିଶକଂର ରାଉତ , ବରିଷ୍ଟ ସାମ୍ବାଦିକ ଶ୍ରୀ ମହାଦେବ ସାହୁ , ସମାଜିକ କର୍ମୀ ଅକ୍ଷୟ କୁମାର ନାୟକ  ଓ ବ୍ଲକ୍ ସାମାଜିକ ସମୀକ୍ଷକ ସଂଜୀବ ଦିଗାଳଙ୍କ ଉପସ୍ଥିତିରେ  ଅନୁଷ୍ଠିତ ହୋଇ ଯାଇଛି ।  ଗୋଷ୍ଠୀ ଉନ୍ନୟନ ଅଧିକାରୀ ମନରେଗା  ର ଲକ୍ଷ୍ୟ ଓ ଉଦ୍ଦ୍ୟେଶ୍ୟ ସମ୍ପର୍କରେ ଆଲୋଚନା କରିବା ସହ  କାର୍ଯ୍ୟକ୍ରମ ଉପରେ ନିଜର ବକ୍ତବ୍ୟ ରଖିଥିଲେ  ।   ଅନ୍ୟ  ପକ୍ଷରେ     କାର୍ଯ୍ୟ ନିର୍ବାହି ଯନ୍ତ୍ରୀ    , ବରିଷ୍ଠ ସାମ୍ବାଦିକ ମହାଦେବ ସାହୁ , ସ୍ବାତୀ ସମ୍ପାଦକ ହରିଶକଂର ରାଉତ ସମାଜ ସେବୀ ଅକ୍ଷୟ କୁମାର ନାୟକ   ମନରେଗା ଦ୍ବାରା ହେବାକୁ ଥିବା ଉନ୍ନତୀ ମୁଳକ କାର୍ଯ୍ୟ ଓ ସ୍ବଛତା ଉପରେ ନିଜ ନିଜର ବକ୍ତବ୍ୟ ରଖିଥିଲେ  ।ଅନ୍ୟ ପକ୍ଷରେ ୨୪ ପଚାଂୟତର ସରପଚଂ , ସମିତି ସଭ୍ୟ , ଜି.ଆର.ଏସ୍ , ପଚାଂୟତ କାର୍ଯ୍ୟ ନିର୍ବାହି ଅଧିକାରୀ ,  ଜଗଂଲ ବିଭାଗ , ଉଦ୍ୟାନ ବିଭାଗ , ଜଳ ଛାୟା , ମୃତିକା ବିଭାଗ ର ଅଧିକାରୀ ମାନକଂ ଦ୍ବାରା କାର୍ଯ୍ୟକାରି କରା ଜାଇଥିବା   ମନରେଗା  ପ୍ରକଳ୍ପ ଗୁଡିକ ର  ଭି.ଆର୍.ପି ଓ ବ୍ଲକ୍ ସାମାଜିକ ସମୀକ୍ଷକକଂ ଦ୍ବାରା ଆବିସ୍କାର ହୋଇଥିବା


 ସମସ୍ୟା ଗୁଡିକ  ଉପସ୍ଥାପନ କରା ଯାଇ ଥିଲା   । ୪୩ ଟି  ପ୍ରକଳ୍ପର  ଛୋଟ ବଡ ତୃଟି  ପରିଲକ୍ଷିତ ହେବା ସାମାଜିକ ସମୀକ୍ଷକ ସଂଜୀବ ଦିଗାଳ ଉପସ୍ଥାପନ କରିଥିଲେ ।    ଦାୟିତ୍ବରେ ଥିବା  ଅଧିକାରୀ ମାନେ ପ୍ରକଳ୍ପର ତୃଟି ଗୁଡିକ ନିକଟରେ  ସମାଧାନ ହେଇଯିବ ବୋଲି ନିଜ ତରଫରୁ ମତ ରଖିଥିଲେ ।  ସୁମରବନ୍ଧ ପଚାଂୟତରେ  ମୁର୍ତିକା ସରଂକ୍ଷଣ ବିଭାଗ ତରଫରୁ  ଦୁଇଟି ପୋଖରୀ ଖୋଳା ଶେଷ ହୋଇ ଯାଇଥିବା ତଥ୍ୟ ଅଛି , କିନ୍ତୁ  ପ୍ରକୃତରେ କାମ ନହୋଇ ଗୋଟିଏ ୧୨୦୦୦୦ ଟକାଂ ଆଉ ଗୋଟିଏ ୯୫ ୦୦୦ ଟକାଂ ବିଲ୍ କରା ଯାଇ ସରକାରୀ ଅର୍ଥ ଆତ୍ମସାତ କରା ଯାଇଥିବା ନଜରକୁ ଅସିଥିଲା  ।  ଉକ୍ତ କାର୍ଯ୍ୟର ବିଭାଗୀୟ ଅଧିକାରିକଂ ଉତର ସନ୍ତୋଷ ଜନକ ନଥିଲା ।   ଅତିରିକ୍ତ ଜିଲାପାଳ ଏଦିଗରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ପଦକ୍ଷେପ ନେବେ ବୋଲି ପରାମର୍ଶ ଦେିଇଥିଲେ ।   ଅତିରିକ୍ତ ଜିଲାପାଳ ଫିରିଗିଆ ବ୍ଲକ୍ ରେ ହୋଇଥିବା କାର୍ଯ୍ୟକ୍ରମ ପାଇ ଗୋଷ୍ଠୀ ଉନ୍ନୟ ଅଧିକାରୀକୁଂ  ପ୍ରଶଂସା କରିବା ସହିତ ସମସ୍ତ ଲାଇନ୍ ଡିପାର୍ଟମେଣ୍ଟ ତାକଂର କାର୍ଯ୍ୟକ୍ରମର ବିବରଣୀ ବିଡିଓ କୁଂ ଦେବାକୁ କହିଥିଲେ ।ଫିରିଙ୍ଗିଆ ରୁ କଖୟ ନୟଙ୍କ ରିପୋର୍ଟ ।

Post a Comment

0 Comments