ଭାରତର ପୂର୍ବତନ ରାଷ୍ଟ୍ରଦୂତ ଦିବଂଗତ ଅବସର ବେଉରିଆ କିଛି ମାସ ପୂର୍ବେ ଦଶପଲ୍ଲା ନିର୍ବାଚନ ମଣ୍ଡଳୀରେ ପ୍ରତିଷ୍ଠିତ ଦାସିଆ ଅଜାଙ୍କ ପ୍ରସିଦ୍ଧ ସଂଗ୍ରହାଳୟକୁ ପ୍ରଦାନ କରିଥିବା ଦକ୍ଷିଣ ଆଫ୍ରିକା ମାଡାଗାସ୍କା ଦେଶର ଛ କୋଟି ବର୍ଷର ପୁରାତନ ବିରଳ ଜୀବାଶ୍ମ (fossil) କୁ ଦଶପଲ୍ଲାର ମାନ୍ୟବର ବିଧାୟକ ଶ୍ରୀ ରମେଶ ଚନ୍ଦ୍ର ବେହେରା ଜନ ସାଧାରଣ ଓ ପର୍ଯ୍ୟଟକ ମାନଙ୍କ ପାଇଁ ପ୍ରଦର୍ଶିତ କରୁଛନ୍ତି। ପାର୍ଶ୍ଵରେ ଦାସିଆ ଅଜାଙ୍କ ନାତି ଦୀପକ ପଟ୍ଟନାୟକ ଓ ନୂଆଗାଁ ବ୍ଳକର ଯୁବ ସମାଜସେବୀ ଶଙ୍କର୍ଷଣ ବେହେରା ଓ ବ୍ଳକର ଉପାଧ୍ୟକ୍ଷ ପର୍ଶୁରାମ ସ୍ୱାଇଁ ଉପସ୍ଥିତ। ପୃଥିବୀର ଏହି ପୁରାତନ ବିରଳ ଜୀବାଶ୍ମ ଦଶପଲ୍ଲା ନିର୍ବାଚନ ମଣ୍ଡଳୀକୁ ଆସିଥିବାରୁ ବିଧାୟକ ଖୁବ୍ ଖୁସି ବ୍ୟକ୍ତ କରିଛନ୍ତି। ନିର୍ବାଚନ ମଣ୍ଡଳୀର ଜନସାଧାରଣ ଦାସିଆ ଅଜାଙ୍କ ସଂଗ୍ରହାଳୟରେ ଏହାକୁ ଦେଖିବା ପାଇଁ ବିଧାୟକ ସମସ୍ତଙ୍କୁ ନିବେଦନ କରିଛନ୍ତି।(ଭାରତର ପୂର୍ବତନ ବୈଦେଶିକ ସଚିବ, ରାଷ୍ଟ୍ରଦୂତ ଓ ଉଚାୟୁକ୍ତ ଶ୍ରୀଯୁକ୍ତ ଲଳିତ ମାନସିଂହ ଓ ବିଖ୍ୟାତ କବି ପୂଜ୍ୟ ମାୟାଧର ମାନସିଂହ ଙ୍କ ଝିଅ ଶ୍ରୀମତୀ ନିବେଦିତା )
0 Comments