ଦଶିଆ ଅଜାଙ୍କ ସଂରଳୟ କୁ ଆସିଲା ରଣପୁର ରାଜବାଟିର ଓ କଣ୍ଟିଲୋ ରୁ ବହୁ ପୁରାତନ କାଚର ଫୁଲଦାନି ଓ ୧୫୦ ବର୍ଷର ପେଣ୍ଟିଗ ।

 



ନୟାଗଡ ଜିଲ୍ଲା ଦଶିଆ ଅଜାଙ୍କ ପ୍ରସିଦ୍ଧ ପାଠାଗାର ଓ ସଂରଳୟ ପାଇଁ କଣ୍ଟିଲୋ  କଂସାରି ସାହି ପାଟଣାର ରବୀନ୍ଦ୍ର କୁମାର ମହାରଣା ରଣପୁର ରାଜବଟିରେ ଥିବା ତିନି ପିଢୀ ରାଜାଙ୍କ ବର୍ତମାନ ସୁଧା ପ୍ରାୟ ୨୫୦ ବର୍ଷର ପୁରାତନ କାଚ ନିର୍ମିତ ଏକ ବଡ ଫୁଲଦାନି ଓ ୧୫୦ ବର୍ଷର ପୁରାତନ ଏକ ପେଣ୍ଟିଙ୍ଗ ୧୯୭୬ ମସିହାରୁ ରଣପୁର ରାଜବାଟି ରୁ ସଂଗ୍ରହ କରି ନିଜ ପାଖରେ ରଖିଥିଲେ । ନିଜ ମା କଳମଳା ମହାରଣା ୬୫ ବର୍ଷର ପୂର୍ବେ ଠାକୁର ଘରେ ରଖୀ ବ୍ୟବହାର କରୁଥିଲେ ,ପିତଳ ନିର୍ମିତ ଚିଲମ । ଏହି ପରି ୩ ଗୋଟି ପୁରାତନ ସାମଗ୍ରୀ ଓ କଣ୍ଟିଲୋ ଫକିର ଅତିବୁଦ୍ଧି ପାଟଣାର ବିଶିଷ୍ଟ କାଷ୍ଠ ଶିଳ୍ପୀ ହରିହର ନାୟକଙ୍କ ଜେଜେବାପା ଅର୍ଜୁନ ନାୟକ ମହାନଦୀର ବନ୍ୟା ଜଳରୁ ସଂଗ୍ରହ କରିଥିବା ୨୦୦ ବର୍ଷର ଏକ ପୁରାତନ କାଠ ମୁଣ୍ଡା ରେ  ନିର୍ମିତ ବିଭିର୍ଣ୍ଣ ଜଳଜୀବ ମାନଙ୍କର ଏକତ୍ର ଖୋଦେଇ ହୋଇଥିବା ମୂର୍ତିକୁ ଦାସିଆ ଅଜାଙ୍କ ନାତି ଦୀପକ ପଟନାୟକ କଣ୍ଟିଲରୁ ଦାସିଆ ଅଜାଙ୍କ ସଂରଳୟ ପାଇଁ ସଂଗ୍ରହ କରିଛନ୍ତି ।


ରବୀନ୍ଦ୍ର  ଓ ହରିହର ଙ୍କ ଏହି ପୁରାତନ ସାମଗ୍ରୀ ମାନଙ୍କର ଦାନ ବଦାନ୍ୟତାକୁ ପ୍ରଶଂସା କରାଯାଇଛି । ଉକ୍ତ ପୁରାତନ ସାମଗ୍ରୀ ଦାସିଆ ଅଜାଙ୍କ ସଂରାଳୟ ରେ ଦେଶବିଦେଶ ର ପର୍ଯ୍ୟଟକ ଓ ଦର୍ଶକ ମାନଙ୍କୁ ଖୁବ ଆକ୍ରୁଷ୍ଟ କରିବ ବୋଲି ଦୀପକ ପଟନାୟକ ମତବ୍ୟକତ କରିବା ସହିତ ଖୁବ ଖୁସି ବ୍ୟକ୍ତ କରିଛନ୍ତି ।ଦୀପକ ପୁରାତନ ସାମଗ୍ରୀ ସଂଗ୍ରହ ପାଇଁ ନିରନ୍ତନ ଉଦ୍ୟମ କୁ ବୁଦ୍ଧିଜୀବୀ ମହଲରେ ପ୍ରଶଂସା କରାଯାଉଛି

Post a Comment

0 Comments