ପ୍ରକୃତିର ବିଶ୍ୱବାସୀଙ୍କୁ ଆବେଦନ

 ସମ୍ମାନନୀୟ ମହାଶୟ/ମହାଶୟା,

            ବିଶ୍ୱବାସୀ 

       


    ଖୁବ୍ ଶୀଘ୍ର ଆମ୍ବ, ଜାମୁ, ପଣସ ଇତ୍ୟାଦି ଫଳର ଋତୁ ଆସିଯିବ । ଆମର ଅନୁରୋଧ ହେଉଛି, ସେହିସବୁ ପାଚିଲା ଫଳକୁ ଯେତେବେଳେ ଆପଣ ବ୍ୟବହାର କରିବେ; ସେଗୁଡ଼ିକର ମଞ୍ଜିକୁ ଏଣେତେଣେ ଫୋପାଡ଼ି ଦେବେ ନାହିଁ । ସେଗୁଡ଼ିକୁ ଭଲ ଭାବରେ ଧୋଇ ଶୁଖାଇ ପ୍ୟାକେଟ କରି ରଖିଥିବେ । ଯେତେବେଳେ ଆପଣ ନିଜର ସାଇକେଲ, ବାଇକ୍, କାର୍ କିମ୍ବା ଅନ୍ୟ କୌଣସି ଗାଡ଼ିରେ ବାହାରକୁ ଯିବେ ବା ରାଜପଥ ଦେଇ ଯାଉଥିବେ; ଆଖପାଖରେ କୌଣସି ଗଛଲତା ନଥିବା ପଡିଆ ମଧ୍ୟ ଦେଖିବାକୁ ପାଇବେ । ନିଜ ପାଖରେ ରଖିଥିବା ସେହି ମଞ୍ଜିଗୁଡ଼ିକ ଭିତରୁ କିଛି କିଛି ସେହି ଗଛଲତା ନଥିବା ସ୍ଥାନକୁ ଫୋପାଡ଼ି ଦେବେ ।

            ମୌସୁମୀ ଆସିଗଲେ, ବର୍ଷା ହେଲେ ସେହି ମଞ୍ଜିରୁ ଗଜା ବାହାରିବ ଓ ତାହା ଗଛରେ ପରିଣତ ହେବ । ଯଦି ଆମର ଏହି ଉଦ୍ୟମ ଫଳରେ ପ୍ରତ୍ୟେକଙ୍କ ସାମାନ୍ୟ ସହଯୋଗରେ ଗୋଟିଏ ଲେଖାଏଁ ଗଛ ବଞ୍ଚି ରହେ, ତେବେ ବିଭିନ୍ନ ଅଞ୍ଚଳରେ ଗଛର ସଂଖ୍ୟା ବୃଦ୍ଧି ପାଇବ ଏବଂ ଆମର ଉଦ୍ଦେଶ୍ୟ ସଫଳ ହେବ । ଏହାକୁ ଏକ ସାଧାରଣ କଥା ବୋଲି ଭାବନ୍ତୁ ନାହିଁ । ଦଶ ବର୍ଷ ପୂର୍ବରୁ ଏହି କାର୍ଯ୍ୟକ୍ରମ ମହାରାଷ୍ଟ୍ରର ସତାରା ଓ ରତ୍ନଗିରି ଅଞ୍ଚଳରେ ଆରମ୍ଭ କରାଯାଇଛି । ପରିଣାମ ସ୍ବରୂପ ଏଥିରେ ଉତ୍ସାହିତ ହୋଇ କେତେକ ବ୍ୟକ୍ତି/ଅନୁଷ୍ଠାନ ଅନ୍ୟାନ୍ୟ ସ୍ଥାନରେ ମଧ୍ୟ ଜନସାଧାରଣଙ୍କ ମଧ୍ୟରେ ଏହି ମେସେଜ୍ ଟିକୁ ପ୍ରସାରଣ କରିବାକୁ ଅନୁରୋଧ କରିଛନ୍ତି । ବୃକ୍ଷ ସମ୍ପଦର ବୃଦ୍ଧି ସହିତ ଆମର ପ୍ରକୃତି ଓ ପରିବେଶର ସୁରକ୍ଷା ନିମନ୍ତେ ଅଧିକରୁ ଅଧିକ ବ୍ୟକ୍ତି ଏହି କାର୍ଯ୍ୟକ୍ରମରେ ହାତ ମିଳାଇବାରେ ଲାଗିଛନ୍ତି । ସତରେ, ଆମେ ସମସ୍ତେ ଯଦି କିଛି ନା କିଛି ସମୟ ଦେବା, ତେବେ ଆଶ୍ଚର୍ଯ୍ୟଜନକ ଭାବେ ଆମ ରାଜ୍ୟ, ଆମ ଦେଶ ଏବଂ ଆମ ବିଶ୍ବ ଅଚିରେ ସୁଜଳା, ସୁଫଳା, ଶସ୍ୟ -ଶ୍ଯାମଳା ହୋଇ ପାରିବ । ଆମେ ଭୋଗ କରି ନପାରିଲେ ମଧ୍ୟ ଆମର ପରବର୍ତ୍ତୀ ବଂଶଧର ତ ଏକ ସବୁଜ ସୁନ୍ଦର ଧରିତ୍ରୀରେ ବାସ କରିବେ !

        

Post a Comment

0 Comments