⭕🌹⭕ *ହୋଲିକା ଦହନ* ⭕🌹⭕
ହୋଲିକା ଦହନକୁ ନେଇ ପୁରାଣରେ ଏକ କଥା ରହିଛି। ହିରଣ୍ୟକଶ୍ୟପଙ୍କ ପୁତ୍ର ପ୍ରହଲ୍ଲାଦ ବିଷ୍ଣୁଙ୍କର ଜଣେ ବଡ଼ ଭକ୍ତ ଥିଲେ। ଅସୁର ହୋଇଥିବାରୁ ହିରଣ୍ୟକଶ୍ୟପଙ୍କୁ ତାହା ପସନ୍ଦ ଆସୁନଥିଲା। ସେ ବାରମ୍ବାର କହିବା ପରେ ବି ପ୍ରହଲ୍ଲାଦ ବିଷ୍ଣୁଙ୍କୁ ଆରାଧନା କରୁଥିଲେ। ଯେଉଁ କାରଣରୁ ପ୍ରହଲ୍ଲାଦଙ୍କୁ ମାରିବାକୁ ହିରଣ୍ୟକଶ୍ୟକପ ବହୁ ଚେଷ୍ଟା କରୁଥିଲେ। ହିରଣ୍ୟକଶ୍ୟପଙ୍କର ହୋଲିକା ନାମରେ ଏକ ଭଉଣୀ ଥିଲେ। ସେ ଶିବଙ୍କ ନିକଟରୁ ଏକ ଏପରି ଚାଦର ପାଇଥିଲେ, ଯାହାକୁ ଘୋଡ଼େଇ ହେଲେ ଅଗ୍ନି ବି ଜାଳିପରିବ ନାହିଁ। ଭାଇ ହିରଣ୍ୟକଶ୍ୟପ କହିବାରୁ ହୋଲିକା ନିଜେ ସେହି ଚାଦର ଘୋଡ଼େଇ ହୋଇ ପୁତୁରା ପ୍ରହଲ୍ଲାଦକୁ ଧରି ଅଗ୍ନିରେ ବସିଗଲେ। ହେଲେ ଭଗବାନ ବିଷ୍ଣୁଙ୍କ ଅପାର କୃପାରୁ ପବନରେ ଚଦର ଉଡ଼ିଯାଇ ପ୍ରହଲ୍ଲାଦଙ୍କ ଶରୀରକୁ ଢାଙ୍କି ଦେଲା ଓ ସେହି ଅଗ୍ନିରେ ନିଜେ ହୋଲିକା ଜଳିଗଲା। ଅଧର୍ମ ଉପରେ ପୁଣି ଥରେ ଧର୍ମର ଜୟ ହେଲା। ସେହି ଦିନକୁ ଲୋକେ ହୋଲିକା ଦହନ ଭାବେ ପାଳନ କରି ଅଧର୍ମ ଉପରେ ସଦା ଧର୍ମର ଜୟ କଥାଟିକୁ ସ୍ମରଣ କରନ୍ତି।
🕉️ ନମଃ ଭଗବତେ ବାସୁଦେବାୟ 🙏🙏🙏
0 Comments