ସରୋଜ ବିଶି ହତ୍ୟା ଘଟଣା ସାଇକେଲ ସହ ଟାଙ୍ଗିଆ ଜବତ : ୪ ଅଟକ



ଦଶପଲ୍ଲା ଥାନା ବୁଗୁଡ଼ା ଗ୍ରାମର ସରୋଜ ବିଶି ହତ୍ୟା ଘଟଣା ର ତଦନ୍ତ କରି ପୋଲିସ ସରୋଜ ବିଶି ଘର ନିକଟ ଜଙ୍ଗଲ ରୁ ଏକ ସାଇକେଲ ଜବତ କରିଥିବା ବେଳେ ହତ୍ୟାରେ ବ୍ୟବହୃତ ଟାଙ୍ଗିଆ ଜବତ କରିଛି । ଏହି ଘଟଣା ରେ ପୋଲିସ ବାଙ୍କ ତଇଳା ଗ୍ରାମର ୪ ଜଣଙ୍କୁ ଥାନା କୁ ଆଣି ଅଟକ ରଖିଛି ।  ସୂଚନା ଯୋଗ୍ୟଯେ ଗତ ବୁଧବାର ହୋଲି ଦିନ ଚାରିଆଡ଼େ ହୋଲିଖେଳ ଚାଲିଥିବା ବେଳେ ବୁଗୁଡ଼ା ଗ୍ରାମର ସରୋଜ ବିଶି ମଦ ଖାଇ ହୋଲି ଖେଳୁଥିଲେ । ଏହି ସମୟ ରେ ବାଙ୍କ ତାଇଲା ଗ୍ରାମର ବାବୁ ଭୋଇ ନିମନ୍ତ୍ରଣ ଦେବାକୁ ତାଙ୍କର ସମ୍ପର୍କୀୟ ଙ୍କ ନିକଟ କୁ ଆସିଥିବା ବେଳେ ସରୋଜ ତାଙ୍କୁ ଅସଭ୍ୟ ଭାଷାରେ ଗାଳିଗୁଲଜ କରିବା ସହ ତାଙ୍କ ବାଇକ୍ ଡିକି ଭାଙ୍ଗି ଦେଇଥିଲେ । ପରେ ବାଙ୍କ ତଇଳା ଗ୍ରାମର କିଛି ଯୁବକ ସରୋଜ ନିକଟକୁ ଆସି ଗଣ୍ଡଗୋଳ କରିଥିଲେ । ମାତ୍ର ଏହା ସମାଧାନ ହୋଇଥିଲା । ପରେ ସରୋଜ ଏକୁଟିଆ ରହୁଥିବା ବୁଗୁଡ଼ା କନ୍ୟାଶ୍ରମ ନିକଟ ଘର କୁ ଚାଲି ଯାଇଥିଲା । ମାତ୍ର ଗୁରୁବାର ଦିନ ସରୋଜ ନ ଆସିବାରୁ ତାର ମାଆ ତା ପାଇଁ ଖାଦ୍ୟ ଧରି ସେହି ଘରକୁ ଯାଇଥିବା ବେଳେ ସରୋଜ ମରି ପଡିଥିବା ଦେଖିବାକୁ ପାଇଥିଲା । ପରେ ସରୋଜ ର ଦାଦା ସେହି ଘରକୁ ଆସିଥିବା ବେଳେ ସରୋଜ କୁ ହାଣି ହତ୍ୟା କରାଯାଇଥିବା ଜାଣି ପୋଲିସ କୁ ଖବର ଦେଇଥିଲେ । ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ସରୋଜ ର ସବ କୁ ଉଦ୍ଧାର କରିଥିବା ବେଳେ ଏକ ହତ୍ୟା ମୋକଦ୍ଦମା ରୁଜୁ କରି  ସରୋଜ ର ଶବ ବ୍ୟବଚ୍ଛେଦ କରିଛି । ଏହି ଘଟଣା କୁ ପୋଲିସ ଗୁରୁତର ଭାବେ ଗ୍ରହଣ କରିଥିବା ବେଳେ ଅତିରିକ୍ତ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଉମାକାନ୍ତ ମଲିକ ଙ୍କ ନେତୃତ୍ୱରେ ଶୁକ୍ରବାର ଦିନ ସାଇଣ୍ଟିଫିକ ଟିମ୍ ଓ ଡଗ ସ୍କୁଆର୍ଡ ଘଟଣା ସ୍ଥଳରେ ପହଞ୍ଚି ଏହାର ତଦନ୍ତ ଆରମ୍ଭ କରିଛି । ଏହି ତଦନ୍ତ ସମୟ ରେ ଦଶପଲ୍ଲା ଥାନା ଆଇ ଆଇ ସି ବସନ୍ତ ସାହୁ ଙ୍କ ସହ ଦଶପଲ୍ଲା ଥାନା କର୍ମଚାରୀ ସାମିଲ ହୋଇଥିବା ବେଳେ ଏହି ଘଟଣାରେ ପୋଲିସ ୪ ଜଣ ଙ୍କୁ ଥାନା ରେ ଅଟକ ରଖି ପଚରା ଉଚରା କରୁଛି ।

Post a Comment

0 Comments