ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଲକ ପରିସରରେ ଲୋକସେବାଦିବସ ପାଳନ ସମାରୋହ ଅନୁଷ୍ଠିତ ହୋଇଯାଇଛି.ପ୍ରବାଦ ପୁରୁଷ ସ୍ଵର୍ଗତ ବିଜୁ ପଟ୍ଟନାୟକ ଙ୍କ ୧୦୭ ତମ ଜନ୍ମ ଜୟନ୍ତୀ ଅବସରରେ ନୂଆଗାଁ ବ୍ଲକ ସଭା ଗୃହରେ ବ୍ଲକ ଅଧକ୍ଷ୍ୟା ଲକ୍ଷ୍ମୀପ୍ରିୟ ବେହେରାଙ୍କ ଅଧକ୍ଷତାରେ ଏହି ସମାରୋହ ଅନୁଷ୍ଠିତ ହୋଇଯାଇଛି । ଆଜିର ସଭାରେ ନୂଆଗାଁ ବିଡିଓ ପ୍ରମୋଦ କୁମାର ନାୟକ ,ଉପାଧକ୍ଷ ପରସୁରାମ ସ୍ଵାଇଁ ସମେତ ବ୍ଲକ କର୍ମଚାରୀ ଓ ବିଭିର୍ଣ୍ଣ ପଞ୍ଚାୟତରୂ ଆସିଥିବା ସରପଞ୍ଚ ଓ ସମିତି ଉପସ୍ଥିତ ରହିଥିଲେ । ନିଜ ଅଭିଭାଷଣ ମାଧ୍ୟମରେ ବିଡିଓ ସ୍ଵର୍ଗତ ବିପଟ୍ଟନାୟକ ଙ୍କ କାର୍ଯ୍ୟ ଧକ୍ଷତା ଜୀବନ ଶୈଳୀ ସମ୍ପର୍କରେ କହିଥିଲେ ।ଅଧକ୍ଷ୍ୟା ଲକ୍ଷ୍ମୀପ୍ରିୟ ବେହେରା ମଧ୍ୟ ସେ ପ୍ରସଙ୍ଗରେ ବିଜୁବାବୁଙ୍କର କର୍ମମୟ ଜୀବନ ଶଈଳି କୁ ମଧ୍ୟ ଉପସ୍ଥାପନ କରିଥିଲେ ।
ଶେଷରେ ନୂଆଗାଁ ବ୍ଲକ APO ଅମରେନ୍ଦ୍ର ସାହୁ ଧନ୍ୟବାଦ ଦେଇଥିଲେ ।
0 Comments