ଓଡିଶା ଡ୍ରାଇଭର ମହାସଂଘ ର ଦାବି ମାନିଲେ ସରକାର, ଆସନ୍ତା 3 ମାସ ଭିତରେ ଦାବି ଗୁଡିକ ସମାଧାନ କରାଯିବ ବୋଲି ଆଜି ଏକ ବୈଠକରେ ଆଲୋଚନା କରାଯାଇଛି
ତେବେ
ଡ୍ରାଇଭରଙ୍କ ଆନ୍ଦୋଳନ ଜାରି ରହିବ ନା ପ୍ରତ୍ୟାହାର ହେବ ତାହା ଦେଖିବାକୁ ବାକି ରହିଲା | ଉଲ୍ଲେଖ ଥାଉ କି ୧୦
ଦଫା ଦାବି ନେଇ ରାଜ୍ୟ ଡ୍ରାଇଭର ମହାସଂଘ ପକ୍ଷରୁ ଷ୍ଟିୟରିଂ ଛାଡ଼ ଆନ୍ଦୋଳନ ଡାକରା ଆଜି ଦ୍ଵିତୀୟ
ଦିନରେ ପହଂଚିଛି । ବ୍ଲକ୍, ପଞ୍ଚାୟତଠାରୁ ଆରମ୍ଭ କରି ରାଜରାସ୍ତା
ଯାଏ, ସବୁଠି ଡ୍ରାଇଭରମାନେ ଏକାଠି ହୋଇ ପ୍ରତିବାଦ ଚଳାଇଛନ୍ତି।
ଅଧିକାଂଶ ସ୍ଥାନରେ ଚାଳକମାନେ ଶୋଭାଯାତ୍ରା କରି ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି । ଆଉ ଡ୍ରାଇଭରଙ୍କ
ଆନ୍ଦୋଳନ ଯୋଗୁଁ ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଣ ପ୍ରଭାବିତ ହୋଇଥିବାବେଳେ କିଛି ସ୍ଥାନରେ
ପୁଲିସ-ଡ୍ରାଇଭର ମଧ୍ୟ ମୁହାଁମୁହିଁ ହୋଇଛନ୍ତି ||
0 Comments