ଓଏଏସ ସ୍ତରରେ ଅଦଳବଦଳ

  | ରାଜ୍ୟ ସରକାର ଓଏଏସ ସ୍ତରରେ ଅଦଳବଦଳ କରିଛନ୍ତି। ଏନେଇ ଗୁରୁବାର ବିଜ୍ଞପ୍ତି ପ୍ରକାଶ ପାଇଛି | ବିଭାଗ ପକ୍ଷରୁ ପ୍ରକାଶ ପାଇଥିବା ବିଜ୍ଞପ୍ତି ଅନୁସାରେ ମୟୂରଭଞ୍ଜର ଉଦଳାରେ ଉପଜିଲ୍ଲାପାଳ ଭାବେ କାର୍ଯ୍ୟରତ ଥିବା ଓଏଏସ ଅଧିକାରୀ ଭଗବାନ ବେହେରାଙ୍କୁ ପଦନ୍ନୋତି ମିଳିଛି । ଏସ୍‌ଏସ୍‌ ର‍୍ୟାଙ୍କରୁ ଶ୍ରୀ ବେହେରାଙ୍କୁ ରାଜ୍ୟ ସରକାର ଏସ୍‌ଏଜି ର‍୍ୟାଙ୍କକୁ ପଦନ୍ନୋତି ଦେଇଛନ୍ତି ।





ସେହିପରି ପଞ୍ଚାୟତିରାଜ ବିଭାଗ ପକ୍ଷରୁ ଏକ ବିଜ୍ଞପ୍ତି ପ୍ରକାଶ କରାଯାଇ ୨୨ ଜଣ ଓଏଏସ ଅଧିକାରୀଙ୍କ ବଦଳି କରାଯାଇଛି । ବିଭିନ୍ନ ସ୍ଥାନରେ କାର୍ଯ୍ୟରତ ଥିବା ୧୩ ଜଣ ଅଧିକାରୀଙ୍କୁ ବଦଳି କରି ବିଡିଓ ଭାବେ ନିଯୁକ୍ତ କରାଯାଇଛି । ବିରସେନ ବେହେରାଙ୍କୁ ଖରିଆର ବିଡିଓ, ସୁୁକାନ୍ତ କୁମାର ପଟ୍ଟନାୟକଙ୍କୁ ପଟାଙ୍ଗି ବିଡିଓ, ସ୍ୱସ୍ତିକ ଜମାଦାରଙ୍କୁ କୁନ୍ଦ୍ରା ବିଡିଓ ଭାବେ ନିଯୁକ୍ତ କରାଯାଇଥିବା ବେଳେ ଲମ୍ବୋଦର ଖୁଣ୍ଟିଆଙ୍କୁ ଏର୍ସମା, ମଳୟ କୁମାର ନାୟକଙ୍କୁ ସମାଖୁଣ୍ଟା, ସଚିଦାନନ୍ଦ ମିଶ୍ରଙ୍କୁ ନୂଆଗାଁ ବିଡିଓ, ପ୍ରମୋଦ ନାୟକଙ୍କୁ ପୁଇଁତଳା ବିଡିଓ, ଦେବାଶିଷ ଗୌଡ଼ଙ୍କୁ କୋରାପୁଟ ବିଡିଓ, ନରେନ୍ଦ୍ର ନାୟକଙ୍କୁ କାଲିମେଳା, ତପନ ସେନାପତିଙ୍କୁ ଜଗତସିଂହପୁରର ରଘୁନାଥପୁର, ଅକ୍ଷୟ କୁମାର ମଲ୍ଲିକଙ୍କୁ ଚନ୍ଦ୍ରପୁର, ଶୀତଲ ଅଗ୍ରୱାଲଙ୍କୁ ବାଣପୁର, ଶୁଭ୍ରାଞ୍ଜଳି ପ୍ରଧାନଙ୍କୁ ଗୁଣୁପୁର ବିଡିଓ ଭାବେ ବଦଳି କରାଯାଇଛି ।




ସେହିପରି ସୌମ୍ୟ ସାର୍ଥକ ମିଶ୍ରଙ୍କୁ କୋରାପୁଟ ଆଇଟିଡିଏର ପିଏ ଭାବେ ବଦଳି କକରାଯାଇଛି | ମଣିପ୍ରଶାଦ ମିଶ୍ରଙ୍କୁ ମୋ ସ୍କୁଲ ଓଏସଡି ଭାବେ ନିଯୁକ୍ତି ମିଳିଥିବା ବେଳେ ଗାୟତ୍ରୀ ସାମନ୍ତରାୟଙ୍କୁ ଆଦର୍ଶ ବିଦ୍ୟାଳୟ ଉପଦେଷ୍ଟାଙ୍କ ଓଏସଡି ଭାବେ ବଦଳି ହୋଇଛି । ମୃତ୍ୟୁଞ୍ଜୟ ତ୍ରିପାଠୀଙ୍କୁ ବିଡିଏ ଲ୍ୟାଣ୍ଡ ଅଫିସର ଭାବେ ନିଯୁକ୍ତ କରାଯାଇଥିବା ବେଳେ ବୁଲବୁଲ ବେହେରାଙ୍କ ବାଲିପାଟଣା ତହସିଲଦାର ଭାବେ ନିଯୁକ୍ତ କରାଯାଇଛି । ରାଜେନ୍ଦ୍ର ଖୋରାଙ୍କୁ କାର୍ଯ୍ୟନିର୍ବାହୀ ଅଧିକାରୀ ଭାବେ ବଦଳି କରାଯାଇଛି । ସନ୍ଧ୍ୟା ସମର୍ଥାଙ୍କୁ ଜଗତସିଂହପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଡେପୁଟି କଲେକ୍ଟର ଭାବେ ବଦଳି ହୋଇଥିବା ବେଳେ ପ୍ରଭୂକଲ୍ୟାଣ ଦାସଙ୍କୁ କେନ୍ଦୁଝର ଡେପୁଟି କଲେକ୍ଟର ଭାବେ ବଦଳି କରାଯାଇଛି ।



Post a Comment

0 Comments