୨୦୨୩ ପୁରୀ ଘୋଷଯାତ୍ରା ନିମନ୍ତେ ମହିତମା ବନ ବିଭାଗରୁ ଗଲା ୨୦ ଖଣ୍ଡ ରଥ କାଠ ।


 ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ ମହିତମା ବନ ବିଭାଗ ପକ୍ଷରୁ ଚଳିତ ବର୍ଷ ହେବାକୁ ଥିବା ପୁରୀ ଶ୍ରୀ ଜଗନ୍ନାଥଙ୍କ ଘୋଷଯାତ୍ରା ନିମନ୍ତେ ନିର୍ମାଣ ହେବାକୁ ଥିବା ରଥ ପାଇଁ ଧଉଡା କାଠ ଗଲା ପୁରୀ । ମିଳିଥିବା ସୂଚନା ଅନୁସାରେ ରଗଡିମଡା ସରଂକ୍ଷିତ ଜଙ୍ଗଲ ର କମ୍ପାଟମେଣ୍ଟ ୫ ମଧ୍ୟରୁ ଖାଲମଡା ବିଟ ଅନ୍ତର୍ଗତ ଧୌରା କାଠ ଖପୁରିଆ ସବମିଲ କୁ ରଥ ନିର୍ମାଣ ପାଇଁ ୨୦ ଖଣ୍ଡ କାଠ ପଠାଯାଇ ଅଛି । ସେଥିମଧ୍ୟରୁ ୧୨ ଫୁଟିଆ ୧୧ଟି ଓ ୨୦ ଫୁଟିଆ ୯ ଟି ପଠା ଯାଇଛି । ଏହି ସୂଚନା ମହିପୁର ବନଖଣ୍ଡ ଅଧିକାରୀ ଅମ୍ରିତ କୁମାର ସାହୁ ସୂଚନା ଦେଇଛନ୍ତି । ମହିତମା ସେକସନର ବନପାଳ ରାକେଶ ସାହୁ ଓ ବନରକ୍ଷୀ ଅର୍ଦ୍ଧେନ୍ଦୁ ପରିଡା ସହଯୋଗ କରିଛନ୍ତି ।


Post a Comment

0 Comments