ଦଶପଲ୍ଲା : - ଆଜି ଅପରାହ୍ନ ରେ ଦଶପଲ୍ଲା ବ୍ଲକ୍ ଅନ୍ତର୍ଗତ, ଆଦିବାସୀ ମଂଗଳ ବିଭାଗ ଦ୍ବାରା ପରିଚାଳିତ,ବାଣୀଗୋଛା ସରକାରୀ ଉଚ୍ଚ ବିଦ୍ୟାଳୟର ବାର୍ଷିକ ଉତ୍ସବ ମହା ସମାରୋହରେ ପାଳିତ ହୋଇଯାଇଛି । ଏହି ଉତ୍ସବରେ ସମ୍ମାନିତ ଅତିଥି ଭାବରେ ଦଶପଲ୍ଲା ବ୍ଲକ୍ ଚେୟାରମ୍ୟାନ ତଥା ବିଦ୍ୟାଳୟ ର ପ୍ରାକ୍ତନ ଛାତ୍ରୀ ଶ୍ରୀମତୀ ସୁନନ୍ଦା ସାହୁ, ମୂଖ୍ୟ ଅତିଥି ଭାବରେ ସି ଆଇ ସଂଚିତା ବେହେରା, ଜିଲ୍ଲା ପରିଷଦ ସଭ୍ୟ ତଥା ପ୍ରାକ୍ତନ ଛାତ୍ର ଶ୍ରୀ ହରିଶ୍ଚନ୍ଦ୍ର ଜାନୀ ତଥା ପ୍ରଧାନ ଶିକ୍ଷକ ଓ ବିଭାଗୀୟ ଅଧିକାରୀ ମାନେ ଯୋଗ ଦେଇଥିଲେ । ଅତିଥି ମାନେ ଛାତ୍ରଛାତ୍ରୀ ମାନଙ୍କୁ ବହୁ ପ୍ରେରଣା ଦାୟକ ଉପଦେଶ ଦେଇଥିଲାବେଳେ, ବିଭିନ୍ନ କ୍ଷେତ୍ରରେ କୃତିତ୍ବ ଅର୍ଜନ କରିଥିବା ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କାର ବିତରଣ କରାଯାଇଥିଲା ।
0 Comments