ୟୁଟ୍ୟୁବ୍ ମୁଖ୍ୟ କାର୍ଯ୍ୟନିର୍ବାହୀ ପଦରୁ ଇସ୍ତଫା ଦେଇଛନ୍ତି ସୁଜନ ୱୋଜିକ୍କି। ଦୀର୍ଘ ନଅ ବର୍ଷ ଏହି ପଦରେ କାର୍ଯ୍ୟ ସମ୍ଭାଳିବା ପରେ ଇସ୍ତଫା ଦେବେ ବୋଲି ଗୁରୁବାର ଦିନ ଏକ ବ୍ଲଗ୍ ପୋଷ୍ଟରେ ସେ କହିଛନ୍ତି। ୟୁଟ୍ୟୁବ୍ ର ମୁଖ୍ୟ ପ୍ରଡକ୍ଟ ଅଫିସର ନୀଲ ମୋହନ ୟୁଟ୍ୟୁବ୍ ର ନୂତନ ମୁଖ୍ୟ ହେବେ ବୋଲି ସେ କହିଛନ୍ତି।
୫୪ ବର୍ଷୀୟ ୱୋଜିକ୍କି, କହିଛନ୍ତି ଯେ ସେ ପରିବାର, ସ୍ୱାସ୍ଥ୍ୟ ଏବଂ ବ୍ୟକ୍ତିଗତ ଦିଗ ଉପରେ ଧ୍ୟାନ ଦେବା ପାଇଁ ଇସ୍ତଫା ଦେଇଛନ୍ତି। ୱୋଜିକ୍କି, ଯିଏକି ଗୁଗୁଲରେ ବିଜ୍ଞାପନ ଉତ୍ପାଦ ପାଇଁ ଜଣେ ବରିଷ୍ଠ ଉପସଭାପତି ଥିଲେ, ସେ ୨୦୧୪ ରେ ୟୁଟ୍ୟୁବର ସିଇଓ ହୋଇଥିଲେ।
0 Comments