କରୋନା ପରେ ନୂଆ ବିପଦ, ମଣିଷକୁ ହୋଇପାରେ ବାର୍ଡ-ଫ୍ଲୁ , who ର ଆଲର୍ଟ

 


ନୂଆଦିଲ୍ଲୀ :କରୋନା ସଂକ୍ରମଣ ପରେ ବର୍ତ୍ତମାନ ବାର୍ଡ-ଫ୍ଲୁ ବିଶ୍ୱ ପାଇଁ ଏକ ନୂଆ ବିପଦ ହୋଇପାରେ । ଏ ସମ୍ପର୍କରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ ଏକ ସତର୍କ ସୂଚନା ଜାରି କରାଯାଇଛି। ବାର୍ଡ-ଫ୍ଲୁ ହେଉଛି ଏଭିଆନ୍ ଇନ୍ଫ୍ଲୁଏଞ୍ଜା ଟାଇପ୍ ଜୀବାଣୁ । ଏହା ସଂକ୍ରମଣ ଦ୍ୱାରା ରୋଗ ସୃଷ୍ଟି ହୋଇଥିାଏ ।

ଏହି ରୋଗ ସାଧାରଣତଃ କୁକୁଡ଼ା ତଥା ଅନ୍ୟ ପକ୍ଷୀ ଏବଂ ସ୍ତନ୍ୟପାୟୀ ପ୍ରାଣୀମାନଙ୍କୁ ସଂକ୍ରମିତ କରିପାରେ। ତେବେ ନିକଟରେ ହୋଇଥିବା who ସର୍ଭେରେ କୁହାଯାଇଛି ଯେ ଏହି ରୋଗ ମଣିଷ ପାଇଁ ବିପଦ ମଧ୍ୟ ସୃଷ୍ଟି କରିପାରେ।

H5N1 ସଂକ୍ରମଣ ୨୫ ବର୍ଷ ଧରି ବନ୍ୟ ପକ୍ଷୀ ଏବଂ କୁକୁଡ଼ାମାନଙ୍କରେ ମଧ୍ୟରେ ବ୍ୟାପକ ମାତ୍ରାରେ ବ୍ୟାପିଛି । କିନ୍ତୁ ସ୍ତନ୍ୟପାୟୀ ପ୍ରାଣୀମାନଙ୍କ ନିକଟରେ ଏହା ବ୍ୟାପିବା ନେଇ ଆଶଙ୍କା କରାଯାଉଛି । ଏଥିପ୍ରତି ତୀକ୍ଷ୍ଣ ନଜର ରଖିବାକୁ who ପକ୍ଷରୁ ଚେତାବନୀ ଦିଆଯାଇଛି ।

Post a Comment

0 Comments