ଆଧାର କାର୍ଡର ନିୟାମକ ସଂସ୍ଥା ୟୁନିକ୍ ଆଇଡେଣ୍ଟିଫିକେସନ୍ ଅଥରିଟି ଅଫ୍ ଇଣ୍ଡିଆ (UIDAI) ଇଣ୍ଟରାକ୍ଟିଭ୍ ଭଏସ୍ ରେସପନ୍ସ (IVR) ଟେକ୍ନୋଲୋଜିରେ ବାସିନ୍ଦାଙ୍କ ପାଇଁ ନୂତନ ସେବା ଆରମ୍ଭ କରିଛି । ଯାହା ଦିନରାତି ଉପଲବ୍ଧ ହେବ। ଗ୍ରାହକମାନେ ଯେକୌଣସି ସମୟରେ ସେମାନଙ୍କର ଆଧାର ନାମଲେଖା କିମ୍ବା ଅପଡେଟ୍ ସ୍ଥିତି,ପିଭିସି କାର୍ଡ ସ୍ଥିତି କିମ୍ବା ଏସଏମଏସ ମାଧ୍ୟମରେ ସୂଚନା ପାଇବା ପାଇଁ UIDAI ର ଟୋଲ୍ ଫ୍ରି ନମ୍ବର ୧୯୪୭ କୁ କଲ କରିପାରିବେ।
UIDAI ଟୁଇଟ୍ କରି କହିଛନ୍ତି, ‘UIDAI ଦ୍ୱାରା IVRS ଉପରେ ନିର୍ମିତ ନୂତନ ସେବାକୁ ଅନୁଭବ କରନ୍ତୁ । ଅଧିବାସୀମାନେ ସେମାନଙ୍କର ନାମଲେଖାକୁ ଟ୍ରାକ୍ କରିବାକୁ କିମ୍ବା ସେମାନଙ୍କ ସ୍ଥିତି, ପିଭିସି କାର୍ଡ ସ୍ଥିତିକୁ ଅପଡେଟ୍ କରିବାକୁ କିମ୍ବା ଏସଏମଏସ ମାଧ୍ୟମରେ ସୂଚନା ଗ୍ରହଣ କରିବାକୁ UIDAI ର ଟୋଲ୍ ଫ୍ରି ନମ୍ବର ୧୯୪୭, ୨୪ × ୭ କୁ କଲ କରିପାରିବେ ।
0 Comments