
କଣ୍ଟାମାଳ ବ୍ଲକ ଦପଲାଗ୍ରାମ ଠାରେ ଅଷ୍ଟମ ଆଞ୍ଚଳିକ ଧନୁଯାତ୍ରା କୁ ସ୍ଥାନୀୟ ସରପଞ୍ଚ ଅର୍ନ୍ନପୂର୍ଣ୍ଣା ମହାକୁଡ଼ ମୁଖ୍ୟଅତିଥି ଭାବେ ଯୋଗଦେଇ ଉଦ୍ଘାଟନ କରିଥିଲେ l ବୁଧୁବାର ଅପରାହ୍ନ ରେ ଅଞ୍ଚଳର ଶତାଧିକ ମହିଳା ଯୋଗଦେଇ କଳସ ଶୋଭାଯାତ୍ରା ସହ ସନ୍ଧ୍ୟା ରେ ଧନୁଯାତ୍ରା ଆରମ୍ଭ ହୋଇଯାଇଥିଲା l କଂସ ଭୂମିକା ରେ ଭୁବନେଶ୍ୱର ପ୍ରଧାନ ଅଭିନୟ କରୁଛନ୍ତି l ନନ୍ଦ ଯଶୋଦା ଭୂମିକା ରେ ଯାଣିମୁଣ୍ଡା ଗ୍ରାମର ବିନୋଦ କଲତା ଓ ତାଙ୍କ ପତ୍ନି ଟିକେଶ୍ୱରୀ କଲତା ଅଭିନୟ କରୁଥିବା ନେଇ କମିଟି ପକ୍ଷରୁ ସୂଚନା ମିଳିଛି l ପ୍ରଥମ ସନ୍ଧ୍ୟା ରେ ଗୋପପୁର ସ୍ଥାପନ କରାଯାଇଥିଲା l ଆସନ୍ତା ୧୪ ତାରିଖ ପର୍ଯ୍ୟନ୍ତ ୬ ଦିନ ଧରି ଏହି ଧନୁଯାତ୍ରା ଚାଳିବ l
0 Comments