ଭାରତୀୟ ଜନତା ପାର୍ଟିର ମଧ୍ୟଖଣ୍ଡ ମଣ୍ଡଳର କାର୍ଯ୍ୟକାରିଣୀ ଓ ପ୍ରବାସ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା | ଏହି ବୈଠକରେ ଅଂଚଳର ବିଭିନ୍ନ ସମସ୍ୟାକୁ ନେଇ ଏକ ରାଜନୈତିକ ଚିଠା ପ୍ରସ୍ତାବ ପାରିତ କରାଯାଇଛି | ମଣ୍ଡଳ ପ୍ରବାସ କାର୍ଯ୍ୟକ୍ରମ ଅନ୍ତର୍ଗତ ସଂଗଠନ ସ୍ଥିତିକୁ ପୂର୍ବତନ ସାଂସଦ ତଥା ମଧ୍ୟଖଣ୍ଡ ମଣ୍ଡଳ ପ୍ରବାସ ପ୍ରଭାରୀ ପ୍ରତ୍ୟୁଷା ରାଜେଶ୍ଵରୀ ସିଂ ସମୀକ୍ଷା କରିଛନ୍ତି | ମଣ୍ଡଳ ସଂଗଠନକୁ ସୁଦୃଢ଼ କରିବାକୁ କାର୍ଯ୍ୟଶୈଳୀ ସମ୍ପର୍କରେ ସବିଶେଷ ତଥ୍ୟ ଦେଇଛନ୍ତି |
ଏହି ବୈଠକରେ ପୂର୍ବତନ ବିଧାୟକ ତଥା ବିଜେପି କାର୍ଯ୍ୟକାରିଣୀ ସଦସ୍ୟ ପୂର୍ଣ୍ଣ ଚନ୍ଦ୍ର ନାୟକ, ମଣ୍ଡଳ ସଭାପତି
ଦେବେନ୍ଦ୍ର ପ୍ରଧାନ, ମଣ୍ଡଳ ପ୍ରଭାରୀ ଚନ୍ଦ୍ର ଶେଖର ଦାସ, ଦଶପଲ୍ଲା ନିର୍ବାଚନ ମଣ୍ଡଳୀ ପ୍ରଭାରୀ କୃପା ସିନ୍ଧୁ ଗୌଡ଼, ପ୍ରସନ ଦାସ , କିଶୋର ଚନ୍ଦ୍ର ଦଳବେହେରା , ନାସିର ଉଦିନ ମହମଦ, ସନ୍ତୋଷ ପ୍ରଧାନ, ପ୍ରହଲ୍ଲାଦ ବରାଡ଼, ସୁକାନ୍ତ କୁମାର ନାୟକ, ଚନ୍ଦନ ରାଉତରାୟ, ମାନସ ବେହେରାଙ୍କ ସମେତ ଶତାଧିକ କାର୍ଯ୍ୟକର୍ତ୍ତା ଯୋଗ ଦେଇ ଥିଲେ
0 Comments