ଅଗ୍ନି କାଣ୍ଡରେ ଦୁଇବଖରା ପୋଡ଼ି ପାଉଁଶ ।

 


 ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଲକ ଅନ୍ତର୍ଗତ ଆଦିବାସୀ ବହୁଳ ବେରୁଆବାରୀ ପଂଚାୟତର ବନ୍ଦାମୁହି ହରିଜନ ସାହିରେ ରାତ୍ର ଦୁଇଘଣ୍ଟିକା ସମୟରେ ଅଗ୍ନି କାଣ୍ଡ ଘଟିଥିବା ଖବର ମିଳିଛି ।

ସୁଚନା ମୁତାବକ ବେରୁଆବାରୀ ପଂଚାୟତର ବନ୍ଦାମୁହି ହରିଜନ ସାହିର ପ୍ରଭାତ ନାଏକ, ଜଗନ୍ନାଥ ନାଏକ ଖୀଆ ପିଆ ସାରି ସୋଇଥିବା ବେଳେ ରାତ୍ର ଦୁଇଘଣ୍ଟିକା ସମୟରେ ନିଆଁ ଲାଗିଥୀବା ଜାଣି ଜିବନ ବିକଳରେ ଘରୁ ପରିବାର ସହିତ ବାହାରୀ ଆସିଥିଲେ । ସେହି ସମୟରେ ବାହାଡ଼ା ଝୋଲା ଫରେଷ୍ଟର ସନାତନ ସ୍ବାଇଁ ଓ ଷ୍ଟାଫ୍ ପେଟ୍ରୁଲିଗ କରିଥିଲେ ନିଆଁ ଲାଗିବା ଦେଖି ନିଆଁ ଲିଭାଇବା ସହିତ ଓଡ଼ଗାଁ ଦମକଳ ବାହିନୀ ଙ୍କୁ ଖବର ଦେଇଥିଲେ ଖବର ପାଇ ଓଡ଼ଗାଁ ଦମକଳ ବାହିନୀ ନିଆଁ ଲିଭାଇଥୀଲେ । ଘରର ପ୍ରତ୍ୟେକ ଜିନିଷ ଟଙ୍କା ସୁନା ଆଧାର ଭୋଟର ପରିଚୟ ପତ୍ର ସହିତ ସମସ୍ତ ଆବଶ୍ୟକ କାଗଜ ପତ୍ର ପୋଡ଼ି ଯାଇଥିବା ଦେଖିବାକୁ ମିଳିଛି। କେହି ଦୁର୍ବୃତ ଜାଣୀସୁଣୀ ନିଆଁ ଲଗାଇଦେଇଥୀବା କହିଛନ୍ତି ।

ସକାଳୁ ବାହାଡ଼ା ଝୋଲା ଫରେଷ୍ଟର ସନାତନ ସ୍ବାଇଁ ଓ ବାହାଡ଼ା ଝୋଲା ଫାଣ୍ଡି ଅଧିକାରୀ ଭିମଶେନ ମଲିକ ପହଞ୍ଚି ଲୋକଙ୍କୁ ସକାଳ ଜଳଖିଆ ସହିତ କିଛି ରୋଷେଇ ସାମଗ୍ରୀ ପ୍ରଦାନ କରିଛନ୍ତି । ସେହି ଭଳି ସ୍ଥାନୀୟ ସରପଂଚ ସମିତି ସଭ୍ୟ ପହଞ୍ଚି ସହଯୋଗ ର ହାତ ବଢ଼ାଇ ଥୀଲେ । ବାହାଡ଼ା ଝୋଲା ଫାଣ୍ଡି ଅଧିକାରୀ ଓ ବନବିଭାଗ ଅଧିକାରୀ ଙ୍କ ଏହିଭଳି ମହତ୍ୱ କାର୍ଯ୍ୟ କୁ ଅଂଚଳରେ ସ୍ୱାଗତ କରିଛନ୍ତି। ସରକାରୀ ସହାୟତା ଯୋଗାଇ ଦେବାପାଇଁ ଗ୍ରାମବାସୀ ଦାବି କରିଛନ୍ତି।

Post a Comment

0 Comments