୧-ଆଇଏଏସ ସମ୍ମିଳନୀ ଉଦ୍ଘାଟିତ, ଲୋକଙ୍କ ପାଖରେ ପହଞ୍ଚି ସମସ୍ୟାର ସମାଧାନ କରିବାକୁ ଜିଲାପାଳମାନଙ୍କୁ ନିର୍ଦେଶ ଦେଲେ ନବୀନ।
୨-ଭୁବନେଶ୍ୱର:ଆଜିଠାରୁ CBSE ଦ୍ବାଦଶ ପରୀକ୍ଷା,୨୦ରୁ ଦଶମ,ଉଭୟ ଶ୍ରେଣୀରେ ୩୯ ଲକ୍ଷ ପରୀକ୍ଷାର୍ଥୀ।
୩-ରାଜ୍ୟରେ ଫାର୍ମାସିଷ୍ଟ ଅଭାବ, ଅଛନ୍ତି ୨୬୯୧, ଦରକାର ୯୦୦୦,୮ ବର୍ଷରେ ନିଯୁକ୍ତି ପାଇଛନ୍ତି ୯୨୫।
୪-ନବମ SA-2 ପରୀକ୍ଷା ୨୦ରୁ ,୧୬ ସୁଦ୍ଧା ନୋଡାଲ ସେଣ୍ଟରରେ ପହଞ୍ଚିବ ପ୍ରଶ୍ନପତ୍ର।
୫-ଅଂଶୁଘାତ ମୁକାବିଲା ବୈଠକ ୧୬ରେ , ଆଜିଠୁ ରାତି ତାପମାତ୍ରା ବଢ଼ିବ।
୬-ଏଣିକି ଶୌଚାଳୟ ବ୍ୟବହାର କଲେ ଦେବାକୁ ପଡିବନି ଟଙ୍କା।ସମସ୍ତ ମହାନଗର ନିଗମର କମିଶନର ଓ ପୌରପାଳିକା ଓ ଏନଏସିର କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ଦିଆଯାଇଛି ଚିଠି ।
୭-ସ୍ୱାସ୍ଥ୍ୟମନ୍ତ୍ରୀ ନବଦାସ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଗୋପାଳ ଦାସ ଏବେ ଚୌଦ୍ୱାର ଜେଲରେ ,ଠିକଣା ୩ ନମ୍ବର ସେଲ।
୮-ତୁଟୁନି CMC ବିବାଦ: ବିଭିନ୍ନ ପ୍ରସଙ୍ଗକୁ ନେଇ ହଙ୍ଗାମା ପରେ ରାତିସାରା ଧାରଣାରେ ବସିଲେ କଂଗ୍ରେସ ଓ ବିଜେପି କର୍ପୋରେଟର।
୯-କିଟ୍ର ୨୫ ବର୍ଷ ପୂର୍ତ୍ତି ଅବସରରେ ଆଜି କିଟ୍ କ୍ରିକେଟ୍ ଷ୍ଟାଡିୟମରେ ଅନୁଷ୍ଠିତ ହେବ ମେଗା ରକ୍ତଦାନ ଶିବିର।
୧୦-KVSର PGT, TGT ସମେତ ଅନ୍ୟାନ୍ୟ ପୋଷ୍ଟ୍ ପାଇଁ ପରୀକ୍ଷା; ୱେବ୍ସାଇଟ୍ kvsangathan.nic.in ରୁ ଡାଉନ୍ଲୋଡ୍ କରନ୍ତୁ ଆଡମିଟ୍ କାର୍ଡ।
୧୧-ଆସନ୍ତା ତିନି ବର୍ଷ ରାଜ୍ୟର ୫୦ ହଜାର ଏସଏଚଜି SMEରେ ପରିଣତ ହେବ।ପ୍ରତି ଜିଲ୍ଲାରେ ମହିଳା SHGଙ୍କ ପାଇଁ ନିର୍ମାଣ ହେବ ଇଣ୍ଡଷ୍ଟ୍ରିଆଲ ପାର୍କ।
୧୨-କେନ୍ଦ୍ରାପଡ଼ା ଖାଇରାବାଦ ଅଞ୍ଚଳର ବୃଦ୍ଧା କମଳା ମହାରଣା:ଅଦରକାରୀ ପଲିଥିନରୁ ଦରକାରୀ ଜିନିଷ; କମାଲ କଲେ କମଳା !
୧୩-ଝାରସୁଗୁଡ଼ା:୫ହଜାର ଟଙ୍କା ପଡ଼ିଲା ମହଙ୍ଗା; ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ବିଇଓ ଅଫିସ୍ ବରିଷ୍ଠ କିରାଣୀ।
୧୪-କଟକ ପାରାଦୀପ ରାସ୍ତା କନ୍ଦରପୁର ଟୋଲ ଗେଟ୍:ଦୁର୍ଘଟଣା ପରେ ବାଇକରେ ଲାଗିଲା ନିଆଁ, ୨ ଯୁବକ ଜୀବନ୍ତ ଦଗ୍ଧ।
୧୫-ଟେକ୍ନୋଲୋଜିରେ ଅଗ୍ରସର ହେବାକୁ ଯୁବ ବର୍ଗଙ୍କୁ ସୁଯୋଗ; ୧୦ହଜାର ଛାତ୍ରଛାତ୍ରୀଙ୍କୁ ମିଳିବ ଦକ୍ଷତା ବିକାଶ ପ୍ରଶିକ୍ଷଣ।
୧୬-ମ୍ୟାଲେରିଆ ନିରାକରଣ: ଓଡ଼ିଶା ମଡେଲକୁ ଏକ ବିଶ୍ୱସ୍ତରୀୟ ସ୍ୱୀକୃତି ଦେଇଛି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ।
୧୭-ବାଲିଗୁଡ଼ା:ଚକା ଫାଟିବାରୁ 'ସାଲୁଙ୍କି’ ବସ ଦୁର୍ଘଟଣାଗ୍ରସ୍ତ, ୪୦ ଆହତ।
୧୮-ଦିଲ୍ଲୀ ପଟିଆଲା ହାଉସ କୋର୍ଟ ଶୁଣାଇଲେ ସଜା, ଅବଦୁର ରେହମାନକୁ ୭ବର୍ଷ ୫ ମାସ ଜେଲ।
୧୯-ଏୟାରବସ୍ ପରେ ବୋଇଂ ଠାରୁ ୨୨୦ ବିମାନ କିଣିବ ଏୟାର ଇଣ୍ଡିଆ, ଗୋଟିଏ ଦିନରେ ୪୭୦ଟି ଏୟାରକ୍ରାଫ୍ଟ ଡିଲ୍।
୨୦-ଆଫ୍ରିକୀୟ ଦେଶରେ ବ୍ୟାପିଛି ମାରବର୍ଗ ଭୂତାଣୁ; କରୋନାଠାରୁ ବି ମାରାତ୍ମକ।ଏହି ଭୂତାଣୁ ସଂକ୍ରମଣରେ ୯ ଜଣଙ୍କର ମୃତ୍ୟୁ।
0 Comments