ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକରେ ସରକାରଙ୍କ ୫–ଟି ଯୋଜନାରେ ବିଦ୍ୟାଳୟ ଗୁଡିକୁ ରୂପାନ୍ତରଣ କରିବା ପାଇଁ ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରାଯାଉଥିବା ବେଳେ ଯନ୍ତ୍ରୀମାନେ ନିଜକୁ ସୁହାଇଲା ଭଳି ଠିକାଦାରଙ୍କୁ ଧରି ନିମ୍ନମାନର କାର୍ଯ୍ୟ କରିଥିବା ନେଇ ବାରମ୍ବାର ଅଭିଯୋଗ ହେଉଛି। ନୂଆଗାଁ ବ୍ଲକ ବଡଗୋଠ ପଂଚାୟତ ଡିମିରିଝରୀ ବିଦ୍ୟାଳୟର ରୂପାନ୍ତରଣ କାର୍ଯ୍ୟରେ ପୂର୍ବରୁ ପୁଳାପୁଳା ଅଭିଯୋଗ ହୋଇଥିବା ବେଳେ ବର୍ତମାନ ଏକ ଡିଜିଟାଲ ଶ୍ରେଣୀଗୃହର ଉଭୟ ପାର୍ଶ୍ବ କାନ୍ଥରେ ଗଭୀର ଫାଟ ସୃଷ୍ଟି ହେବା ସହ ସିଲିଂ ଖସିପଡିଥିବା ବେଳେ ବିଦ୍ୟାଳୟ ରୂପାନ୍ତରଣ ନାମରେ ନିମ୍ନମାନର କାର୍ଯ୍ୟ କରି କିଭଳି ହରିଲୁଟ ହୋଇଛି ତାହା ଏଥିରୁ ଜଣାପଡୁଛି। ପୂର୍ବରୁ ଏହି ରୂପାନ୍ତରଣ ବିଦ୍ୟାଳୟରେ ଟାଇଲ ଖସିଥିବା ଏବଂ ଅସରାଏ ବର୍ଷାରେ ବିଦ୍ୟାଳୟ ମୁଖ୍ୟ ରାସ୍ତାରେ ପାଣି ଜମିଥିବା ନେଇ ମଧ୍ୟ ଖବର ପ୍ରସାରଣ ହୋଇଥିଲା।
ଦୁଃଖର ବିଷୟ ବଡଗୋଠ ପଂଚାୟତର ଡିମିରିଝରୀ ବିଦ୍ୟାଳୟ ବିବାଦର ପିଛା ଛାଡିବାର ନାଁ ଧରୁନାହିଁ। ଡିମିରିଝରୀ ବିଦ୍ୟାଳୟରେ କାର୍ଯ୍ୟ ପୂର୍ଣ୍ଣାଙ୍ଗ ହେବାର କିଛି ଦିନ ନଯାଉଣୁ କେଉଁଠି ଟାଇଲ ଗୁଡିକ ଫାଟିଲାଣି ତ ଆଉ କେଉଁଠି କାନ୍ଥରୁ ଟାଇଲ ଖସି ପଡିଥିବା ଦେଖିବାକୁ ମିଳିଥିଲା। ଗତ ଛଅ ମାସ ତଳେ ହୋଇଥିବା ଅସରାଏ ବର୍ଷାରେ ବିଦ୍ୟାଳୟର ମୁଖ୍ୟ ରାସ୍ତାରେ ଆŒୁଏ ପାଣି ଜମିଥିବା ମଧ୍ୟ ଦେଖିବାକୁ ମିଳିଥିଲା। ଏଭଳି ପରିସ୍ଥିତିରେ ବର୍ତମାନ ଏକ ଡିଜିଟାଲ ଶ୍ରେଣୀଗୃହର ଉଭୟ ପାର୍ଶ୍ବ କାନ୍ତ୍ରରେ ଗଭୀର ଫାଟ ସୃଷ୍ଟି ହେବା ସହ ସିଲିଂ ମଧ୍ୟ ଖସିପଡିଥିବା ଦେଖିବାକୁ ମିଳିଛି। ବ୍ଲକ ପ୍ରଶାସନ ନିଜର ଦୋଷ ଦୁର୍ବଳତା ଲୁଚାଇବା ପାଇଁ ସେଠାରେ କାମଚଳା ଭାବେ ଫଟା ସ୍ଥାନରେ ପ୍ୟାଚ ପକାଉଥିବା ବେଳେ ଖସି ଯାଇଥିବା ସିଲିଂକୁ ପୁଣି ଉପରେ ଝୁଲାଇ ଦିଆଯାଇଛି। ହେଲେ ଏହି ଶ୍ରେଣୀଗୃହରେ ଅଧ୍ୟୟନରତ କୋମଳମତି ଛାତ୍ରଛାତ୍ରୀଙ୍କ ପାଇଁ ଦିନକୁ ଦିନ ବିପଦ ସୃଷ୍ଟି ହେଉଥିବା ବେଳେ କେତେବେଳେ ଯେ ଅଘଟଣ ନଘଟିବ ତାହା କହି ହେବ ନାହିଁ। ଏଥିସହିତ ନିର୍ମାଣଧୀନ ଥିବା ପାଇଖାନା ଗୃହ ଏବଂ ଟାଙ୍କିରେ ଏବେ ଠାରୁ ଫାଟ ସୃଷ୍ଟି ହୋଇଥିବା ବେଳେ ସେଥିରେ ପ୍ୟାଚ ପକାଇ ତରବରିଆ ଭାବେ କାମ ସାରିଦେବାକୁ ଉଦ୍ୟମ ଚାଲିଥିବା ଜଣାପଡିଛି
0 Comments