ମାଳିସାହି ଗାଁ ରୁ ଚାରି ବର୍ଷ ହେବ ନିଖୋଜ ରମେଶ ପେଣ୍ଠେ|ଇ ଙ୍କ ପ୍ରସଙ୍ଗ ,ଭଗବାନ ଙ୍କ ଭରସା ରେ ଅସହାୟ ପରିବାର

 ନୟାଗଡ଼ ଜିଲ୍ଲା ରେ ପିଲା ଚୋରି ହେଉ କି ପରି ହତ୍ୟା କାଣ୍ଡ ଭଳି ଜଘନ୍ୟ ଘଟଣା ଘଟି  ନୟାଗଡ଼ ଜିଲ୍ଲା ଚର୍ଚ୍ଚା ରେ ରହୁଥିବା ବେଳେ ପୁନର୍ବାର ଆଜି ପୁଣି ନୟାଗଡ଼ ସଦରଥାନା ଅଧୀନ  ମାଳିସାହି ଫାଣ୍ଡି ଅନ୍ତର୍ଗତ ମାଳିସାହି ଗ୍ରାମ ର ଦୀର୍ଘ ଚାରି ବର୍ଷ ହେବ ନିଖୋଜ ଥିବା ରମେଶ ପେଣ୍ଠଇ ଙ୍କ ପରିବାର ପକ୍ଷରୁ ଅଭିଯୋଗ ହୋଇଥିଲା  |   ତେବେ ଅଭିଯୋଗ କରିବାର ବର୍ଷ ବର୍ଷ ଧରି ବିତିଯାଇଥିଲେ ମଧ୍ୟ ରମେଶ ଙ୍କ ସନ୍ଧାନ ପାଇବାରେ ରେ ବିଫଳ ସଦରଥାନା ପୋଲିସ | ଏନେଇ ପରିବାର ପକ୍ଷରୁ ବାରମ୍ବାର ଥାନା ର ଦ୍ୱାରସ୍ତ  ହେବା ପରେ
କେବଳ ଖୋଜା ଖୋଜି କରୁଛୁ କହି ହାତ ଟେକୁଛି ସଦରଥାନା ପୋଲିସ |  ଅନ୍ୟ ପଟେ ପରିବାର ର ଏକ ମାତ୍ର ରୋଜଗାରିଆ ପୁଅ ରମେଶ କୁ ଝୁରି ଝୁରି ଭଗବାନ ଙ୍କ ଅପେକ୍ଷା ରେ ପୁଅ ର ଫେରିବା ବାଟ କୁ ଚାହିଁ ବସିଛନ୍ତି ବାପା, ମା |



     ସୂଚନା ଅନୁସାରେ ନୟାଗଡ଼ ସଦର ଥାନା ଅନ୍ତର୍ଗତ ମାଳିସାହି ଗ୍ରାମ ର ରମେଶ ଚନ୍ଦ୍ର ପେଣ୍ଠେଇ ବୟସ 24, ବାପା-କୈଳାଶ ପେଣ୍ଠଇ ନୟାଗଡ଼ କଲେଜ ରେ +2ଅଧୟନ କରିଥିଲେ | ବାପା, ମା ର ଏକ ମାତ୍ର ରୋଜଗାରିଆ ପୁଅ ଥିଲେ ରମେଶ | ସବୁଦିନ ଭଳି ନୟାଗଡ଼ ର ଏକ ସୋରୁମ ରେ ସେଲସ ମ୍ୟାନ ରୂପେ କାର୍ଯ୍ୟ କରି ଘରକୁ ଫେରିଥିଲେ ରମେଶ  | ହେଲେ ସକାଳ ପାଇବା ବେଳ କୁ ଆଉ ଘରେ ନାଁହାନ୍ତି ରମେଶ ପରେ ବାପା କୈଳାଶ ପେଣ୍ଠଇ ନିଜ ବନ୍ଧୁ ବାନ୍ଧବ ଖୋଜା ଖୋଜି କରିବା  |  ପରେ କିଛି ଦିନ ବିତିବା ପରେ ହଠାତ ଏକ ଫୋନ ରେ ରମେଶ ଭୁବନେଶ୍ୱର ରେ ରହିଥିବା  ନିଜ ଘର କୁ ଜଣେଇଥିଲା  |  କିନ୍ତୁ ପରବର୍ତୀ ସମୟ ରେ ଆଉ ଘରୁ ଫୋନେ କରିଥିଲେ ସୁଦ୍ଧା ଯୋଗାଯୋଗ ସମ୍ଭବ ହୋଇପାରିନଥିଲା  | ପରେ ପରିବାର ଲୋକ ସଦରଥାନା ରେ ତା 24/9/2019ଘଟଣା ସମ୍ପର୍କ ରେ ଅଭିଯୋଗ କରିଥିଲେ ହେଲେ ପୋଲିସ ତାଙ୍କୁ ଭୁବନେଶ୍ୱର ଥାନା ରେ ଜଣାଇବା ପାଇଁ କହିଥିଲେ ଯାହା ଫଳରେ ତା 25/9/2019 ରେ ନୂଆପଲ୍ଲୀ ଥାନା, ଭୁବନେଶ୍ୱର ରେ ଅଭିଯୋଗ କରିଥିଲେ | ତେବେ କୈଳାଶ ପେଣ୍ଠଇ ଜଣେ ଗରିବ ଶ୍ରେଣୀ ର ଲୋକ ହେଇଥିବାରୁ ଯାହା ଫଳରେ ଭୁବନେଶ୍ୱର ରେ ଖୋଜା ଖୋଜି କରିବା ସମ୍ଭବ ହେଉନଥିଲା |  ଫଳରେ ଗାଁ କୁ ଫେରି ଏବେ ବି ପୁଅ ର ଫଟୋ କୁ ଧରି ଏଠି ସେଠି ପୁଅ ର ସନ୍ଧାନ ଖୋଜୁଛି | ତେବେ ଇତି ମଧ୍ୟରେ ପୋଲିସ ପ୍ରଶାସନ ଠାରୁ କୌଣସି ସନ୍ଧାନ ନ ପାଇ ପୁନଶ୍ଚ ତା 13/1/2021ରେ ନୟାଗଡ଼ ସଦର ଥାନା ରେ ଅଭିଯୋଗ ହୋଇଥିଲା |  ତେବେ ଏଭଳି ଦୁଃଖଦ ଘଟଣା ବିଷୟରେ ବାରମ୍ବାର ରମେଶ ଙ୍କ ବାପା କୈଳାଶ ପେଣ୍ଠଇ ନୟାଗଡ଼ ସଦରଥାନା ର ଥାନା ଅଧିକାରୀ ଙ୍କ ପୁଅ ର ନିଖୋଜ ସମ୍ପର୍କିତ ଖବର ବୁଝିବା ପାଇଁ ଯାଉଥିଲେ ସୁଦ୍ଧା ଥାନା ର କିଛି ତଳ ତଳିଆ କର୍ମଚାରି ମାନେ ବାପା କୈଳାଶ କୁ କୁହନ୍ତି ଥାନା ଅଧିକାରୀ ପରେ ଆସିବେ ତୁମେ ଖୋଜା ଖୋଜି କର ଆମେ ଖୋଜୁଛୁ କହି ବୁଝେଇ ଦିଅନ୍ତି ବୋଲି କୋହ ଭରା କଣ୍ଠ ରେ ବାପା, ମା  କହିଛନ୍ତି  |  ତେବେ ପୂର୍ଵ ରୁ ରମେଶ ଙ୍କ ର ମୁଣ୍ଡ ସାମାନ୍ୟ ଖରାପ ଥିଲା ପରେ ଔଷଧ ଖାଇ ସୁସ୍ଥ ଥିବା କଥା ବି କହିଛନ୍ତି | ତେବେ କୁଆଡେ ଗଲେ ରମେଶ   ...? କୁଆଡେ ଗଲା ମୋ ସରକାର ? ଯଦି ଜଣେ ଗରିବ ଅସହାୟ ପରିବାର ପୁଅ ର ସନ୍ଧାନ ପାଇବାକୁ ଚାରି ବର୍ଷ ବିତିଯାଇଥିଲେ  ମଧ୍ୟ ଆଜି ପର୍ଯ୍ୟନ୍ତ ତାର କୌଣସି ସନ୍ଧାନ ପାଇବାରୁ ବଞ୍ଚିତ ହୋଇ ଭଗବାନ ଙ୍କ ଭରସା ରେ ରହିପାରୁଛି ତେବେ ଆମ ନୟାଗଡ଼ ଜିଲ୍ଲା ରେ ବାରମ୍ବାର ପିଲା ନିଖୋଜ ଘଟଣା ନୟାଗଡ଼ ପୋଲିସ ପ୍ରଶାସନ ର କାର୍ଯକାରିତା ଉପରେ ଏକ ବଡ଼ ପ୍ରଶ୍ନ ବୋଲି  ସାଧାରଣ ରେ ଆଲୋଚନା ଚାଲିଛି  |   ଏନେଇ ସ୍ଥାନୀୟ ମାଳିସାହି ଫାଣ୍ଡି ଅଧିକାରୀ ଙ୍କ ସହ ଯୋଗାଯୋଗ କରିଥିଲେ ସୁଦ୍ଧା ସେ ଫୋନ ଉଠାଇନଥିଲେ ତେଣୁ ଏଭଳି ନିଖୋଜ ଘଟଣା ପ୍ରତି ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଅଲେଖ ଚନ୍ଦ୍ର ପହି  ସ୍ୱତନ୍ତ୍ର ଦୃଷ୍ଟି ଦେବା ପାଇଁ ସାଧାରଣ ରେ ଦାବି ହେଉଛି  |

Post a Comment

0 Comments