ହିତାଧିକାରୀଙ୍କୁ ମିଳୁନି ଚାଉଳ , ଗହମ , ଗ୍ରାମବାସୀ ଉପଜିଲ୍ଲାପାଳଙ୍କୁ କଲେ ଅଭିଯୋଗ।

           


 ଆଠଗଡ ଏନ ଏ ସି ର ୯ ନମ୍ବର ଓ ୧୬ ନମ୍ବର ଓ୍ଵାର୍ଡ ରେ ହିତାଧିକାରୀଙ୍କୁ ରେସନ ସାମଗ୍ରୀ ଯୋଗାଣରେ ବ୍ୟାପକ ଅନିୟମିତତା ହେଉଥିବା ଅଭିଯୋଗ ହୋଇଛି। ଗତ ଅଗଷ୍ଟ ମାସରୁ ଡିସେମ୍ବର ମାସ ପର୍ଯ୍ୟନ୍ତ ମାଗଣା ଚାଉଳ କିଛି ହିତାଧିକାରୀଙ୍କୁ ଦିଆଯାଇଥିଲା ବେଳେ ଟଙ୍କିକିଆ ଚାଉଳ କାହାକୁ ଦିଆ ଯାଇନାହିଁ। ସେହିପରି ଅନ୍ତୋଦୟ ଚାଉଳ ମଧ୍ୟ କାହାରିକୁ ଦିଆଯାଇନାହିଁ। ମାଗଣା ଚାଉଳ ଦେବା ବେଳେ ଫିଙ୍ଗର ପ୍ରିଣ୍ଟ ନେଇ କୌଣସି ହିତାଧିକାରୀଙ୍କୁ ରସିଦ ଦେଉ ନାହାନ୍ତି , ରସିଦ ମାଗିଲେ ରସିଦ  ଦିଆଯିବ ନାହିଁ ବୋଲି କହୁଥିବା ଅଭିଯୋଗ ହେଉଛି। ସଂପୃକ୍ତ ଡିଲର  ମା ମଙ୍ଗଳା ସ୍ବୟଂ ସହାୟକ ଗୋଷ୍ଠୀ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ହିତାଧିକାରୀଙ୍କ ଚାଉଳ ଓ ଗହମ ବଣ୍ଟନର ତୁରନ୍ତ ବ୍ୟବସ୍ଥା କରିବା ପାଇଁ ଗ୍ରାମବାସୀ ନିବେଦନ କରିଛନ୍ତି। ଉପଜିଲ୍ଲାପାଳଙ୍କ ଅନୁପସ୍ଥିତି ରେ ଡେପୁଟି କଲେକ୍ଟର ଦୀପ୍ତିମୟୀ ବେହେରାଙ୍କୁ ସ୍ନାରକପତ୍ର ପ୍ରଦାନ କରାଯାଇଛି। ଆଠଗଡରେ ଯୋଗାଣ ବିଭାଗ ଦିଗହରା ହୋଇ ପଡିଛି। ଆଠଗଡ ଏନ ଏ ସି ରେ ହିତାଧିକାରୀଙ୍କୁ ମାସ ମାସ ଧରି ରେସନ ସାମଗ୍ରୀ ମିଳୁ ନଥିବା ତଥା ସଂପୃକ୍ତ ଡିଲରଙ୍କ ମନ ମାନି ବିଷୟରେ ବିଭାଗୀୟ ଅଧିକାରୀଙ୍କ ପାଖରେ ଖବର ନ ଥିବା ଦେଖା ଦେଇଛି। ଆଠଗଡ ଏନ ଏ ସି ର ଯୋଗାଣ ବିଭାଗ ଦାୟୀତ୍ବ ସିଧାସଳଖ ସହକାରୀ ଯୋଗାଣ ଅଧିକାରୀ ଙ୍କ ତତ୍ତ୍ୱାବଧାନରେ ରହିଥିବା ବେଳେ ସହକାରୀ ଯୋଗାଣ ଅଧିକାରୀ କ୍ଷେତ୍ର ପରିଦର୍ଶନ କରନ୍ତି ନାହିଁ ।ଆଠଗଡରୁ ମହେଶ ଚନ୍ଦ୍ର ଦାସଙ୍କ ରିପୋର୍ଟ।

Post a Comment

0 Comments