କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଏକ ୩୦ ଜଣିଆ ପ୍ରତିନିଧି ଦଳ ଆସି କଟକ ଜିଲ୍ଲାର ଆଠଗଡ ସହରର ପରିମଳ ଅବସ୍ଥା ଅନୁଧ୍ୟାନ କରିଛନ୍ତି.

 


ଆଠଗଡ,୧୯/୨(ବ୍ୟୁରୋ) କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଏକ ୩୦ ଜଣିଆ ପ୍ରତିନିଧି ଦଳ ଆସି କଟକ ଜିଲ୍ଲାର ଆଠଗଡ ସହରର ପରିମଳ ଅବସ୍ଥା ଅନୁଧ୍ୟାନ କରିବା ସହ ବାତଜ୍ଵର ନିୟନ୍ତ୍ରଣ କାର୍ଯ୍ୟକ୍ରମ ରେ ସାମୁହିକ ବାତଜ୍ଵର ନିରାମୟ ଔଷଧ ବଣ୍ଟନ ବ୍ୟବସ୍ଥା ସମ୍ପର୍କରେ ଅନୁଧ୍ୟାନ କରିଛନ୍ତି। ଆଠଗଡ ଉପଖଣ୍ଡ ହସ୍ପିଟାଲ ର ଅଧିକ୍ଷକ ଡାକ୍ତର ବିଜୟ କୁମାର ମିଶ୍ରଙ୍କ ନେତୃତ୍ୱରେ ଏହି ପ୍ରତିନିଧି ଦଳ ସହରର ବିଭିନ୍ନ ୱାର୍ଡ ବୁଲି ଲୋକଙ୍କ ସହ ଆଲୋଚନା କରିଥିଲେ।ପରିମଳ ଅବସ୍ଥା ଅନୁଧ୍ୟାନ କରିବା ସହ ବାତ ଜ୍ଵର ନିୟନ୍ତ୍ରଣ ପାଇଁ ବଣ୍ଟନ କରାଯାଉଥିବା ଡିଇସି ଓ ଆଲଵେଣ୍ଡାଜୋଲ ବଟିକା କେତେ ସଂଖ୍ୟାରେ ଲୋକ ଖାଇଛନ୍ତି ସେ ସମ୍ବନ୍ଧ ରେ ଅନୁସନ୍ଧାନ କରିଥିଲେ। ଗୋଦର ଓ ଫାଇଲେରିଆ ପୀଡ଼ିତ ମାନଙ୍କୁ ବଣ୍ଟନ କରାଯାଉଥିବା ଏମ ଏମ ଡି ପି କିଟ ର ବ୍ୟବହାର ସମ୍ପର୍କରେ ବୁଝିଥିଲେ। ଆଠଗଡ ଉପଖଣ୍ଡ ଡ଼ାକ୍ତରଖାନା ପରିସରରେ ଥିବା ଏମଡିଏ କର୍ଣ୍ଣର ବୁଲି ଦେଖିଥିଲେ । ଉକ୍ତ କାର୍ଯ୍ୟକ୍ରମ ଗୁଡ଼ିକ ଦାୟିତ୍ୱରେ ଥିବା ବରିଷ୍ଠ ବହୁମୁଖି ସ୍ଵାସ୍ଥ୍ୟ ପରିଦର୍ଶକ ମହମ୍ମଦ ଅସଲମ୍ ଆଠଗଡ ଉପ ଜିଲ୍ଲାପାଳ ହେମନ୍ତ କୁମାର ସ୍ବାଇଁଙ୍କ ଉପସ୍ଥିତିରେ ସମସ୍ତ ତଥ୍ୟ ପ୍ରତିନିଧି ଦଳଙ୍କୁ ଅବଗତ କରାଇଥିଲେ।ପ୍ରତିନିଧି ଦଳ ଆଠଗଡ ରେ ଏହି କାର୍ଯ୍ୟକ୍ରମ ଠିକଣା ଭାବେ ନିର୍ବାହ କରାଯାଇଥିବା ଅନୁଭବ କରି ପ୍ରଶଂସା କରିଥିଲେ।ମାତ୍ର ଆଠଗଡ ରେ ରାତ୍ରୀକାଳୀନ ରକ୍ତ ସଂଗ୍ରହ ଓ ପରୀକ୍ଷା କାର୍ଯ୍ୟକ୍ରମରେ ୧୪ ଜଣ ଫାଇଲେରିଆ ଆକ୍ରାନ୍ତ ରୋଗୀ ଚିହ୍ନଟ ହୋଇଥିବା ବେଳେ ସାଧାରଣ ଫାଇଲେରିଆ ରୋଗୀ ଅଧିକ ରହିଥିବା ଜାଣିବା ପରେ ଏହା ସ୍ବାସ୍ଥ୍ୟ ବିଭାଗ ର ଚିନ୍ତା ବଢାଇ ଦେଇଛି।ଏହାର ନିରାକରଣ ପାଇଁ ଲୋକମାନଙ୍କ ମଧ୍ୟରେ ଫାଇଲେରିଆ ରୋଗ ବିଷୟରେ ବ୍ୟାପକ ସଚେତନତା ସୃଷ୍ଟି କରିବା ଉପରେ ପ୍ରତିନିଧି ଦଳ ଗୁରୁତ୍ୱାରୋପ କରିଥିଲେ।


ଏହି ରୋଗ ମୁଖ୍ୟତଃ ମାଇ କ୍ୟୁଲେକ୍ସ ମଶା ମାନଙ୍କ ଦ୍ଵାରା ବ୍ୟାପୁଥିବା ଯୋଗୁଁ ସେମାନଙ୍କୁ ମାରିବା ପାଇଁ ସୁସ୍ଥ ପରିମଳ,ବିଭିନ୍ନ ସ୍ଥାନରେ ଜମି ରହିଥିବା ପାଣିରେ ମଶା ଲାର୍ଭା ଖିଆ ଗମ୍ବୁଶିଆ ମାଛ ଛାଡ଼ିବା, ମଶା ଧୂଆଁ ର ବ୍ୟବସ୍ଥା ନାଳ ନର୍ଦ୍ଦମା ରେ ମଶା ମରା ଔଷଧ ସିଞ୍ଚନ ,ରାତ୍ର ରକ୍ତ ନମୁନା ସଂଗ୍ରହ ଉପରେ ପ୍ରତିନିଧି ଦଳ ଗୁରୁତ୍ବ ଦେଇଥିଲେ।ସମସ୍ତ ବିଭାଗ ର ଏକ ସମନ୍ୱୟ ବୈଠକ ବସି ଏହି ରୋଗର ସମ୍ପୂର୍ଣ ନିରାକରଣ ପାଇଁ ପଦକ୍ଷେପ ନେବାକୁ ପ୍ରତିନିଧି ଦଳ ମତ ଦେଇଥିଲେ।ପ୍ରତିନିଧି ଦଳରେ ଡାକ୍ତର ତନୁ ଜୈନ,ଡାକ୍ତର ସୋମଲକର,ପ୍ରୋଗ୍ରାମ ମ୍ୟାନେଜର ଡାକ୍ତର ଶୁଭାଶିଷ ମହାନ୍ତି, ଆର ଡି ମୁଖ୍ୟ ଡାକ୍ତର ସୁଚିତ୍ରା ସସମଲ୍ ପ୍ରମୁଖ ତିରିଶ ଜଣ ସାମିଲ ଥିଲେ।ଆଠଗଡରୁ ମହେଶ ଚନ୍ଦ୍ର ଦାସଙ୍କ ରିପୋର୍ଟ।

Post a Comment

0 Comments