ବାହାଡ଼ା ଝୋଲା/୧୬/୨/୨୩/ ଆପ୍ର - ନୟାଗଡ଼ ଜିଲ୍ଲା ଓଡ଼ଗାଁ ବନାଞ୍ଚଳ ଅଧୀନସ୍ଥ ବାହାଡ଼ା ଝୋଲା ଫରେଷ୍ଟର ସନାତନ ସ୍ବାଇଁ ଙ୍କ ଗୋଟାଏ ଦିନରେ ଦୁଇଟି ସଫଳତା ମିଳିଛି।
ସୁଚନା ମୁତାବକ ଆଜି ଦିବା ବାରଘଣ୍ଟିକା ସମୟରେ ବିଶେଷ ସୁତ୍ରରୁ ଖବର ପାଇ ସୁନାମୁହି ଅଂଚଳରୁ ମାଧବ ସାହୁ ଙ୍କ ବାରିପଟୁ ତେନ୍ତୁଳି ଗଣ୍ଡି ସହିତ ସାଗୁଆନ,ଗଭାରୀ ପଟା ଜବତ୍ ସହିତ ପଟା କାଟିବା ପାଇଁ ବେବହୁତ କରତ ଜବତ୍ କରିଛନ୍ତି। ସେହିଭଳି ବିଶେଷ ସୁତ୍ରରୁ ଖବର ପାଇ ଫରେଷ୍ଟର ସନାତନ ସ୍ବାଇଁ ଗ୍ରାହକ ସାଜୀ ହରିପୁର ପଂଚାୟତର ହାତିଆ ସିଳା ଗ୍ରାମର ଗଣେଶ ମହାପାତ୍ର , ପିତା - ସୁବାସ ମହାପାତ୍ର ବିକ୍ରି କରିବାକୁ ସଜ ହେଉଥିବା ବେଳେ ଗ୍ରାହାକ ସାଜି ବାରାହା ମାଂସ (୭) କିଲୋ ଧରିଥୀବା ସହିତ ସେହିଠାରେ ଉପସ୍ଥିତ ଥିବା ଭାନୁ ବାରିକ ଙ୍କ ଙ୍କୁ ମଧ୍ୟ ଉଠାଇ ଆଣି ପଚରାଉଚରା କରିବା ସହିତ ତଦନ୍ତ ଆରମ୍ଭ କରିଛନ୍ତି । ବେପାରୀ ଙ୍କୁ ଅଟକ ରଖି ଶିକାରୀଙ୍କୁ ଖୋଜୁଛି ବନବିଭାଗ ଟିମ୍ । ଏଥିରେ ବାହାଡ଼ା ଝୋଲା ଫରେଷ୍ଟର ସନାତନ ସ୍ବାଇଁ (୩୬/୨୩/୩୭/୨୩) ରେ ଦୁଇଟି ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛନ୍ତି ।
0 Comments