ଧାନ ଚାଙ୍ଗଡ଼ା ଗ୍ରାମ ମନ୍ଦିରରେ ଠାକୁରଙ୍କ ବ୍ୟବହାର ୨୦୦ବର୍ଷର ସିନ୍ଦୁକ ସାମଗ୍ରୀ ଦାସିଆ ଅଜାଙ୍କ ସଂଗ୍ରହାଳୟ ପାଇଁ ସଂଗ୍ରହ କରାଗଲା।

 


କଣ୍ଟିଲୋ ନୀଳ ମାଧବଙ୍କ ପ୍ରଥମ ପୂଜକ ଶବର ରାଜା ବିଶ୍ଵାବସୁଙ୍କ ଗଡ଼ ଭାବେ  ନୟାଗଡ ଜିଲ୍ଲାର କଣ୍ଟିଲୋ ନିକଟବର୍ତ୍ତୀ ଧାନ ଚାଙ୍ଗଡ଼ା ଅଞ୍ଚଳକୁ ବିଶ୍ୱାସ କରାଯାଏ। ଧାନ ଚାଙ୍ଗଡ଼ା ଗ୍ରାମ ମନ୍ଦିରରେ ଠାକୁରଙ୍କ ବ୍ୟବହାର ସାମଗ୍ରୀ ରହୁଥିବା ୨୦୦ବର୍ଷ ର କାଠ କାରୁକାର୍ଯ୍ୟ ରେ ନିର୍ମିତ ପୁରାତନ ସିନ୍ଦୁକ ଓ ପ୍ରତି ବର୍ଷ ଦୋଳ ପୂର୍ଣ୍ଣମୀ ରେ ଗ୍ରାମରେ ଗ୍ରାମ ଠାକୁରଙ୍କୁ ପରି ଭ୍ରମଣ କରାଯାଉଥିବା ୨୦୦ବର୍ଷ ର କାଠ କାରୁକାର୍ଯ୍ୟ ନିର୍ମିତ ପୁରାତନ  ଚୌଦୋଳ ବିମାନ କୁ ଧାନ ଚାଙ୍ଗଡ଼ା ଗ୍ରାମରୁ ଦାସିଆ ଅଜାଙ୍କ ସଂଗ୍ରହାଳୟ ପାଇଁ ସଂଗ୍ରହ କରାଗଲା। ଏହି ୨ଗୋଟି ପୁରାତନ ସାମଗ୍ରୀ  museum ରେ  ଦର୍ଶକ ପର୍ଯ୍ୟଟକ  ମାନଙ୍କୁ ଖୁବ ଆକୃଷ୍ଟ କରିବ।

Post a Comment

0 Comments