ପଂଚୁପାଣ୍ତବ ମହୋତ୍ସବର ଉଦଯାପିତ

 


ସ୍ମରଣିକା ପାଂଚାଳୀ ଉନ୍ମୋଚିତ

ମୁଖ୍ୟ ଆକର୍ଷଣ ଅଭିନେତ୍ରୀ ଶିବାନୀ

ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ ପଂଚୁପାଣ୍ତବ ମହୋତ୍ସବ ଆଜି ଉଦଯାପିତ ହୋଇଯାଇଛି। ଆଜିର ଶେଷ ଦିବସରେ ସିନେ ଅଭିନେତ୍ରୀ ଶିବାନୀ ମୁଖ୍ୟ ଆକର୍ଷଣ ସାଜିଥିବା ବେଳେ ପୁରୀ ରଙ୍ଗଶାଳର କଳାକାର ମାନଙ୍କର ସମ୍ବଲପୁରୀ ଏବଂ ମଡର୍ଣ୍ଣ ଡ୍ୟାନ୍ସ ଦର୍ଶକଙ୍କ ମନ ଛୁଇଁଥିଲା। ଆଜି ଶେଷ ସନ୍ଧ୍ୟାରେ ବୀରମହାରାଜପୁର ବିଧାୟକ ପଦ୍ମନାଭ ବେହେରା, ଦଶପଲ୍ଲା ବିଧାୟକ ତଥା ମହୋତ୍ସବ କମିଟି ସଭାପତି ରମେଶ ଚନ୍ଦ୍ର ବେହେରା, ନୟାଗଡ ବିଜ୍ଞାପିତ ଅଂଚଳ ପରିଷଦ ଅଧ୍ୟକ୍ଷା ନିରୂପମା ଖଟେଇ, ନୟାଗଡ ଉପଜିଲ୍ଲାପାଳ ଶକ୍ତିକାନ୍ତ ରାୟ, ଏସଡିପିଓ ତପସ୍ବିନୀ କଅଁର, ନୂଆଗାଁ ତହସିଲଦାର ହେମନ୍ତ କୁମାର ନାୟକ, ଜିଲ୍ଲାପରିଷଦ ସଭ୍ୟା ପ୍ରତିମା ଦଳବେହେରା, ସାଂସଦଙ୍କ ପ୍ରତିନିଧି ବିଜୟ କୁମାର ଶାସମଲ ପ୍ରମୁଖ ଉପସ୍ଥିତ ଥିଲେ।


ନୂଆଗାଁ ଅଂଚଳର ସ୍ଥାନୀୟ କଳା, ସଂସ୍କୃତି ଓ ଏୗତିହ୍ୟକୁ ପଂଚୁପାଣ୍ତବ ମହୋତ୍ସବ ମାଧ୍ୟମରେ ଲୋକଲୋଚନକୁ ଅଣାଯାଉଥିବା ନେଇ ପଦ୍ମନାଭ ବେହେରା କହିଥିଲେ ଏବଂ ମଂଚରେ ଏକ ଜଗନ୍ନାଥଙ୍କ ସୁନ୍ଦର ସଙ୍ଗୀତ ପରିବେଶଣ କରିଥିଲେ। ମହୋତ୍ସବ ନୂଆଗାଁ ଅଂଚଳର ଏକ ଗଣପର୍ବ।


ଏଥିରେ ଜନସାଧାରଣଙ୍କ ଠାରୁ ଆରମ୍ଭ କରି ପ୍ରଶାସନିକ ଅଧିକାରୀଙ୍କ ପର୍ଯ୍ୟନ୍ତ ସମସ୍ତଙ୍କର ସହେଯାଗ ରହିଥିବା ନେଇ ରମେଶ ଚନ୍ଦ୍ର ବେହେରା ମତ ପ୍ରକାଶ କରିଥିଲେ। ମଂଚାସୀନ ଅତିଥିମାନଙ୍କ ଦ୍ବାରା ସ୍ମରଣିକା ପାଂଚାଳୀ ଉନ୍ମୋଚିତ ହୋଇଯାଇଛି।

କୋରଡା ପଂଚାୟତ ଉଚ୍ଚ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ଦ୍ବାରା ପରିବେଶଣ କରାଯାଇଥିବା ନୂଆଗାଁ ବନ୍ଦନା ଦର୍ଶକଙ୍କ ମନକୁ ଛୁଇଁଥିଲା । ଏଥିସହିତ ଭୁବନେଶ୍ବର ଆର୍ଯ୍ୟାନ ମଡର୍ଣ୍ଣ ଡ୍ୟାନ୍ସ ଗ୍ରୃପ, ରିଦ୍ଦିମ ମେକର ଅକେଷ୍ଟ୍ରା, ଆଦିବାସୀ ନୃତ୍ୟ, ଓଡଗାଁ ସରସ୍ବତୀ ନୃତ୍ୟl ଏକାଡେମୀ କଳାକାରଙ୍କ ଦ୍ବାରା ଶିବତାଣ୍ତବ, ପୁରୀ ରଙ୍ଗଶାଳର କଳାକାର ମାନଙ୍କର ସମ୍ବଲପୁରୀ ଏବଂ ମଡର୍ଣ୍ଣ ନୃତ୍ୟ ପରିବେଶଣ କରାଯାଇଥିଲା।


Post a Comment

0 Comments