ସକାଳର ଖବର, ୧୫-ଫେବୃଆରୀ-୨୦୨୩,ବୁଧବାର


 ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ମହାଶିବରାତ୍ରି ପାଇଁ କମିସନରେଟ୍‍ ପୁଲିସ ପକ୍ଷରୁ ବସିଲା ପ୍ରସ୍ତୁତି ବୈଠକ, ଜଗିବେ ୩୪ ପ୍ଲାଟୁନ୍‌ ଫୋର୍ସ l ରାତି ୧୦ଟା ରେ ଶ୍ରୀଲିଙ୍ଗରାଜଙ୍କ ମହାଦୀପ ଉଠିବ l

➡️୨-ଆଜିଠାରୁ ମାଟ୍ରିକ ପ୍ରାକ୍ଟିକାଲ ପରୀକ୍ଷା ଆରମ୍ଭ, ୨୮ ଯାଏ ଚାଲିବ l ପ୍ରାକ୍ଟିକାଲ ପରୀକ୍ଷା ଶେଷ ହେବା ପରେ ଛାତ୍ରୀଛାତ୍ରମାନଙ୍କର ମାର୍କ ଅନ୍‌ଲାଇନ୍‌ରେ ଅପ୍‌ଲୋଡ୍‌ କରାଯିବ।

➡️୩-ଭିଡିଓ କର୍ଣ୍ଣଫରେନସିଙ୍ଗ ଜରିଆରେ ଫ୍ରାନ୍ସ ରାଷ୍ଟ୍ରପତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ କଲେ ସମ୍ବୋଧନ  l ଉଭୟ ନେତା ଏୟାର ଇଣ୍ଡିଆ ଓ ଏୟାର ବସ ମଧ୍ୟରେ ନୂଆ ଭାଗିଦାରୀ ର କାର୍ଯ୍ୟକ୍ରମର ଶୁଭାରମ୍ଭ ରେ କଲେ ଅଂଶ ଗ୍ରହଣ l

➡️୪-ଭୂମିକମ୍ପ ପ୍ରଭାବିତ ସିରିଆ ଏବଂ ତୁର୍କୀକୁ ମାନବୀୟ ଚିକିତ୍ସା ପାଇଁ ଭାରତ ଦେଲା ୭ କୋଟିର ଔଷଧ l

➡️୫-ମୟୂରଭଞ୍ଜ ଓ କେନ୍ଦୁଝର ଜିଲ୍ଲାରେ ହବ୍ ଏଣ୍ଡ ସ୍ପୋକ୍ ସେଣ୍ଟର ଖୋଲିବ। ଏଥିପାଇଁ ଓମ୍ବାଡ୍‌ସି ପାଣ୍ଠିରୁ ୧୯କୋଟି ୨ଲକ୍ଷ ୫୫ହଜାର ଟଙ୍କା ର ମିଳିଲା ସହାୟତା  l

➡️୬-ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା ଓ ରାଜ୍ୟବାସୀଙ୍କୁ ସୁରକ୍ଷା ଯୋଗାଇବାରେ ବିଫଳ ହୋଇଥିବା ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବୀରେ ରାଜଧାନୀର ବିଭିନ୍ନ ସ୍ଥାନରେ ବିଜେପି ର ବିକ୍ଷୋଭ ଓ ହରତାଲ୍‌ l

➡️୭-ବଦଳିବ କପିଳାସ ପ୍ରାଣୀ ଉଦ୍ୟାନର କଳେବର। ମାନ୍ୟତା ମିଳିବାର ଦୀର୍ଘ ୨୫ବର୍ଷ ପରେ ଜୁ’କୁ ଅଣାଯିବ କଲରାପତରିଆ ବାଘ ।

➡️୮-କରୋନା ପରେ ପୁଣି ଗୋଟିଏ ନୂଆ ଭାଇରସ ଯାହାକି ଆସିଛି ବାଦୁଡ଼ି ଙ୍କ ପାଖରୁ ପାଦ ଥାପିଲା ପୃଥିବୀରେ , ବଢ଼ିଲା WHOର ଚିନ୍ତା l

➡️୯-ରାଜ୍ୟର ୧୪୭ଟି ଡାକ୍ତରଖାନାର ହେବ ରୂପାନ୍ତରଣ, ‘ଆମ ହସ୍‍ପିଟାଲ’ ଯୋଜନାରେ ଖର୍ଚ୍ଚ ହେବ ୭୫୦ କୋଟି ଟଙ୍କା l

➡️୧୦-୫ଟି ବର୍ଗରେ ପୁରସ୍କାର ଜିତି ଚର୍ଚ୍ଚାରେ ଅକ୍ଷୟ ପରିଜା ପ୍ରଡକ୍ସନ୍ l ପୁରସ୍କାର ଜିତିବା ପରେ ସଂସ୍ଥାର ମୁଖ୍ୟ ଅକ୍ଷୟ ପରିଜା ରାଜ୍ୟ ତଥା ରାଜ୍ୟ ବାହାରର ଦର୍ଶକଙ୍କୁ ଜଣାଇଲେ ଧନ୍ୟବାଦ l

➡️୧୧-ପୁଣି ଭାରତ ଆସିବେ ଆଉ ୧୨ ଚିତା । ଆସନ୍ତା ଶନିବାର ଦକ୍ଷିଣ ଆଫ୍ରିକାରୁ ଏହି ଚିତାଙ୍କୁ ଭାରତ ଅଣାଯିବ। ମଧ୍ୟପ୍ରଦେଶର କୁନୋ ନାସନାଲ ପାର୍କରେ ଚିତାଙ୍କୁ ରଖାଯିବ ।

➡️୧୨-ଗୋପାଳର ନୂଆ ଠିକଣା ଚୌଦ୍ୱାର ଜେଲ୍: ଝାରସୁଗୁଡ଼ା ଉପକାରଗାରରୁ ଚୌଦ୍ୱାର ଜେଲରେ ପହଞ୍ଚିଲା ନବ ଦାସ ହତ୍ୟା ଘଟଣାର ଅଭିଯୁକ୍ତ l

➡️୧୩-ବୈଜ୍ଞାନିକଙ୍କୁ ବଡ଼ ସଫଳତା, ମିଳିଲା ୫୭ ନିୟୁତ ବର୍ଷ ପୁରୁଣା ପେଙ୍ଗୁଇନ୍‌ର ଜୀବାଶ୍ମ l ଆଣ୍ଟର୍କଟିକା ଭଳି ବରଫାବୃତ ଅଞ୍ଚଳରେ ଅଞ୍ଚଳରେ ଦେଖାଯାନ୍ତି ଏହି ଜୀବ। ଏମାନେ ଦେଖିବାକୁ ମଧ୍ୟ ଖୁବ୍ ସୁନ୍ଦର।

➡️୧୪-ଏୟାରବସ୍‌ ପରେ ବୋଇଂ ଠାରୁ ୨୨୦ ବିମାନ କିଣିବ ଏୟାର ଇଣ୍ଡିଆ, ଗୋଟିଏ ଦିନରେ ୪୭୦ଟି ଏୟାରକ୍ରାଫ୍ଟ ହେଲା ଡିଲ୍‌ l

➡️୧୫-ଭାରତରେ ଉଗ୍ରବାଦୀ ସଗଠନ ଅଲ୍ କଏଦାର ନେଟୱର୍କ ପ୍ରସାର ଉଦ୍ୟମ ଅଭିଯୋଗରେ ଦିଲ୍ଲୀ ପୁଲିସ ଦ୍ୱାରା ଗିରଫ ହୋଇଥିବା କଟକର ଅବଦୁର ରହେମାନକୁ ହେଲା ୭ ବର୍ଷ ୫ ମାସ ଜେଲ୍ ଦଣ୍ଡାଦେଶ l

➡️୧୬-ବ୍ରିଟେନର କ୍ବିନ୍‌ କନସର୍ଟ କାମିଲା କରୋନା ଭାଇରସରେ ହେଲେ ସଂକ୍ରମିତ l ସେ ରାଜା ଚାର୍ଲସଙ୍କର ତୃତୀୟ ପତ୍ନୀ।

➡️୧୭-ଲୁମେକ୍ସ ରିସର୍ଟ ଠକେଇ ମାମଲାରେ କୋର୍ଟ ର ନିର୍ଦ୍ଦେଶକୁ କମିସନରେଟ୍‌ ପୁଲିସ୍‌ କଲେ ବେଖାତିରl l

➡️୧୮-ଭାଲେଣ୍ଟାଇନ୍ସ ଡେ’ରେ ପୁନର୍ବାର ବିବାହ କଲେ ହାର୍ଦ୍ଦିକ-ନତାଶା, ରୋମାଣ୍ଟିକ ଫଟୋ କଲେ ସେୟାର l

➡️୧୯-ମହିଳା ଟ୍ବେଣ୍ଟି-୨୦ ବିଶ୍ବକପ୍‌:ଆଜି ଇଣ୍ଡିଜ୍‌କୁ ଭେଟିବ ଭାରତ, ଫେରିପାରନ୍ତି ଆହତ ଉପଅଧିନାୟିକା ସ୍ମୃତି ମନ୍ଧାନା l

➡️୨୦-ଆଜି ଭାରତର ପୂର୍ବତନ କ୍ରିକେଟର ସୁରେଶ ରାଇନା ଓ ପ୍ରଜ୍ଞାନ ଓଝା କଟକ ଆସିବେ। ଗୁରୁଡିଝାଟିଆ ଥାନା ଅଧୀନ କପୁରସିଂହ ଖେଳପଡ଼ିଆରେ ଏମ୍‌ଜିଏମ୍‌ ସ୍କୁଲ ଅଫ୍‌ ସ୍ପୋର୍ଟସ ଆଣ୍ଡ୍‌ ସେର୍‌ ଅଫ୍‌ ଏକ୍ସିଲେନ୍ସ ଫର୍‌ କ୍ରିକେଟ ଏକାଡେମୀ ର କରିବେ ଶୁଭ ଉଦ୍‌ଘାଟନ l

➡️ଦୟାକରି ଧ୍ୟାନ ଦିଅନ୍ତୁ, ଯଦିଓ ସକାଳର ଖବରକୁ ପ୍ରସ୍ତୁତ କରିବାରେ ପୂର୍ଣ୍ଣ ଯତ୍ନ ନେବାକୁ ଚେଷ୍ଟା କରାଯାଇଛି, ତଥାପି, କୌଣସି ଘଟଣା, ତାରିଖ କିମ୍ବା ଅନ୍ୟାନ୍ୟ ତ୍ରୁଟି ପାଇଁ ମୁଁ ଦାୟୀ ନୁହେଁ ।।

🔅ଆଜି ଆନ୍ତର୍ଜାତୀୟ ଶିଶୁ କର୍କଟ ଦିବସ ll
🔅ଆଜି ସ୍ୱାମୀ ଦିନାନନ୍ଦ ସରସ୍ୱତୀ ଜୟନ୍ତୀ ll
🔅ଆଜି ବିଶ୍ୱ ହିପ୍ପୋ ଦିବସ ll

          ll ଆପଣଙ୍କ ଦିନ ମଙ୍ଗଳମୟ ହେଉ ll
                ll ଶୁଭ ସକାଳ,ସୁପ୍ରଭାତ ll

Post a Comment

0 Comments