ଶ୍ରୀ ଶ୍ରୀ ଧବଳେଶ୍ବର ପୀଠ ରେ ଜାଗର ଯାତ୍ରା କଟକ ଜିଲ୍ଲାର ପ୍ରାଚୀନ ଶୈବପୀଠ ବାବା ଧବଳେଶ୍ୱର ଙ୍କ ପୀଠରେ ପବିତ୍ର ଜାଗର ଯାତ୍ରା ଅନୁଷ୍ଠିତ ହେଉଛି।ଭକ୍ତ ମାନଙ୍କ ଶୃଙ୍ଖଳିତ ଦର୍ଶନ ନିମନ୍ତେ ଆଠଗଡ ଦେବୋତ୍ତର ପ୍ରଶାସନ,ସାଧାରଣ ପ୍ରଶାସନ ଓ ପୋଲିସ ପ୍ରଶାସନ ତରଫରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି ।ବିଶେଷ କରି କୋଭିଡ କଟକଣା ଯୋଗୁଁ ବିଗତ ଦୁଇ ବର୍ଷ ହେଲା ବାବାଙ୍କ ଜାଗର ଯାତ୍ରାକୁ ଭକ୍ତ ମାନେ ଉପଭୋଗ କରିବାରୁ ବଞ୍ଚିତ ହୋଇଥିଲେ।ଚଳିତ ବର୍ଷ ଭକ୍ତ ମାନଙ୍କ ପ୍ରବଳ ଗହଳି ହେବାକୁ ଦୃଷ୍ଟିରେ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ପୋଲିସ ବ୍ୟବସ୍ଥା କରାଯାଇଛି।ଚୌଦ୍ଵାର ଉପଖଣ୍ଡ ଆରକ୍ଷୀ ଅଧିକାରୀ ସତ୍ୟବ୍ରତ ଲେଙ୍କାଙ୍କ ନିର୍ଦ୍ଦେଶରେ ଗୁରୁଡ଼ିଝାଟିଆ ଥାନା ଅଧିକାରୀ ରଞ୍ଜନ କୁମାର ପ୍ରଧାନ ପୀଠରେ ଉପସ୍ଥିତ ରହି ପରିସ୍ଥିତି ଉପରେ ନଜର ରଖିଛନ୍ତି।ପୀଠ ମଧ୍ୟକୁ ଯିବାକୁ ନିକଟରେ ନିର୍ମାଣ କରାଯାଇଥିବା ଅସ୍ଥାୟୀ ରାସ୍ତାରେ କୌଣସି ଅଘଟଣ ଏଡାଇବାକୁ ବ୍ୟାରିକେଡ଼ ନିର୍ମାଣ କରାଯାଇଛି।ଅଗ୍ନୀସର୍ମ ବାହିନୀ କୁ ମଧ୍ୟ ଯେ କୌଣସି ପରିସ୍ଥିତି ର ମୁକାବିଲା କରିବାକୁ ମୁତୟନ କରାଯାଇଛି ଆଜି ଭୋର ୪ ଘଟିକା ରୁ ବାବାଙ୍କ ପହଡ଼ ଖୋଲାଯାଇ ମହାସ୍ନାନ ପରେ ସମସ୍ତ ନିଟିକାନ୍ତି ଶେଷ କରାଯାଇ ସକାଳୁ ଭକ୍ତ ମାନଙ୍କୁ ଦର୍ଶନ କରିବାର ସୁଯୋଗ ଦିଆଯାଇଥିଲା।ତେବେ ରାତ୍ର ୧୨ ଘଟିକା ପରେ ମହାଦୀପ ଉଠିବାର କାର୍ଯ୍ୟକ୍ରମ ରହିଛି। ଆଠଗଡ଼ ଉପଜିଲ୍ଲାପାଳ ତଥା ଆଠଗଡ ଦେବୋତ୍ତର ମୁଖ୍ୟ କାର୍ଯ୍ୟନିର୍ବାହୀ ହେମନ୍ତ କୁମାର ସ୍ବାଇଁ ଓ ତହସିଲଦାର ପ୍ରିୟବ୍ରତ ଦାସ ପୀଠରେ ଉପସ୍ଥିତ ରହି ଯାତ୍ରାର ତଦାରଖ କରୁଛନ୍ତି।ସେହିପରି ଜାଗର ଉପଲକ୍ଷେ ଆଠଗଡର ପ୍ରସିଦ୍ଧ ଶୈବ ପୀଠ ଶ୍ରୀ ଶ୍ରୀ ସର୍ପେଶ୍ୱରଙ୍କୁ ଚାନ୍ଦି ରୂପା ରେ ସ୍ଵତନ୍ତ୍ର ବେଶରେ ଭୂଷିତ କରା ଯାଇଛି
।
0 Comments