ପ୍ରକୃତି ପୁଣି ଠାରେ ନିଜର ତାଣ୍ଡବ ଲୀଳା ଦେଖାଇଛି। ଏଥର ବ୍ରାଜିଲରେ ବ୍ୟାପକ ଧ୍ୱଂସ ଘଟାଇଛି। ବ୍ରାଜିଲର ଦକ୍ଷିଣ ପୂର୍ବର ଉପକୂଳବର୍ତ୍ତୀ ଅଞ୍ଚଳରେ ପ୍ରବଳ ବର୍ଷା ହେତୁ ବନ୍ୟା ଓ ଭୂସ୍ଖଳନରେ ଅତି କମରେ ୨୪ ଜଣଙ୍କର ମୃତ୍ୟୁ ଘଟିଛି। ଏହି ଅଞ୍ଚଳରେ ରିଲିଫ ଓ ଉଦ୍ଧାର କାର୍ଯ୍ୟ ଚାଲିଛି।
ଗଣମାଧ୍ୟମ ରିପୋର୍ଟରେ କୁହାଯାଇଛି ଯେ ପ୍ରବଳ ବର୍ଷା ଯୋଗୁଁ ବ୍ରାଜିଲର ଦକ୍ଷିଣ ପୂର୍ବର ଉପକୂଳବର୍ତ୍ତୀ ଅଞ୍ଚଳରେ ପ୍ରବଳ ବନ୍ୟା ଓ ଭୂସ୍ଖଳନ ଘଟିଛି। ଏହି କାରଣରୁ ପ୍ରାୟତଃ ୨୪ ଲୋକ ପ୍ରାଣ ହରାଇଲେ ଏବଂ ଅନ୍ୟ ଶହ ଶହ ଲୋକ ଭୂମିହୀନ ହୋଇଗଲେ।ଉଦ୍ଧାରକାରୀମାନେ ସମଗ୍ର ଅଞ୍ଚଳରେ ବନ୍ୟା ଓ ଭୂସ୍ଖଳନରେ ଫସି ରହିଥିବା ଲୋକଙ୍କୁ ଖୋଜୁଛନ୍ତି। ଯେଉଁ ସ୍ଥାନଗୁଡିକର ସମ୍ପର୍କ ଅନ୍ୟ ସ୍ଥାନରୁ ବିଚ୍ଛିନ୍ନ ହୋଇଛି ସେହି ସ୍ଥାନଗୁଡିକର ପୁନରୁଦ୍ଧାର ପାଇଁ କାର୍ଯ୍ୟ ଚାଲିଛି । ରାସ୍ତା ସଫା କରିବା ସହିତ ଭଙ୍ଗା ରାସ୍ତାଗୁଡ଼ିକର ମରାମତି କରାଯାଉଛି। ଅନେକ ରାସ୍ତା ବନ୍ଦ ରହିଛି। ବ୍ରାଜିଲର କାର୍ନିଭାଲ ଉତ୍ସବରେ ଭାଗ ନେବାକୁ ଆସିଥିବା ପର୍ଯ୍ୟଟକ ମାନେ ଏଥିରେ ଫସି ରହିଛନ୍ତି।
ସୂଚନାମୁତାବକ ବ୍ରାଜିଲର ସବୁଠାରୁ ଧନୀ ରାଜ୍ୟ ସାଓ ପାଉଲୋ ରାଜ୍ୟ ଉପକୂଳବର୍ତ୍ତୀ ଅଞ୍ଚଳରେ ୬୦୦ ମିଲିମିଟର ରୁ ଅଧିକ ବର୍ଷା ହେବା ପରେ ୧୯ ଜଣଙ୍କର ମୃତ୍ୟୁ ହୋଇଥିବା ଏବଂ ୫୬୬ ଜଣ ଲୋକ ଭୂମିହୀନ ହୋଇଥିବାର ନିଶ୍ଚିତ କରିଛନ୍ତି। ତେବେ ସାଓ ପାଉଲୋର ଉପକୂଳବର୍ତ୍ତୀ ଅଞ୍ଚଳରେ ପ୍ରବଳ ବର୍ଷା ଜାରି ରହିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଯେଉଁଥିପାଇଁ ଉଦ୍ଧାରକାରୀଙ୍କ ସାମ୍ନାରେ ଚ୍ୟାଲେଞ୍ଜ ବୃଦ୍ଧି ପାଇବ ଏବଂ ମୃତ୍ୟୁସଂଖ୍ୟା ବୃଦ୍ଧି ପାଇବ ବୋଲି ଆଶା କରାଯାଉଛି।
0 Comments