➡️୧-କୃଷି ଓଡ଼ିଶା-୨୦୨୩ ହେଲା ଉଦ୍ଘାଟିତ l ନୂଆ ଟେକ୍ନୋଲୋଜି ବ୍ୟବହାର କରିବାକୁ ଚାଷୀଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦେଲେ ପରାମର୍ଶ l
➡️୨-ଭୁବନେଶ୍ୱର ରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ l ବଜେଟ୍ ପରବର୍ତ୍ତୀ ଆଲୋଚନା ପାଇଁ ଆଜି ପୂର୍ବାହ୍ନ ୧୧ଟା ୩୦ରେ ପ୍ରେସ୍କୁ ଦେବେ ସୂଚନା l ପରେ ଅରୁଗୁଳ ସ୍ଥିତ ଆଇଆଇଟିର କାର୍ଯ୍ୟକ୍ରମରେ ମଧ୍ୟ ଯୋଗଦେବେ l
➡️୩-ଗଞ୍ଜେଇ ବିଜ୍ଞାପନ ଦେଖାଇବାରେ ପ୍ରଥମ ସୋସିଆଲ ମିଡିଆ ପ୍ଲାଟଫର୍ମ ହେବ ଟ୍ବିଟର l
➡️୪-ସମ୍ପ୍ରସାରିତ ହେବ ରସୁଲଗଡ଼-ଖଣ୍ଡଗିରି ରାସ୍ତା, NH-୧୬ ପରଖିଲେ BDA ଉପାଧ୍ୟକ୍ଷ l G-20 ସମ୍ମିଳନୀ ବେଳେ ଏପ୍ରିଲ ୨୪ରୁ ୨୬ ଓ ମେ ୧୫ରୁ ୧୭ ଭୁବନେଶ୍ୱର ଆସିବେ ବିଦେଶୀ ପ୍ରତିନିଧି l
➡️୫-ରାଜ୍ୟରେ ଖୁବଶୀଘ୍ର ଖୋଲିବ ୧୦୦୦ ସୌର ଚାଳିତ ଶୀତଳଭଣ୍ଡାର l ଏ ନେଇ ସୂଚନା ଦେଲେ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ପ୍ରମୁଖ ସଚିବ ଡକ୍ଟର ଅରବିନ୍ଦ ପାଢ଼ୀ l
➡️୬-ଆମ୍ ଆଦମୀ ପାର୍ଟି(ଆପକୁ) ଦିଲ୍ଲୀରେ ଲାଗିଲା ଶକ୍ତ ଝଟକା l ବିଜେପିର କୌଶର ଜାହାଁ ଗତକାଲି ଦିଲ୍ଲୀ ହଜ କମିଟିର ନୂତନ ଅଧ୍ୟକ୍ଷ ଭାବରେ ହେଲେ ନିର୍ବାଚିତ l
➡️୭-ଭାରତୀୟ ସେନା ଲେଫ୍ଟନାଣ୍ଟ ଜେନେରାଲ ଏମ.ଭି ସୁଚିନ୍ଦ୍ର କୁମାରଙ୍କୁ ଆର୍ମି ଷ୍ଟାଫ୍ (VCOAS) ର ନୂତନ ଉପାଧ୍ୟକ୍ଷ ଭାବରେ କରାଗଲା ନିଯୁକ୍ତି l
➡️୮-ଜେଲ୍ ଭିତରେ ସେଲିବ୍ରିଟି ସାଜିଛି ଗୋପାଳ ଦାସ । କଏଦୀଙ୍କୁ ହାତ ହଲାଇ କରୁଛି ଅଭିବାଦନ, ମଗାଉଛି ଦୁଇଟି ଖବର କାଗଜ ।
➡️୯-କମିବ 2G ଗ୍ରାହକଙ୍କ ସଂଖ୍ୟା, ୨୦୨୪ ସୁଦ୍ଧା 5G ବ୍ୟବହାର କରିବେ ୧୫ କୋଟି ୟୁଜର୍ସ l ଟେଲିକମ୍ ସରଞ୍ଜାମ ପ୍ରସ୍ତୁତକାରୀ କମ୍ପାନୀ ନୋକିଆ ଦେଲା ରିପୋର୍ଟ l
➡️୧୦-କାର୍ତ୍ତିକ ଆର୍ୟନଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ ‘ଶେହଜାଦା’ ଆଜି ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବ। ଫିଲ୍ମଟି ଏବେ ସୁଦ୍ଧା ଏହାର ଡିଜିଟାଲ ଷ୍ଟ୍ରିମିଂ ଏବଂ ମ୍ୟୁଜିକ ରାଇଟ୍ସ ବିକ୍ରୟ କରି ବଜେଟର ୭୦% ରୁ ଅଧିକ ରୋଜଗାର କରିସାରିଲାଣି।
➡️୧୧-ଫ୍ୟାମିଲି କୋର୍ଟରେ ହାଜର ହେଲେ ଅନୁଭବ-ବର୍ଷା l ବର୍ଷାଙ୍କ ସାକ୍ଷ୍ୟ ଗ୍ରହଣ ଶେଷ ହେବା ପରେ ଉଭୟଙ୍କ ପକ୍ଷରୁ ଯୁକ୍ତି ଉପସ୍ଥାପନ କରାଯିବ।
➡️୧୨-ଛାତ୍ରଛାତ୍ରୀ ଓ ଫ୍ୟାକଲ୍ଟିଙ୍କ ତାଲିମ ପାଇଁ ସୋଆ ଏବଂ ଜିଏମ୍ଆର୍ ଗ୍ରୁପ୍ ମଧ୍ୟରେ ହେଲା ବୁଝାମଣା ସ୍ୱାକ୍ଷରିତ l
➡️୧୩-ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର ସୁକମା ଏସପିଙ୍କ ନିକଟରେ ୩ ହାର୍ଡକୋର ମାଓବାଦୀ ସମେତ ୩୩ ମାଓବାଦୀ କଲେ ଆତ୍ମସର୍ପଣ l
➡️୧୪-ଆଇଆଇଟି ଦିଲ୍ଲୀ ବିକଶିତ କରୁଛି ନୂଆ କୋଭିଡ ଟିକା, ରକ୍ତ ଜମାଟ ବାନ୍ଧିବା ସମ୍ଭାବନାକୁ କମ୍ କରିବ ଏହି ଟୀକା l
➡️୧୫-ତ୍ରିପୁରା ବିଧାନସଭା ନିର୍ବାଚନ ପାଇଁ ସରିଲା ଭୋଟିଂ; ୮୧.୧ % ମତଦାନ, ମାର୍ଚ୍ଚ ୨ରେ ଆସିବ ଫଳାଫଳ l
➡️୧୬-ଭୂମିକମ୍ପ ବଦଳାଇଛି ତୁର୍କୀର ଚିତ୍ର, ୪୨ହଜାର ଟପିଲା ମୃତ୍ୟୁ ସଂଖ୍ୟା l ହେଲେ ଏବେ ବି ଅନେକଙ୍କ ଜୀବନ ସେ ଭଗ୍ନାବଶେଷ ତଳେ ଫସିରହିଛି । ଦିନ ବଢ଼ିବା ସହ ମୃତ୍ୟୁ ସଂଖ୍ୟା ମଧ୍ୟ ବଢ଼ିବାରେ ଲାଗିଛି ।
➡️୧୭-ପାକିସ୍ତାନ ରେ ବେଲୁଚିସ୍ତାନର କ୍ଵେଟା ଯାଉଥିବା ଜାଫର ଏକ୍ସପ୍ରେସରେ ହେଲା ବଡ଼ ଧରଣର ବିସ୍ଫୋରଣ, ଏଥିରେ ୨ ଜଣ ମୃତ ଓ ୪ ଗୁରୁତର l
➡️୧୮-ଆଜି ଦିଲ୍ଲୀରେ ଅଷ୍ଟ୍ରେଲିଆ ବିପକ୍ଷ ଦ୍ୱିତୀୟ ଟେଷ୍ଟ ପାଇଁ ମଇଦାନକୁ ଓହ୍ଲାଇବ ଭାରତୀୟ କ୍ରିକେଟ ଦଳ l
➡️୧୯-ଦିଲ୍ଲୀ ରେ ସେଲ୍ଫି ନଦେବାରୁ ଟିମ ଇଣ୍ଡିଆର ବ୍ୟାଟ୍ସମ୍ୟାନ ପୃଥ୍ଵୀ ସ’ଙ୍କ ଉପରେ ଆକ୍ରମଣ ସହ ତାଙ୍କ କାର ଭଙ୍ଗାରୁଜା କଲେ କିଛି ଯୁବକ ।
➡️୨୦-ଏସିଆଡ ଖେଳରେ ସ୍ୱର୍ଣ୍ଣ ପଦକ ବିଜେତା ଭାରତୀୟ ଫୁଟବଲର ତଥା ଅଲିମ୍ପିଆନ ତୁଲସିଦାସ ବଲରାମଙ୍କର ହେଲା ପରଲୋକ l
*➡️ଦୟାକରି ଧ୍ୟାନ ଦିଅନ୍ତୁ, ଯଦିଓ ସକାଳର ଖବରକୁ ପ୍ରସ୍ତୁତ କରିବାରେ ପୂର୍ଣ୍ଣ ଯତ୍ନ ନେବାକୁ ଚେଷ୍ଟା କରାଯାଇଛି, ତଥାପି, କୌଣସି ଘଟଣା, ତାରିଖ କିମ୍ବା ଅନ୍ୟାନ୍ୟ ତ୍ରୁଟି ପାଇଁ ମୁଁ ଦାୟୀ ନୁହେଁ ।।*
*🔅ଆଜି ମହାନ ବିପ୍ଳବୀ ଶ୍ରୀ ବୁଦ୍ଧ ଭାଗବତ ଜୟନ୍ତୀ ll*
*ll ଆପଣଙ୍କ ଦିନ ମଙ୍ଗଳମୟ ହେଉ ll*
*ll ଶୁଭ ସକାଳ,ସୁପ୍ରଭାତ ll*
0 Comments