ଖବର ଆଜିର


 ୧-କୃଷି ଓଡିଶା ଉଦ୍‌ଘାଟନୀ ଉତ୍ସବରେ ମୁଖ୍ୟମନ୍ତ୍ରୀ, ନୂଆ ନୂଆ ଟେକ୍‌ନୋଲୋଜିର ବ୍ୟବହାର କରିବାକୁ ଚାଷୀଙ୍କୁ ଦେଲେ ପରାମର୍ଶ।

୨-ଭୁବନେଶ୍ୱର ମହାନଗର ନିଗମର ନୂଆ ଠିକଣା, ବିଏମସି ICOMC ଟାଓ୍ଵାରକୁ ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ।

୩-କ୍ରାଇମବ୍ରାଞ୍ଚ ରିପୋର୍ଟକୁ ଅପେକ୍ଷା-ମୁହଁ ଖୋଲିଲେ ନବ ଦାସଙ୍କ ଝିଅ ଦୀପାଳି।

୪-ଆଜି ଲୋକାର୍ପଣ ହେବ କିସ୍‌ ଦ୍ୱିତୀୟ କ୍ୟାମ୍ପସ୍‌ ସହ ବିଭିନ୍ନ ଷ୍ଟାଡିୟମ।

୫-ନୂଆଁଣିଆ ଚାଳଘରୁ ନାସାକୁ ଯାତ୍ରା । ଗାଁରୁ ଯାଇ ନାସାରେ କମାଲ ଦେଖାଇବେ କଟକ ଜିଲ୍ଲା ବରାଳ ଗାଁର ବାସୁଦେବ ଭୋଇ।

୬-ଟ୍ରମା କେନ୍ଦ୍ର ଭିତ୍ତିଭୂମି ସୁଦୃଢ଼ୀକରଣ ଏବଂ ଯାନବାହାନ ଯାଞ୍ଚ ଉପରେ ମୁଖ୍ୟ ଶାସନ ସଚିବଙ୍କ ଗୁରୁତ୍ୱାରୋପ।

୭-୫ ହଜାର ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ କୁଚିଣ୍ଡା ଗୋଛରା ଆରଆଇ, ଜମି ପଟ୍ଟା ରିପୋର୍ଟ ପାଇଁ ନେଉଥିଲେ ଲାଞ୍ଚ।

୮-ଜେଲ୍ ଭିତରେ ସେଲିବ୍ରିଟି ସାଜିଛି ଗୋପାଳ ଦାସ । କଏଦୀଙ୍କୁ ହାତ ହଲାଇ କରୁଛି ଅଭିବାଦନ, ମଗାଉଛି ଦୁଇଟି ଖବର କାଗଜ।

୯-ବୁଢ଼ାମରା-ଚାକୁଳିଆ, ବାଙ୍ଗିରିପୋଷି-ଗୋରୁମହିଷାଣି ଏବଂ ବାଦାମପାହାଡ଼-କେନ୍ଦୁଝର:ଦୁଇ ମାସରେ ସରିବ ଏହି ୩ ରେଳ ପ୍ରକଳ୍ପ ସର୍ଭେ।

୧୦-ସଫ୍ଟେଓ୍ଵୟାର ଇଞ୍ଜିନିୟର ଶ୍ୱେତା ଉତ୍କଳ କୁମାରୀ ମୃତ୍ୟୁ ମାମଲା: ୫ ମାସ ପରେ ବୟଫ୍ରେଣ୍ଡ ସୌମ୍ୟଜିତ ଗିରଫ।

୧୧-କଟକ ବାଦାମବାଡ଼ି:ପଚ୍ଚା ସେଓ ଦେଇ ଠକିଲା ଦୋକାନୀ, ମହିଳାଙ୍କ ଅଭିଯୋଗ ପରେ ବ୍ୟବସାୟଙ୍କୁ ଉଠାଇ ନେଲା ପୁଲିସ୍।

୧୨-ବଣ୍ଟା​‌ ହେବ, ଅଚଳ ହୋଇପଡ଼ିଥିବା  ‘ମୋ ସାଇକଲ’, ପ୍ରସ୍ତୁତ ହେଉଛି ଏସଓପି।

୧୩-ଆଫ୍ରିକା ମହାଦେଶର ଉଚ୍ଚତ୍ତମ ଶୃଙ୍ଗରେ ତ୍ରିରଙ୍ଗା ଉଡ଼ାଇଲେ ବ୍ରହ୍ମପୁର ଝିଅ ମଧୁସ୍ମିତା, ଚାରିଆଡ଼ୁ ଛୁଟୁଛି ପ୍ରଶଂସାର ସୁଅ।

୧୪-ମହିଳା IICଙ୍କୁ ଚାପୁଡ଼ା ମାରିବା ଘଟଣା: ଜୟ ନାରାୟଣଙ୍କ ବିରୋଧରେ ଏତଲା ପରେ ତଦନ୍ତ କଲେ ଆଇଜି ଓ ଏସପି।

୧୫-ମହିଳା ଆଇଆଇସିଙ୍କ ଉପରେ ଆକ୍ରମଣକୁ ନିନ୍ଦା : ରାଜ୍ୟର ବିଭିନ୍ନ ସ୍ଥାନରେ ବିଜେଡି ମହିଳା ମୋର୍ଚ୍ଚାଙ୍କ ଧାରଣା।

୧୬-ଦକ୍ଷିଣ ଆଫ୍ରିକାରୁ ବାଘଙ୍କୁ ନେଇ ଭାରତ ଅଭିମୁଖେ ଉଡାଣ ଭରିଲା ବିମାନ ଗ୍ଲୋବମାଷ୍ଟର, ୧୮ ତାରିଖରେ ମଧ୍ୟପ୍ରଦେଶ କୁନୋ ପାର୍କରେ ପହଁଚିବେ ୧୨ ବାଘ।

୧୭-ଅଗ୍ନିବୀର ପାଇଁ ଜାରି ହେଲା ବିଜ୍ଞପ୍ତି; ଏବେଠୁ କରିପାରିବେ ଆବେଦନ: joinindianarmy.nic.in

Post a Comment

0 Comments