ଶିକ୍ଷା ଅବସ୍ଥା ସୁଧାର ଏବଂ ଶିକ୍ଷକଙ୍କ ବଦଳି ପ୍ରତିବାଦରେ ଛାତ୍ର ଛାତ୍ରୀ ଓ ଅଭିଭାବକଙ୍କ ଆନ୍ଦୋଳନ ।।




ନୟାଗଡ ଜିଲ୍ଲା (ନୂଆଗାଁ ବ୍ଲକ )ସରକାର ଆଦିବାସୀଙ୍କ ପାଇଁ ଶିକ୍ଷା ନିମନ୍ତେ କୋଟି କୋଟି ଅର୍ଥ ଖର୍ଚ୍ଚ କରୁଥିଲେ ସୁଧା ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଳକ ଅନ୍ତର୍ଗତ କାପ୍ତାପଲ୍ଲୀ ପଞ୍ଚାୟତର କାପ୍ତାପଲ୍ଲୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ ଦେଖା ଦେଇଛି ଅଭାବନୀୟ ଦୃଶ୍ୟ ଜାହାକି ଶିକ୍ଷକ ଅଭାବରୁ ଠିକ ରୂପେ ପାଠ ପଢା ଜାଉନି,ପ୍ରଥମରୁ ଦଶମ ଥିବା ସ୍କୁଲରେ ମାତ୍ର ୬ ଜଣ ଶିକ୍ଷକ ଥିବାରୁ ଠିକ ରୂପେ ପାଠ ପଢା ଜାଉନଥିବା ଅବିଭାବକ ମାନେ ମତ ଦେଇଛନ୍ତି, ଶିକ୍ଷାକ ମାନେ ସଠିକ ସମୟରେ ବିଦ୍ୟାଳୟକୁ ଆସୁନଥିବା କଥା ଛାତ୍ର ଛାତ୍ରୀ ଓ ଅବିଭାବକ ମାନେ ମତ ଦେଇଛନ୍ତି,। ଏସବୁକୁ ଆମେ ପଚାରିବାରୁ  ଶିକ୍ଷକ  ଭିତିହିନ କହି ଖଣ୍ଡନ କରିଛନ୍ତି ।


ବିଦ୍ୟାଳୟରେ ଶିକ୍ଷକ ଶିକ୍ଷକଙ୍କ ମଧ୍ୟରେ ମନମାଳିନ୍ୟ ଲାଗି ରହୁଥିବାରୁ ଠିକ ରୂପେ ପଢାଉ ନାହାନ୍ତି ଜୈନିକ ଶିକ୍ଷକ ,ଆଉ ବିଦ୍ୟାଳୟକୁ ଆସି ଅଧା କ୍ଳାସ କରି ଚାଲୁ ଜାଉଛନ୍ତି ଶିକ୍ଷକ ଜଣକ। ସେଥିପାଇଁ ଆଜି ଅବିଭାବକ ଏବଂ ଛାତ୍ର ଛାତ୍ରୀ ମାନେ ବିକ୍ଷଭ ପ୍ରଦର୍ଶନ କରିଥିବାର ଦେଖିବାକୁ ମିଳିଛି। ବିଦ୍ୟାଳୟର ଅବସ୍ଥା ନକହିବା ଭଲ ଶିକ୍ଷକ ନାହାନ୍ତି ପାଚେରି ନାହିଁ ପିଲାଙ୍କ ଖେଳିବା ପାଇଁ ପଡ଼ିଆର ଶୁବିଧା ନାହିଁ କେବଳ ଏଠି ନାହିଁ ନାହିଁ ରେ ଚାଲିଛି କାପ୍ତାପଲ୍ଲୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ।

ପୂର୍ବରୁ ବିଧାୟକ ଠାରୁ ଆରମ୍ଭ କରି ବ୍ଳକ ପ୍ରଶାସନ କୁ ଅଶୋକ ନାଏକ ବଦଳି ନିମନ୍ତେ ଜଣାଈ ଥିଲେ ସୁଧା କାର୍ଯ୍ୟ କାରି ନହେବା ହେତୁ ଆଜି ଅବିଭାବକ ଓ ଛାତ୍ର ଛାତ୍ରୀ ବିକ୍ଷଭ ପ୍ରଦର୍ଶନ କରାଜାଈ ଥିଲା।।

Post a Comment

0 Comments