କଣ୍ଟାମାଳ ମନମୁଣ୍ଡା ଦେଇ ଯାଇଥିବା ୪୧ ନମ୍ବର ରାଜ୍ୟ ରାଜପଥ ରାସ୍ତା ରେ ଆଜି ସନ୍ଧ୍ୟା ୮ ଟା ସମୟରେ କଣ୍ଟାମାଳ କୋର୍ଟ ଛକ ପାଖରେ ଦୁଇଟି ବାଇ ଦୁର୍ଘଟଣାଗ୍ରସ୍ତହୋଇଥିଲା l ଏଥିରେ ଦୁଇ ବାଇକ ଆରୋହୀ ଗୁରୁତର ଆହତ ହୋଇଥିବାଜଣାପଡିଛି l ଆହତ ଦ୍ୱୟ ବନ୍ଧପାଲି ଗ୍ରାମ ର ବବ୍ଲୁ ହାତୀ ବୋଲି ଜଣା ପଡ଼ିଥିବା ବେଳେ ଓ ଅନ୍ୟ ଜଣକ କଣ୍ଟାମାଳ ଗ୍ରାମ ର ଲାଲୁ ବାଘ ବୋଲି ଜଣା ପଡ଼ିଛି l ଉଭୟେ ନିଜ ନିଜ ବାଇକରେ କୌଣସି କାମରେ ଯାଇ ଫେରୁଥିଲେ ଜଣେ କଣ୍ଟାମାଳ ପଟରୁ ଓ ଅନ୍ୟଜଣେ ଖଲିଆ ପାଳି ପଟରୁ ଫେରୁ ଥିବା ସମୟରେ କଣ୍ଟାମାଳ କୋର୍ଟ ଛକ ପାଖରେ ଉଭୟ ବାଇକମଧ୍ୟରେ ମୁହାଁମୁହିଁ ଧକା ହୋଇ ଦୁର୍ଘଟଣା ଘଟିଥିଲା l ସୂଚନା ଅନୁଯାଇ ମୃତ ଲାଲୁ ବାଘ ଙ୍କ ଆସନ୍ତା ୨୪ ତାରିଖ ବାହାଘର ଥିଲା କିନ୍ତୁ ବିଧିର ବିଧାନ କରିଦେଲା ଅଲଗା l ଆଖପାଖ ଲୋକେ ବାଇକ ଧକା ଶବ୍ଦ ଶୁଣି ସେଠାରେ ପହଞ୍ଚି ପ୍ରଥମେ ସ୍ଥାନୀୟ ଆମ୍ବୁଲାନ୍ସ କୁ ଯୋଗାଯୋଗ କରିଥିଲେ ହେଁ ଅନ୍ୟ ଏକ ରୋଗୀଙ୍କୁ ନେଇ ଯାଇଥବା ଯୋଗୁଁ ପହଞ୍ଚି ପାରିନଥିଲା l ଫଳରେ ଲୋକେ ସ୍ଥାନୀୟ ଅଗ୍ନିଶମ ବିଭାଗ କୁ ଖବର ଦେଇ ଥିଲେ l ଦୁର୍ଘଟଣା ହୋଇଥିବା ନେଇ ସ୍ଥାନୀୟ ଲୋକଙ୍କ ଠାରୁ ଅଗ୍ନିଶମ ବିଭାଗ ଖବରପାଇ ଘଟଣା ସ୍ଥଳର ରେ ପହଞ୍ଚି ଆହତ ଦ୍ୱୟଙ୍କୁ ଉଦ୍ଧାର କରି କଣ୍ଟାମାଳ ସିଏଚସିରେ ଭର୍ତ୍ତି କରିଥିଲେ l ସେଠାରେ ଡାକ୍ତର ଲାଲୁ ଙ୍କ ମୃତ୍ୟୁ ହେଇଥିବାନେଇ କହିଥିଲେ ଅନ୍ୟଜନେ ଗୁରୁତର ଅବସ୍ଥା ରେ ବବ୍ଲୁ ଙ୍କୁ ସୋନପୁର ପରେ ଅବସ୍ଥା ସଂକଟପନ ହେବାରୁ ତାଙ୍କୁ ବୁର୍ଲା ରେଫର କରିଥିବାଜଣାପଡିଛି l ପୋଲିସ ମେଡିକାଲ ରେ ପହଞ୍ଚି ଶବକୁ ବ୍ୟବଛେଦ ପାଇଁ ପଠାଇଛି ଓ ଘଟଣାର ତଦନ୍ତ ଆରମ୍ଭ କରିଥିବା ଜଣାପଡିଛି l
0 Comments