ନୂଆଗାଁ :- ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ୍ ର କଳା , ଐତିହ୍ୟ, ସସ୍କୃତି ଓ ପରମ୍ପରା କୁ ନେଇ ପଞ୍ଚୁପାଣ୍ଡବ ମହୋତ୍ସବ ଓ ଦାସିଆ ଅଜା ପଲ୍ଲୀଶ୍ରୀ ମେଳା ର ଦ୍ଵିତୀୟ ଦିବସ ଅନୁଷ୍ଠିତ ହୋଇଯାଇଛି। ଦ୍ଵିତୀୟ ଦିବସ ର ଦିବା କାର୍ଯ୍ୟକ୍ରମ ମଦନ ମୋହନ ପ୍ରଧାନ ସଭାପତିତ୍ୱରେ ଦିନ ୩ ଘଟିକାରେ ଏକ ସଭା ଆୟୋଜିତ ହୋଇଥିଲା ଏଠିରର ସନ୍ତୋଷ କୁମାର ସାହୁ, ସାନମାନିତ ଅତିଥି ଭବରେ ଢ଼େକେଣା, ଖଣ୍ଡୁଗାଁ, ଯାକେଡ଼ା, ଚାହାଳି, ଗୁମି, ମାଳିସାହି ସମସ୍ତ ସରପଞ୍ଚ ଓ ସମିତି ସଭ୍ୟା ଯୋଗ ଦେଇଥିଲେ. ବ୍ଲକ୍ ର ଜନ ପ୍ରତିନିଧି,ଶିକ୍ଷାବିତ୍ ମାନଙ୍କୁ ସମ୍ବର୍ଦ୍ଧିତ କରାଯିବା ସହ ସାଂସ୍କୃତିକ କାର୍ଯ୍ୟକ୍ରମ ରେ ସ୍ଥାନୀୟ କଳାକାର ମାନେ କଳା ପରିବେଷଣ କରିଥିଲେ।
ଦଶପଲ୍ଲା ବିଧାୟକ ତଥା ପଞ୍ଚୁପାଣ୍ଡବ ମହୋତ୍ସବ କମିଟି ର ସଭାପତି ରମେଶ ଚନ୍ଦ୍ର ବେହେରା ଙ୍କ ସଭାପତିତ୍ବରେ ଅନୁଷ୍ଠିତ ସାନ୍ଧ୍ୟ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ବେଗୁନିଆ ବିଧାୟକ ରାଜେନ୍ଦ୍ର ସାହୁ ,ମୁଖ୍ୟ ବକ୍ତା ଭାବେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଦେବାଶିସ ପଟ୍ଟନାୟକ ଯୋଗଦେଇ ନୂଆଗାଁ ବ୍ଲକ୍ ର କଳା , ଐତିହ୍ୟ, ସଂସ୍କୃତି ର ଗାଥା ବର୍ଣ୍ଣନା କରିଥିଲେ ।
ଉତ୍ସବ ହେଉବା ମହୋତ୍ସବ ହେଉ ଯେଉଁଠି ଦଶପଲ୍ଲା ବିଧାୟକ ଙ୍କ ପ୍ରଚେଷ୍ଟା ରହିଥାଏ ତାହା ଐତିହାସିକ ମହୋତ୍ସବ ହୋଇଯାଏ ବୋଲି ମୁଖ୍ୟ ଅତିଥି କହିଥିଲେ।ତତ୍ ସହିତ ଏଭଳି ମହୋତ୍ସବ ଆୟୋଜନ କୁ ପ୍ରଶଂସା କରିଥିଲେ ମୁଖ୍ୟ ଅତିଥି ବେଗୁନିଆ ବିଧାୟକ ରାଜେନ୍ଦ୍ର ସାହୁ କହିଥିଲେ । ସମ୍ମାନୀତ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ବିଧାନ ଚନ୍ଦ୍ର ରାୟ,ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଉମାକାନ୍ତ ମଲ୍ଲିକ,ଗଣିଆ ବ୍ଲକ୍ ଅଧ୍ୟକ୍ଷା ଝୁନା ଜେନା,ଉପାଧ୍ୟକ୍ଷ ରାଜ କିଶୋର ସାହୁ,୮ ନଂ ଜୋନ୍ ଜିଲ୍ଲା ପରିଷଦ ସଭ୍ୟ ନରେଶ କୁମାର ବେହେରା,୯ ନଂ ଜୋନ ଜିଲ୍ଲା ପରିଷଦ ସଭ୍ୟ ହରିଶ୍ଚନ୍ଦ୍ର ଜାନୀ ପ୍ରମୁଖ ଯୋଗ ଦେଇଥିଲେ । ମଞ୍ଚ ପରିଚାଳନା ତନ୍ଵେଶା ମହାପାତ୍ର କରିଥିବା ବେଳେ ଧନ୍ୟବାଦ୍ ଅର୍ପଣ କରିଥିଲେ ଜିଲ୍ଲା ପରିଷଦ ସଭ୍ୟ ହରିଶ୍ଚନ୍ଦ୍ର ଜାନୀ ।କୋରଡ଼ା ଉଚ୍ଚ ବିଦ୍ୟାଳୟ ଛାତ୍ର ଛାତ୍ରୀ ଙ୍କ ଦ୍ଵାରା ନୂଆଗାଁ ବନ୍ଦନା,ନୃତ୍ୟଶ୍ରୀ ଜଟଣୀ ର ମଣିପୁରୀ,କଥକ , ଜଟଣୀ ଦାଣ୍ଡିଆ ଲୋକନୃତ୍ୟ,କୋରାପୁଟ ର ଢେମସା ନୃତ୍ୟ ରେ ଝୁମିଥିଲେ ଦର୍ଶକ ।
ଟାଙ୍ଗିଆ ପଲ୍ଲୀ ଆଶ୍ରମ ବିଦ୍ୟାଳୟ ଛାତ୍ର ଛାତ୍ରୀ ମାନଙ୍କ ଆଦିବାସୀ ନୃତ୍ୟ ଏବଂ ଶାଶ୍ଵତ ତ୍ରିପାଠୀ ଙ୍କ ସମ୍ବଲପୁରୀ ମେଲୋଡି ରେ ବିଭୋର ହୋଇଉଠିଥିଲେ ଦର୍ଶକ ।ସେହିପରି ଢ଼େକେଣା, ଚାହାଳି, ମହୀପୁର ପାଞ୍ଚୟତ ରୁ ଆସିଥିନା କୁନି କୁନି କଳାକାରମାନେ ନୃତ୍ୟ ସଂଗୀତରେ ଝୁମି ଥିଲେ..
0 Comments