ଦେଶର କୋଟିକୋଟି ସାଧାରଣ ଜନତା ଙ୍କ କଷ୍ଟ ଅର୍ଜିତ ଜମାରାଶିରୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ପ୍ରିୟ ବନ୍ଧୁ ଗୌତମ ଅଦାନୀଙ୍କ ଆଦାନୀ ଗ୍ରୁପକୁ ଏସବିଆଇ ଏଲଆଇସି ର ମୁଖ୍ୟମାନେ ମାତ୍ରାଧିକ ଅନୁକମ୍ପା ଦେଖାଇ ପ୍ରାୟ ୮0 ହଜାର କୋଟି ଟଙ୍କା ଋଣ ଦେବା ପ୍ରସଙ୍ଗରେ ଆଜି ଜିଲ୍ଲା କଂଗ୍ରେସ ସଭାପତି ଆଇନଜୀବି ରଣଜିତ ଦାଶଙ୍କ ନେତୃତ୍ୱରେ ପିସିସି ସମ୍ପାଦକ ହୁସେନ ଖାଁ ଏବଂ ଦଳୀୟ ନେତୃବୃନ୍ଦ ଏହି ଋଣ ଘୋଟଲାର ଯୁଗ୍ମ ସଂସଦୀୟ କମିଟି ଯାଞ୍ଚ ଏବଂ ସର୍ବୋଚ୍ଚ ନ୍ୟାୟାଳୟର ମୁଖ୍ୟ ବିଚାରପତିଙ୍କ ଦ୍ୱାରା ତଦନ୍ତ ଦବୀରେ ନୟାଗଡ଼ ଏସବିଆଇ ମୁଖ୍ୟ ଶାଖାଠାରେ ଧାରଣା ଦେଇ ମୋଦି ଆଦାନୀ ବିରୋଧୀ ନାରାବାଜି କରିଥିଲେ l ବିଶ୍ୱ ର ତିନି ନମ୍ବର ବିତ୍ତାଶାଳୀ ବୋଲାଉ ଥିବା ଦେଶଦ୍ରୋହୀ ଗୌତମ ଆଦାନୀ ହିଣ୍ଡେନ୍ସବର୍ଗ ରିପୋର୍ଟ ପ୍ରସାରଣ ପରେ ଗତ ସାତ ଦିନ ମଧ୍ୟରେ ତା ସମ୍ପତ୍ତିର ୫୭ ପ୍ରତିଶତ ଅଂଶଧନ କ୍ଷତି ହୋଇ ୧୦ ଲକ୍ଷ କୋଟି ଟଙ୍କାର ସେୟାର ହ୍ରାସ ହୋଇ ଏବେ ବିଶ୍ୱର ୨୦ ଜଣ ବିତ୍ତାଶାଳୀଙ୍କ ଠାରୁ ନିମ୍ନ ରେ ରହିଥିବା ଶ୍ରୀ ଦାଶ କହିଥିଲେ l ପ୍ରଧାନମନ୍ତ୍ରୀଙ୍କ ଚାପରେ ଆଦାନୀ ଗ୍ରୁପ ର ବନ୍ଧକ ସମ୍ପତ୍ତି କୁ ଜାଲିଆତି କରି ବୃଦ୍ଧି ଘଟାଇ ୮0 ହଜାର କୋଟି ଟଙ୍କା ଠକି ନେଇଥିବା ଯୋଗୁଁ ଆଜି ଦେଶର କୋଟିକୋଟି ଜମାକାରୀଙ୍କ ଅର୍ଥରାଶି ଲୁଟ କରିଥିବା ଆଦାନୀ ବିଦେଶକୁ ଚାଲିଯିବା ପାଇଁ ସୁଯୋଗ ଅପେକ୍ଷାରେ ରହିଛି, ତେଣୁ ତୁରନ୍ତ ସର୍ବୋଚ୍ଚ ନ୍ୟାୟାଳୟର ମାନ୍ୟବର ମୁଖ୍ୟ ବିଚାରପତିଙ୍କ ତତ୍ୱାବଧାନରେ ଏହି ଋଣ ଜାଲିଆତି ତଦନ୍ତ ସହଯୁଗ୍ମ ସଂସଦୀୟ କମିଟି ଦ୍ୱାରା ଯାଞ୍ଚ କରାଯିବା ପାଇଁ ଦାବୀ କରାଯାଇ ଥିଲା l ବରିଷ୍ଠ ନେତା ସୁକାନ୍ତ ଶତପଥୀ, ଫକୀର ଚରଣ ମଲ୍ଲ, ପୂର୍ଣ୍ଣଚନ୍ଦ୍ର ନାୟକ, ପୀତବାସ ଖୁଣ୍ଟିଆ, ଦେବବ୍ରତ ବେହେରା, ଅଶୋକ ନାୟକ, ଭଗବାନ ମଲ୍ଲିକ, କବିରାଜ ବରାଡ଼ ଚନ୍ଦନ ମହାଳିକ, ଚିନ୍ମୟୀ ମହାଳିକ ପ୍ରମୁଖ ଯୋଗ ଦେଇଥିଲେ.
ରଣଜିତ ଦାଶ
0 Comments