ମହାପ୍ରଭୁଙ୍କୁ କ୍ଷମା ମାଗିଲେ କଂସ ମହାରାଜ .ବିଶ୍ୱ ପ୍ରସିଦ୍ଧ ଧନୁଯାତ୍ରାର କଂସ ମହାରାଜ ହୃଷିକେଶ ଭୋଇ ଆଜି ଶ୍ରୀକ୍ଷେତ୍ରରେ ପହଞ୍ଚି ପରେ ମହୋଦଧିରେ ସ୍ନାନକରି ଗୋବର୍ଦ୍ଧନ ପୀଠରେ ନିଜର ପଇତା ସମର୍ପଣ ଓ ସୂର୍ଯ୍ୟ ନମସ୍କାର କଲେ .ପରେ ଜଗତଗୁରୁ ଶଙ୍କରାଚାର୍ଯ୍ୟଙ୍କୁ ଭେଟି ଆଶିଷ ଭିକ୍ଷା କରିଥିଲେ ଓ ନିଜେ କରିଥିବା ପାପରୁ ମୁକ୍ତି ଭିକ୍ଷା କଲେ lପରେ ସେ ଶ୍ରୀମନ୍ଦିର ଯାଇ ସେଠାରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କରି ନିଜ ଭକ୍ତି ରୂପକ ଅର୍ଘ୍ୟକୁ ଅର୍ପଣ କରିବା ସହ ଦୀର୍ଘ ୧୧ଦିନ ଧରି ବରଗଡ଼ ଧନୁ ଯାତ୍ରାରେ କଂସ ଭୂମିକାରେ ଅଭିନୟ କରିବା ସମୟରେ ପ୍ରଭୁ ଶ୍ରୀକୃଷ୍ଣଙ୍କ ପ୍ରତି ଉଚ୍ଚାରଣ କରିଥିବା କଟୁ ମନ୍ତବ୍ୟ ପାଇଁ କ୍ଷମା ପ୍ରାର୍ଥନା କଲେ l
0 Comments