ଭାରସାମ୍ୟ ହରାଇ ଓଲଟିଲା ପିଚୁ ବୋଝାଇ ଟ୍ରକ ହୁତୁ ହୁତୁ ହୋଉ ଜଳିଲା ପିଚୁ ଅଳ୍ପକେ ବର୍ତ୍ତୀଲେ ଚାଳକ l


57ନଂ ଜାତୀୟ ରାଜପଥ ରେ ଭାରସାମ୍ୟ ହରାଇ ଓଲଟିଲା ପିଚୁ ବୋଝାଇ ଟ୍ରକ l ସୂଚନା ଅନୁଯାଇ 57ନଂ ଜାତୀୟ ରାଜପଥ  ଦଶପଲ୍ଲା ପଟୁ AP 31TF6995 ନମ୍ବର ଥିବା  ଏକ ପିଚୁ ବୋଝେଇ ଟ୍ରକ ବୌଦ୍ଧ ଅଭିମୁଖେ ଯାଉଥିବା ସମୟରେ ହରଭଙ୍ଗା ବ୍ଲକ ଚାରିଛକ ନିକଟବର୍ତ୍ତୀ ମାର୍ଡିଙ୍ଗ ଠାରେ ଭାରସାମ୍ୟ ହରାଇ ଦୁର୍ଘଟଣା ଗ୍ରସ୍ତ ହୋଇଥିଲା l ଫଳରେ ବୋଝଇ ହୋଇଥିବା ପିଚୁ ହୁତୁହୁତୁ ହୋଇ ଜଳୁଥିବାର ଦେଖିବାକୁ ମିଳିଥିଲା l ଯୁବ ସାମ୍ବାଦିକ କୁମୁଦ କୁମାର ସାହୁଙ୍କ ଅପାର ସାହାସିକତା ଯୋଗୁଁ ଗାଡ଼ି ଡ୍ରାଇଭର ଟି ବିପଦ ମୁଖରୁ  ବଞ୍ଚିଯାଇଛନ୍ତି l ଚାରିଛକ ଅଗ୍ନିଶମ ବାହିନୀ ଖବର ପାଇଁ ଘଟଣା ସ୍ଥଳରେ ପହଞ୍ଚି ନିଆଁ କୁ ଆୟତ୍ତ କରିବା ସହିତ ଡ୍ରାଇଭର ସାମାନ୍ୟ ଆହତ ଥିବାରୁ ତାକୁ ପୁରୁଣାକଟକ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା ପାଇଁ ଭର୍ତ୍ତି କରିଥିଲେ  l



Post a Comment

0 Comments