୧୧ରୁ ରାଜ୍ୟସ୍ତରୀୟ ଦଶପଲ୍ଲା କପ୍ ଫୁଟବଲ ଟୁର୍ଣ୍ଣାମେଣ୍ଟ

 



ନୟାଗଡ଼ ଜିଲ୍ଲା ଦଶପଲ୍ଲା ସ୍ପୋରଟିଭ ସ୍ପୋର୍ଟସ ସୋସାଇଟି ଆନୁକୂଲ୍ୟରେ ସ୍ଥାନୀୟ ନେତାଜୀ ମଇଦାନରେ ୨୩ତମ ଦଶପଲ୍ଲା କପ୍ ଫୁଟବଲ୍‌ ଟୁର୍ଣ୍ଣାମେଣ୍ଟ ଆସନ୍ତା ୧୧ ତାରିଖରୁ ଆରମ୍ଭ ହେବ । ରାଜ୍ୟସ୍ତରୀୟ ଏହି ଟୁର୍ଣ୍ଣାମେଣ୍ଟରେ

୧୧ ଟି ଦଳ ୧୦ ଦିନ ଧରି ଖେଳରେ ଅଂଶଗ୍ରହଣ କରିବେ । ୧୫ ତାରିଖ ଦିନ ଏକ ପ୍ରଦର୍ଶନୀ ମ୍ୟାଚରେ ମହିଳା କଳିଙ୍ଗ ଫୁଟବଲ ଏକାଡେମୀ , ନିତା ମହିଳା ଫୁଟବଲ ଏକାଡେମୀ ସହିତ ଖେଳିବା କାର୍ଯ୍ୟକ୍ରମ ରହିଛି । ପୁନଶ୍ଚ ୨୧ ତାରିଖ ଦିନ କନ୍ଧମାଳ ସାଂସଦଙ୍କ ଅନୁଦାନରେ ଅନୁଷ୍ଠାନର ଅତ୍ୟାଧୁନିକ ସ୍ପୋର୍ଟସ କମ୍ପ୍ଲକ୍ସ ସହିତ ହାଇ ମାଷ୍ଟ ଲାଇଟର ଉଦଘାଟନ ହେବ । ଏହି ଦିନ ବିଧାୟକ ଏକାଦଶ ଓ ଜିଲ୍ଲା ପ୍ରଶାସନ ଏକାଦଶ ମ୍ୟାଚ ଅନୁଷ୍ଠିତ ହେବ। ଚଳିତ ବର୍ଷ ଏହି ପ୍ରତିକ୍ଷିତ ଫୁଟବଲ୍‌ ମ୍ୟାଚ୍‌କୁ ବହୁ ଆଡମ୍ବର ସହକାରେ ଆୟୋଜନ କରାଯାଉଛି। ସମାନ୍ତରାଳ ଭାବେ ବିଳମ୍ବିତ ସଂନ୍ଧ୍ୟାରେ ଭଲିବଲ୍ ଓ ତାସ ପ୍ରତିଯୋଗିତା ଜାରୀ ରହିବ | ଆସନ୍ତା ୨୨ ତାରିଖରେ ଫାଇନାଲ ମ୍ୟାଚ ସହିତ ରଙ୍ଗାରଙ୍ଗ ଉଦଯାପନୀ ଉତ୍ସବ ହେବ ବୋଲି ସମ୍ପାଦକ ଭବାନୀ ଶଙ୍କର ମିଶ୍ର ସୂଚନା ଦେଇଛନ୍ତି।

Post a Comment

0 Comments