ଦଶପଲ୍ଲାର ବିଭିନ୍ନ ଜଳାଶୟ ରେ ଆଜିଠାରୁ ଆରମ୍ଭ ହେଲା ପକ୍ଷୀଗଣନା ।






 ଶୀତଋତୁ ଆସିଲେ ଓଡ଼ିଶା ଉପକୂଳବର୍ତ୍ତୀ ବିଭିନ୍ନ ଜଳାଶୟକୁ ବିଦେଶାଗତ ପକ୍ଷୀଙ୍କ ଆଗମନ ହୋଇଥାଏ । ବିଭିନ୍ନ ଜଳାଶୟରେ ଜଳକ୍ରୀଡ଼ା କରିବା ପରେ ଗ୍ରୀଷ୍ମଋତୁରେ ଏସବୁ ପକ୍ଷୀ ପୁନର୍ବାର ଫେରି ଯାଆନ୍ତି। ରାଜ୍ୟରେ ବିଦେଶାଗତ ପକ୍ଷୀଙ୍କପାଇଁ ,ସରକାରଙ୍କ ପକ୍ଷରୁ ସୁରକ୍ଷା ପାଇଁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଉଥିବା ବେଳେ ପ୍ରତିବର୍ଷ ଜାନୁଆରି ପ୍ରଥମ ସପ୍ତାହରେ ବିଭିନ୍ନ ଜଳାଶୟରେ ପକ୍ଷୀଗଣନା କାର୍ଯ୍ୟ ଅନୁଷ୍ଠିତ ହୋଇଥାଏ। ଏହି କ୍ରମରେ ଆଜିଠାରୁ, ଦଶପଲ୍ଲା ବନାଞ୍ଚଳ ପକ୍ଷରୁ ବିଭିନ୍ନ ଜଳାଶୟରେ ପକ୍ଷୀଗଣନା ଆରମ୍ଭ ହୋଇଛି। ଦଶପଲ୍ଲାର କୁଆଁରିଆ ଜଳ ଭଣ୍ଡାର ସମେତ ବିଭିନ୍ନ ଜଳଭଣ୍ଡାର ରେ ଏହି ଗଣନା କାର୍ଯ୍ୟ ଆରମ୍ଭ ହୋଇଛି । ଏଥିପାଇଁ ୪ଟି ଟିମ ଗଠିତ ହୋଇଛି। ଗଣନା ପାଇଁ ବନକର୍ମଚାରୀ ମାନଙ୍କୁ ବାଇନାକୁଲାର୍ ଯୋଗାଇ  ଦିଆଯାଇଥିବା ବନାଞ୍ଚଳ ଅଧିକାରୀ ନିଖିଲେଶ୍ ମଲ୍ଲିକ ସୂଚନା ଦେଇଛନ୍ତି ।

Post a Comment

0 Comments