ସୁନାବେଶରେ ଦର୍ଶନ ଦେଲେ,ନୀଳମାଧବ
ନୀଳମାଧବଙ୍କ ପୁଷ୍ୟାଭିଷେକ ଓ ସୁନାବେଶ ନୀତି ଅନୁଷ୍ଠିତ ହୋଇଛି ବୋଲି ମନ୍ଦିର ପ୍ରଶାସନ ତରଫରୁ ମ୍ୟାନେଜର ହରିହର ଦାଶ ସୂଚନା ଦେଇଛନ୍ତି। ଗତକାଲି ୫ ତାରିଖ ଗୁରୁବାର ଅଧିବାସ ସହ ୬ ତାରିଖ ଭୋର ୫ ଘଣ୍ଟା ମନ୍ଦିର ଖୋଲା, ମଙ୍ଗଳଆଳତୀ ୫ଘଣ୍ଟା ୧୫ମି: ସ୍ନାନ ଅବକାଶ, ରୋଷ ହୋମ, ସୂର୍ଯ୍ୟପୂଜା ୬ ଘଣ୍ଟା, ଦ୍ବାରପାଳ ପୂଜା ୬ ଘଣ୍ଟା ୧୫ ମି, ବଲ୍ଲଭ ୬ ଘଣ୍ଟା ୩୦ ମି, ସକାଳ ଧୂପ ୭ ଘଣ୍ଟା, ଭୋଗ ମଣ୍ଡପ ୭ ଘଣ୍ଟା ୩୦ ମିନିଟ୍, ହୋମ ୮ ଘଣ୍ଟା ମହାସ୍ନାନ ଓ ସୁନାବେଶ ଆରମ୍ଭ ୯ ଘଣ୍ଟା ୩୦ ମିନିଟ୍, ପଟୁଆର ଓ ମହାଲକ୍ଷ୍ମୀ ବିଜେ ୧୧ଘଣ୍ଟା, ହିପ୍ରହର ଧୂପ ୧୧ ଘଣ୍ଟା ୩୦ ମିନିଟ୍, ସାହାଣ ମେଲା ୧୨ ଘଣ୍ଟା ସମୟେ ଅନୁଷ୍ଠିତ ହୋଇଥିବାବେଳେ, ବର୍ତ୍ତମାନ ସୁଦ୍ଧା ପ୍ରଭୂ ନୀଳମାଧବ ସୁନାବେଶରେ ଭକ୍ତମାନଙ୍କୁ ଦର୍ଶନ ଦେଉଛନ୍ତି । ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟ ସୂଚୀ ମତେ , ସଂନ୍ଧ୍ୟାଆଳତୀ ୬ ଘଣ୍ଟା ୩୦ ମିନିଟ୍,ସଂଧ୍ୟାଧୂପ ୭ ଘଣ୍ଟା ୩୦ ମିନିଟ୍, ବେଶଓଲାଗି ୮ ଘଣ୍ଟା ୩୦ ମିନିଟ୍, ବଡସିଂହାର ଓ ପହଡ ୯ ଘଣ୍ଟା ଅନୁଷ୍ଠିତ ହେବ। ଏହି ଅବସରରେ ନୀଳମାଧବ ପୂଜକ ସମାଜ ତରଫରୁ ସିଂହଦ୍ବାରନିକଟସ୍ଥ ରାସମଣ୍ଡପଠାରେ ୪୨ ତମ ଭଜନ ସମାରୋହ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ବୋଲି ପୂଜକ ସମାଜ ସଭାପତି ନିହାର ରଞ୍ଜନ ମିଶ୍ର ଓ ସମ୍ପାଦକ ମନୋଜ କୁମାର ମିଶ୍ର ସୂଚନା ଦେଇଛନ୍ତି।
0 Comments