ଦୁଲୁକିଲା ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ପଦ୍ମପୁର

 

ପଦ୍ମପୁର ରୁ କୃଷ୍ଣ ଚନ୍ଦ୍ର ପାଣିଗ୍ରାହୀ ଙ୍କ ରିପୋର୍ଟ



ଲୋକ କଳା ମହୋତ୍ସବ ଚଇତି 2022 ଗତ ତା 05,01,2023 ରିଖ ଅନୁଷ୍ଠିତ ହୋଇଛି l ଏହି କାର୍ଯ୍ୟକ୍ରରେ ବିଧାୟକ ଗୁଣୁପୁର ଶ୍ରୀ ରଘୁନାଥ ଗମାଙ୍ଗ ଓ ଅଧ୍ୟକ୍ଷା ସ୍ଵତନ୍ତ୍ର ବିକାଶ ପରିଷଦ ରାୟଗଡ଼ା ଶ୍ରୀମତୀ ଅନୁସୂୟା ମାଝୀ, ଅଧ୍ୟକ୍ଷା ପଞ୍ଚାୟତ ସମିତି ପଦ୍ମପୁର ଶ୍ରୀମତୀ ମଣିମାଳା ଶବର, ଙ୍କ ସମେତ ସମସ୍ତ ନିର୍ବାଚିତ ପଞ୍ଚାୟତ ରାଜ ଜନ ପ୍ରତିନିଧି, ସର୍ବସାଧାରଣ ସଂୟ ସହାୟକ ଗୋଷ୍ଠୀର ମାଆ ମାନେ ଏବଂ ବି ଏ ଲ୍ ଫ୍ ର ସଭାପତି ଶ୍ରୀମତୀ ମମତା ପାଣିଗ୍ରାହୀ ସମେତ ସମସ୍ତ ରାଜନୀତିକ ଦଳ ସମସ୍ତ ନେତୃମଣ୍ଡଳୀ ଏକ ବିରାଟ ପଟୁଆର ମାଧ୍ୟମରେ ଖାମାପଦର ପୋଖରୀ ରୁ ଗଙ୍ଗା ଆହ୍ବାନ କରି କଳସ ଯାତ୍ରା ମାଧ୍ୟମରେ ମା ଖିଲାମୁଣ୍ଡା ନିକଟ ରେ ପୂଜାର୍ଚ୍ଚନା ପରେ ଚଇତି ମଣ୍ଡପ BN ଉଚ୍ଚ ବିଦ୍ୟାଳୟ ପରିସରରେ କଳସ ସ୍ଥାପନ କରା ଗଲା l ସଂଧ୍ୟା ରେ ସଂସ୍କୃତି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସାଂସଦ କୋରାପୁଟ ଶ୍ରୀ ସପ୍ତଗିରି ଉଲକା, ମୁଖ୍ୟ ବକ୍ତା ଭାବେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ଉପଦେଷ୍ଟା ଶ୍ରୀ ସୁଧୀର ଦାସ, ଅଧ୍ୟକ୍ଷା ପଞ୍ଚାୟତ ସମିତି ପଦ୍ମପୁର ଶ୍ରୀମତୀ ମଣିମାଳା ଶବର ଉପାଧକ୍ଷ ଶ୍ରୀ ରମେଶ ସାହୁ ପ୍ରମୁଖ ଉପସ୍ଥିତ ଥିଲେ l ଚଇତି ଅବସରରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ସାଙ୍ଗକୁ ଧର୍ମକୀର୍ତ୍ତି, ଏକ ସ୍ମରଣିକା ନିମନ୍ତ୍ରିତ ଅତିଥି ମାନଙ୍କ ଦ୍ଵାରା ଉନ୍ମୋଚନ ହୋଇଥିଲା l ପରିଶେଷରେ ବିଭିନ୍ନ ପ୍ରତିଯୋଗିତରେ କୃତିତ ହାସଲ କରିଥିବା ପ୍ରତିଯୋଗୀଙ୍କୁ ମାନପତ୍ର ପ୍ରଦାନ କରାଗଲା l ପରିଶେଷରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀମତୀ ରିନା ପ୍ରଧାନ ଧନ୍ୟବାଦ୍ ଅର୍ପଣ କରିଥିଲେ l

Post a Comment

0 Comments