ସମ୍ପଡା ଠାରେ ଅନୁଷ୍ଠିତ ହୋଇଯାଇଛି ବ୍ଲକ ସ୍ତରୀୟ ଫୁଟ୍ବଲ ପ୍ରତିଯୋଗିତା ,ମହୀପୁର ଚମ୍ପିୟାନ

 


ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଲକ ସମ୍ପଡା  ଚିନ୍ମତମଣି ବିଦ୍ୟାପୀଠ ହାଇସ୍କୁଲ ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି ବ୍ଲକ ସ୍ତରୀୟ ଫୁଟ୍ବଲ ପ୍ରତିଯୋଗିତା . ଓଡି଼ଶାରେ ହେବାକୁ ଠିଆ ବିଶ୍ୱ ପୁରୁଷ ହକି କପି କୁ ଉତ୍ସାହିତ କରିବା ପାଇଁ ବ୍ଲକ ପ୍ରଶାସନ ତରଫରୁ ଏହି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା . ଆଜିର ଏହି କାର୍ଯ୍ୟକ୍ରମରେ ନୂଆଗାଁ ବିଡ଼ିଓ ପ୍ରମୋଦ କୁମାର ନାୟକ ,ଅଧକ୍ଷାଙ୍କ ପ୍ରତିନିଧି ଶଙ୍କର୍ଷଣ ବେହେରା ,ଏବିଡିଓ ,ସ୍ଥାନୀୟ ସରପଞ୍ଚ ଯୋଗଦେଇଥିଲେ . ଏହି ପ୍ରତିଯୋଗିତାରେ ୫ ଗୋଟି ଦଳ ଭାଗନେଇଥିଲେ ଯଥା ମହୀପୁର ,ଚାହାଳୀ,ମାଳିସାହି ,ଗଟେରୀ ,ସମ୍ପଡା . ମହୀପୁର ଦଳ ଚମ୍ପିୟାନ ହୋଇଥିବା ବେଳେ ଗଟେରୀ ଦଳ ରନ୍ରସଫା ହୋଇଥିଲେ . 

Post a Comment

0 Comments