ଆବାସ ଯୋଜନା ପାଇଁ ହିତାଧିକାରୀ ଙ୍କ ବ୍ଲକ ଘେରାଉ

 


ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ପାଇବା ପାଇଁ ଯୋଗ୍ୟ ଥାଇ ସୁଦ୍ଧା ଏବଂ ପୁର୍ବରୁ ନାମ ଥାଇ ଏବେ ଚଞ୍ଚକତାର ଶିକାର ହୋଇ ଘରରୁ ବଞ୍ଚିତ ହଜାର ହଜାର ହିତାଧିକାରୀ ଆଜି କଣ୍ଟାମାଳ ବ୍ଲକ କାର୍ଯ୍ୟାଳୟ ଘେରାଉ କରିଥିଲେ l ଦିର୍ଘ ସମୟ ନ୍ୟାୟ ଦାବିରେ ବିଭିନ୍ନ ସ୍ଲୋଗାନ ମାନ ଦେବା ପରେ ବିଡିଓ ଆସି ବଞ୍ଚିତ ହିତାଧିକାରୀଙ୍କୁ ଭେଟିଥିଲେ l ଦିର୍ଘ ସମୟ ହିତାଧିକାରୀ ଓ ବିଡ଼ିଓଙ୍କ ମଧ୍ୟରେ ଆଲୋଚନା ହେଲା ପରେ ବଞ୍ଚିତ ହିତାଧିକାରୀଙ୍କୁ ଯୋଡିବା ପାଇଁ ବିଡ଼ିଓ ପ୍ରତିଶ୍ରୁତି ଦେଇଥିଲେ l ଏହି କାର୍ଯ୍ୟକ୍ରମରେ ବଞ୍ଚିତ ହିତାଧିକାରୀ ନଟ ବଣ୍ଡକି , ସନ ବଣ୍ଡକି, ଇନ୍ଧ୍ର ନାଗ , ପଦ୍ମାବତୀ ମହାନନ୍ଦ, ସତ୍ଯ ତାଣ୍ଡି ଭଳି ହଜାରେରୁ ଉର୍ଦ୍ଧ ହିତାଧିକାରୀ ଆଜି ଆସି ଅଭିଯୋଗ କରିଥିଲେ  l ଅଭିଯୋଗକାରୀଙ୍କ ସମର୍ଥନରେ ଯୁବନେତା ତଥା ସମାଜସେବୀ , ଓମ୍ ପ୍ରକାଶ ମିଶ୍ର, ନାରାୟଣ କର୍ମୀ, ରାମ ତାଣ୍ଡି , ଯଦୁ ବାଘ , ଅନିଲ ପ୍ରଧାନ , ଶିବ କମ୍ପ , ଅଂଶୁମାନ କର୍ମୀ ପ୍ରମୁଖ ସାମିଲ ହୋଇ ସହଯୋଗ କରିଥିଲେ l 

Post a Comment

0 Comments