ଡିସିସି ପ୍ରେସବାର୍ତା ତା ୦୪.୦୧.୨୦୨୩ ସୁନାମୁହିଁ ପ୍ୟାକ୍ସ କଟଣୀ ବିନା ୭୫ କୁଇଣ୍ଟାଲ ଧାନ କିଣା ଶୁଭାରମ୍ଭ


 ସୁନାମୁହିଁ ପ୍ୟାକ୍ସ ରେ ଆଜି ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ବିନା କଟଣିରେ ୭୫ କୁଇଣ୍ଟାଲ ଧାନ କିଣିଛନ୍ତି ସୋସାଇଟି ସୋସାଇଟି ସମ୍ପାଦକ l ସେଥିପାଇଁ ଚାଷୀ ମାନେ ଜିଲ୍ଲାପାଳଙ୍କୁ ଧନ୍ୟବାଦ ଜଣାଇ ଛନ୍ତି l ଆଜି ଜିଲ୍ଲା କଂଗ୍ରେସ ସଭାପତି ଆଇନଜୀବି ରଣଜିତ ଦାଶଙ୍କ ଆଗରେ ଏହା କହିଛନ୍ତି, ନବନିର୍ମାଣ କୃଷକ ସଂଗଠନ ନେତା ବାଇନାଥ ସାହୁ l ଆଜି କଂଗ୍ରେସ ପ୍ରତିନିଧି ଦଳ ଶରଣକୂଳ ଧlନମଣ୍ଡି ଯାଇ ସେଠାରେ ମିଲର ଦାବୀ ମୁତାବକ କୁଇଣ୍ଟାଲ ପିଛା ୭ କେଜି ଧାନ ଦେବାକୁ ଅରାଜି ଚାଷୀ, ଆଜି ଧାନମଣ୍ଡି ପୂଜାକାର୍ଯ୍ୟ ସରିଥିଲେ ମଧ୍ୟ ମିଲର ଚାଷୀଙ୍କୁ ନିର୍ଦ୍ଧାରିତ ବସ୍ତା ସୁତୁଲି ଦେଇ ନଥିବାରୁ ଚାଷୀ ମଣ୍ଡିକୁ ଧାନ ଆଣିପାରି ନଥିଲେ l ସେହିପରି ରଙ୍ଗଣୀପାଟଣା ସୋସାଇଟିରେ ୧୦ କେଜି କଟଣି ପ୍ରସଙ୍ଗରେ ଧାନ ମଣ୍ଡି ପୂଜା ସରିଥିଲେ ମଧ୍ୟ  ଧାନ କିଣାବିକା ଆରମ୍ଭ ହୋଇପାରି ନାହିଁ l କୁରାଳ ସୋସାଇଟି ରେ ୧୪,୭୫୧/- କୁଇଣ୍ଟାଲ ଧାନ କିଣା ଲକ୍ଷ ଧlର୍ଯ୍ୟ ଥିବାବେଳେ ଆଜିଯାଏଁ ମଣ୍ଡି ପୂଜା ମଧ୍ୟ ହୋଇପାରି ନାହିଁ l ମଶାବାରି ଏବଂ ବlଙ୍କତାର ସୋସାଇଟି ମଧ୍ୟ ସମାନ ଅବସ୍ଥା, ଆଠ କେଜି କଟଣି ପ୍ରତିବାଦରେ ଧାନ କିଣାବିକା ବନ୍ଦ ରହିଛି l ସମାଧାନ ର ସୂତ୍ର ବାହାରି ପାରୁନାହିଁ l ସବୁଠାରୁ ଗୁରୁତ୍ୱପୂର୍ଣ କଥା ହେଉଛି ଏଯାବତ କୌଣସି ମିଲର ନିର୍ଦ୍ଧାରିତ ବସ୍ତା ସୁତୁଲି କୌଣସି ଚାଷୀଙ୍କୁ ଦେଇନାହାନ୍ତି, ଯୋଉଥି ପାଇଁ ଚାଷୀ ମାନେ ମଣ୍ଡିକୁ ଧାନ ଆଣିପାରୁ ନାହାଁନ୍ତି l ଆଜି ଓଡଗାଁ ବ୍ଲକର ପ୍ରାୟ ପଞ୍ଚଗୋଟି ପ୍ୟାକ୍ସ ବୁଲି ଛାଡିଙ୍କ ହାଲଚାଲ ବୁଝିଛି କଂଗ୍ରେସ ପ୍ରତିନିଧି ଦଳ lଜିଲ୍ଲା କଂଗ୍ରେସ ପ୍ରତିନିଧି ଦଳରେ ଆଇଏନଟିୟୁସି ଜିଲ୍ଲା ଅଧ୍ୟକ୍ଷ ଆଲୋକ ପ୍ରଧାନ, ଡିସିସି କାର୍ଯ୍ୟକର୍ତା ଆଡ଼ଭୋକେଟ ବିଭୁତି ରାଉତ,,ଓଡଗାଁ ଛାତ୍ର କଂଗ୍ରେସ ସଭାପତି ଦିଲ୍ଲୀପ କୁମାର ବିଶୋଇ ପ୍ରମୁଖ ଥିଲେ l ପ୍ରତ୍ୟେକ ଦିନ ଜିଲ୍ଲାର ବିଭିନ୍ନ ମଣ୍ଡିରେ ଚାଷୀଙ୍କ ହାଲଚାଲ ବୁଝିବା ପାଇଁ କଂଗ୍ରେସ କାର୍ଯ୍ୟକର୍ତା ମାନେ ଯିବେ ବୋଲି ଜିଲ୍ଲା ସଭାପତି ଶ୍ରୀ ଦାଶ କହିଛନ୍ତି l

Post a Comment

0 Comments