ରେଘାମୁଣ୍ଡା ଠାରେ ମାନବ ସେବା ସଦନର ସଭା ଅନୁଷ୍ଠିତ ଅନୁଷ୍ଠାନର ଲଗୋ ଏବଂ ୟୁନିଫର୍ମ ଉନ୍ମୋଚିତ

 


କଣ୍ଟାମାଳ ବ୍ଲକ ରେଘାମୁଣ୍ଡା ସ୍ଥିତ ବାବା ଗୁପ୍ତେଶ୍ୱର ମହାଦେବ ମନ୍ଦିର ପରିସରରେ ସାମାଜିକ ଅନୁଷ୍ଠାନ ମାନବ ସେବା ସଦନ ରୁଗୁଡ଼ିପାଲି ପକ୍ଷରୁ ଏକ ସଭା ଅନୁଷ୍ଠିତ ହୋଇଥିଲା l ଅନୁଷ୍ଠାନର ସଭାପତି ବଳରାମ ବାଘଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ଆଇନଜୀବୀ ତଥା ସମାଜସେବୀ ଶ୍ରୀକାନ୍ତ ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ନିରାଶ୍ରୟ ଓ ନିଃସହାୟ ବ୍ୟକ୍ତିମାନଙ୍କ ପ୍ରତି ନିଃସ୍ୱାର୍ଥ ସେବା ଯୋଗାଇବା ହିଁ ସ୍ବେଛାସେବୀଙ୍କ ପରମ ଧର୍ମ ବୋଲି କହିଥିଲେ l ସମ୍ମାନିତ ଅତିଥି ଭାବେ ସମାଜସେବୀ ପ୍ରେମରାଜ ରଣା ଯୋଗଦେଇ ଅଞ୍ଚଳରେ ଏକ ସୁସ୍ଥ ପରିବେଶ ଗଠନ ନିମନ୍ତେ ଆହୁରି ସ୍ବେଛାସେବୀ ଅନୁଷ୍ଠାନ ଗଠନ ହେବାର ଆବଶ୍ୟକତା ରହିଛି ବୋଲି କହିଥିଲେ l ସେହିପରି ପୂଜା କମିଟି ଉପ ସଭାପତି ବେଣୁଧର ରଣା ଯୋଗଦେଇ ସେବା ଓ ସମର୍ପଣ ବିଷୟରେ ମନ୍ତବ୍ୟ ରଖିଥିଲେ l ଏହି ଅବସରରେ ଅତିଥି ମାନଙ୍କ ଦ୍ୱାରା ଅନୁଷ୍ଠାନର ଲଗୋ ଏବଂ ୟୁନିଫର୍ମ ଉନ୍ମୋଚନ କରାଯାଇଥିଲା l ସମ୍ପାଦକ ବଂଶୀଧର ମାଝୀ ସ୍ୱାଗତ ଓ ପରିଚୟ ପ୍ରଦାନ କରିଥିଲେ l ବରିଷ୍ଠ ସଦସ୍ୟ ସୁଶାନ୍ତ ବାରିକ ଧନ୍ୟବାଦ ଅର୍ପଣ କରିଥିଲେ l ଉପ ସଭାପତି ମିନତିରାଣୀ ବାରିକ, ସହ ସମ୍ପାଦକ ସୁଶାନ୍ତ ଭୋଇ, କୋଷାଧକ୍ଷ ଜିତେନ୍ଦ୍ର ଭୋଇ, ସଦସ୍ୟ ନବୀନ ଠେଲା, ଗଜାନନ ପ୍ରଧାନ, ଡୋଲାମଣୀ କବାଟ, ଆଜାଦ କଲତା, ପ୍ରଦୀପ ସାହୁ, ବିଶାଖା ମାଝୀ ପ୍ରମୁଖ ଉପସ୍ଥିତ ଥିଲେ l

Post a Comment

0 Comments